‘ତିନିବର୍ଷ ହେଲା ଇଏ ମୋ ଘର ଭାଙ୍ଗୁଛି, ମୋ ସ୍ଵାମିକୁ ଶିଖେଇ….’ ରାସ୍ତା ମଝିରେ Prakruti ଙ୍କ ଉପରେ ଗର୍ଜିଲେ Trupti କଣ କହିଲେ ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ରୋଡ ଉପରେ ଷ୍ଟାର ତାରକାଙ୍କ ହାଇଡ୍ରାମା । ବାବୁଶାନଙ୍କ ଗାଡି ଭିତରେ ସ୍ତ୍ରୀ ତୃପ୍ତି ଶତପଥି ତାଙ୍କ ସାର୍ଟ ଭିଡୁଛନ୍ତି । ଆରପଟେ ପ୍ରକୃତି ମିଶ୍ରଙ୍କୁ ମଧ୍ୟ ଭିଡି ଧରିଛନ୍ତି ବାବୁଶାନ ଙ୍କ ସ୍ତ୍ରୀ ତୃପ୍ତି । ରାସ୍ତା ଉପରେ ବର୍ଷା ଦିନରେ ଏହି ହାଇଡ୍ରାମା । ବାବୁଶାନ ଗାଡି ଭିତରୁ ଓହ୍ଲାଉଛନ୍ତି ଏବଂ ବାଟରେ ଜମା ହୋଇଯାଇଥିଲେ ଲୋକେ । ଲୋକମାନେ ମଧ୍ୟ ଏହି ଘଟଣାକୁ ନିଜ ଫୋନରେ ସୁ-ଟି-ଙ୍ଗ କରିବାରେ ଲାଗିପଡିଛନ୍ତି ।

ତେବେ ତୃପ୍ତି ଜୋର ଜୋରରେ ଚିଲାଇ କହୁଛନ୍ତି ଯେ ଇଏ ହେଉଛନ୍ତି ସେହି ପ୍ରକୃତି ମିଶ୍ର ଯିଏ ମୋ ଘର ଭାଙ୍ଗୁଛି । ପ୍ରାୟ ୩ ବର୍ଷ ହେବ ଇଏ ମୋ ଘର ଭଙ୍ଗୁଛି । ଏହାପରେ କାର ଭିତରୁ ପ୍ରକୃତି ବାହାରି ଦୌଡିବା ସମୟରେ ତୃପ୍ତି ମଧ୍ୟ ତାଙ୍କ ପଛେ ପଛେ ଗୋଡାଇ ଯାଉଥିବାର ଦେଖିବାକୁ ମିଳିଥିଲା । ପ୍ରକୃତି କୌଣସି ଉତ୍ତର ଦେବା ଅବସ୍ଥାରେ ନଥିଲେ । ଏହିସବୁ ଦୃଶ୍ୟ ଆଜି ସକାଳେ ସହିଦ ନଗରରେ ଦେଖିବାକୁ ମିଳିଥିଲା । ତେବେ ବାବୁଶାନଙ୍କ କାର ଭିତରେ ବସିଥିଲେ ପ୍ରକୃତି ।

ଏବଂ ପଛରେ ଆସି ପହଞ୍ଚି ଯାଇଥିଲେ ବାବୁଶାନଙ୍କ ସ୍ତ୍ରୀ ତୃପ୍ତି । ଆଉ ଏହାପରେ ରାସ୍ତା ଉପରେ ଏଭଳି କିଛି ହାଇଡ୍ରାମା ହୋଇଗଲା ଯାହା ବର୍ତମାନ ସୋ-ସି-ଆ-ଲ ମି-ଡି-ଆରେ ଘୁରି ବୁଲୁଛି । ଏହା ପଛର କଥା ଜଣା ପଡୁଛି ଯେ ପ୍ରକୃତି ମିଶ୍ର ନିଜ ରୂପ ଜାଲରେ ବାବୁଶାନଙ୍କୁ ଫଶାଇବାକୁ ଚେଷ୍ଟା କରିଛନ୍ତି । ସେପଟେ ରାସ୍ତାରେ ମଧ୍ୟ ଛିଡା ହୋଇଥିବା ଜଣେ ବ୍ୟକ୍ତି ଚିଲାଇ ଚିଲାଇ କହୁଛନ୍ତି ଏ ହେଉଛି ପ୍ରକୃତି ମିଶ୍ର ।

ଯେ କି ପ୍ରେମମ ସିନେମାରେ କାମ କରିଥିଲା ବାବୁଶାନଙ୍କ ସହିତ, ଏବଂ ରାସ୍ତାରେ ମଧ୍ୟ ପ୍ରେମମ ହିଁ ଚାଲିଛି । ମାତ୍ର ଏହା ପ୍ରେମମ ନୁହେଁ, ଏହା ହେଉଛି ଝଗଡା । ତେବେ ବାବୁଶାନ ପ୍ରକୃତିମିଶ୍ର ଏବଂ ବାବୁଶାନଙ୍କ ସ୍ତ୍ରୀ ତୃପ୍ତି, ଏହି ତିନି ଜଣଙ୍କ ଭିତରେ କଣ ଏଭଳି ଘଟଣା ଘଟିଗଲା ଯେ ରାସ୍ତା ଉପରେ ଏହିଭଳି ପରିସ୍ଥିତି ଦେଖିବାକୁ ମିଳିଲା । ତେବେ ଯେଉଁ ସବୁ ଗୁଜବ ଉଠୁଛି ଏହା ପଛର ସତ୍ୟତା କ’ଣ ?

ବାବୁଶାନ ଇଣ୍ଡଷ୍ଟ୍ରୀରେ ଜଣେ ହାଇ ପ୍ରୋଫାଇଲ ଏବଂ ରେସପେକଟେଡ଼ ଆକ୍ଟର । ଏହା ସହିତ ବାବୁଶାନ ଏବଂ ତୃପ୍ତି ବିବାହ ମଧ୍ୟ କରିଛନ୍ତି । ଉଭୟଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ରହିଅଛି । ମାତ୍ର ପ୍ରକୃତିଙ୍କ ଏହିଭଳି ବାବୁଶାନଙ୍କ ସହିତ ମିଶିବା ପଛର ରହସ୍ୟ କ’ଣ ଥିଲା ? ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *