ପ୍ରତିଦିନ ଗୋଟିଏ ଗରିବ ଝୁମ୍ପୁଡିରେ କିନ୍ନର ମାନଙ୍କୁ ଏମିତି ଦେଖି ହେଲା ସନ୍ଦେହ, ଯେତେବେଳେ ସତ ସାମ୍ନାକୁ ଆସିଲା ତ ଉଡିଗଲା ସମସ୍ତଙ୍କ ହୋସ…

ବନ୍ଧୁଗଣ ଆମ ସମାଜରେ କିନ୍ନର ମାନଙ୍କୁ ବହୁତ କଷ୍ଟ ଓ ସଂଘର୍ଷର ସହ ଜୀବନ ଅତିବାହିତ କରିବା ପାଇଁ ପଡିଥାଏ । ସାଧାରଣତଃ ଯେତେବେଳେ ଗୋଟେ ଛୁଆ କିନ୍ନର ହୋଇଯାଏ ସେତେବେଳେ ତାକୁ ସମାଜରେ ଅନେକ ନିନ୍ଦା ଓ ଅପମାନର ସମ୍ମୁଖୀନ ହେବାକୁ ପଡିଥାଏ । ଏହା ସହ ସେହି ଛୁଆକୁ ପରିବାର ଲୋକ ବାହାର କରିଦିଅନ୍ତି । ବନ୍ଧୁଗଣ ଅନେକ କିନ୍ନର ଖରାପ କାମ କରି ବଞ୍ଚି ଥାନ୍ତି ତ ଅନେକ କିନ୍ନର ସବୁବେଳେ ସମାଜ ପାଇଁ କିଛି ବାର୍ତ୍ତା ଦେବାକୁ ଚାହିଁ ଥାନ୍ତି ।

ତେବେ ଗତ କିଛି ସମୟ ହେବ କିନ୍ନର ମାନଙ୍କର ଏକ ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଖବର ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ମୁରାନାର ଆମ୍ବାହରେ କିଛି କିନ୍ନର ସମାଜ ପାଇଁ ଉଦାହରଣ ପାଲଟି ଛନ୍ତି ।

ଏହି କିନ୍ନର ମାନେ ଏକ ବେସାହାରା ଗରିବ ମହିଳାଙ୍କ ଝିଅ ବିବାହରେ ଭାଇର ଦାୟିତ୍ଵ ନେଇ ସମସ୍ତ ରୀତିନୀତି ପାଳନ କରିଛନ୍ତି । ବିବାହ ପରେ ସେହି ଝିଅର ଛୁଆ ହେଲା ଓ ସେତେବେଳେ କିନ୍ନର ମାନେ ମାମୁ ମାଇଁ ହୋଇ ମଧ୍ୟ କର୍ତ୍ତବ୍ୟ ପାଳନ କରିଛନ୍ତି ।ଆମ୍ବାହର ପ୍ରତାପ କଲୋନୀରେ ରହୁଥିବା ଡୋଙ୍ଗର ସିଂହ ଜାଟୋଙ୍କ ଦେହାନ୍ତ ଗତ ଦୁଇ ବର୍ଷ ପୂର୍ବେ ହୋଇଯାଇଥିଲା । ଏହା ପରେ ଡୋଙ୍ଗରଙ୍କ 60 ବର୍ଷୀୟ ସ୍ତ୍ରୀ ଚରଣ ଦେବୀ, ଝିଅ ପୁନମ ଓ ଦିବ୍ୟାଙ୍ଗ ପୁଅ ଜୀବନରେ ସଙ୍କଟ ଆସିଯାଇଥିଲା ।

ଚରଣ ଦେବୀ ନିଜ ସମ୍ପର୍କୀୟଙ୍କ ସହଯୋଗ ନେଇ ଝିଅର ବିବାହ କରିଲେ । ପୁଅ ଦିବ୍ୟାଙ୍ଗ ହୋଇଥିବାରୁ ଭାଇର ଦାୟିତ୍ଵ ଥିବା ରସମ ରହିଗଲା । ଏହାର ସୂଚନା ପାଇବା ପରେ ରାବିୟା କିନ୍ନର ନିଜ ଟିମକୁ ନେଇ ଚରଣ ଦେବୀଙ୍କ ଘରକୁ ପହଞ୍ଚି ଥିଲେ ଓ ଭାଇର ରସମ କରିଥିଲେ । ରାବିୟା କିନ୍ନର ବିବାହରେ ପୁନମ ହାତରେ 1000 ଟଙ୍କା ରସମ ପାଇଁ ଦେଇଥିଲେ । ବିବାହ ପରେ ପୁନମ ବହୁତ ଖୁସିରେ ଜୀବନ ଜାପନ କରିଲେ ଓ ଏକ ଶିଶୁକୁ ଜନ୍ମ ଦେଲେ ।

ଏହି କଥା ବିଷୟରେ ଜାଣିବା ପରେ ରାବିୟା କିନ୍ନର ମାମୁ ମାଇଁ ହୋଇ ପୁନମ ଓ ନିଜ ଭଣଜା ପାଇଁ ଅନେକ ଉପହାର ନେଇଥିଲେ । କିନ୍ନର ନିଜ ସାଥି ମାନଙ୍କ ସହଯୋଗରେ 60-70 ହଜାର ଟଙ୍କାର ଉପହାର ନିଜ ଭଣଜା ପାଇଁ ନେଇଥିଲେ । କିନ୍ନର ମାନଙ୍କ ଏହି କାମକୁ ଦେଖି ସମସ୍ତ ଲୋକ ତାଙ୍କର ପ୍ରଶଂସା କରୁଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *