କିଛି ଏମିତି ଥିଲା ଗଞ୍ଜାମ ଜିଲ୍ଲାପାଳ Vijay Amruta Kulange ଙ୍କ ପ୍ରେମ କାହାଣୀ ! ଯାହା ସମସ୍ତ ଯୁବପିଢିଙ୍କ ପାଇଁ ପ୍ରେରଣା

ଜଣେ ବ୍ୟକ୍ତି ଲକ୍ଷ୍ୟ ହାସଲ ପାଇଁ ଜୀବନରେ ଆଗକୁ ବଢିବା ସମୟରେ ଅନେକ ବାଧାବିଘ୍ନ ଆସିଥାଏ । ମାତ୍ର ସେହି ସବୁକୁ ଅତିକ୍ରମ କରି ଆଗକୁ ବଢିବାର ଉଦ୍ୟମ ହିଁ ସଫଳତା ଆଣିଦିଏ । ଏହିପରି ଏକ ପ୍ରେରଣାଦାୟକ ଜୀବନୀ ହେଉଛି ଗଞ୍ଜାମ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ ଅମୃତା କୁଲାଙ୍ଗେ ଙ୍କର । ସେ ନିଜ ଜୀବନର ସମସ୍ତ ସଂଘର୍ଷ ଓ ସଫଳତାର କାହାଣୀ ଏକ ପୁସ୍ତକ ଜରିଆରେ ପ୍ରକାଶ କରିଛନ୍ତି । ତାଙ୍କ ପୁସ୍ତକଟିର ନାମ ହେଉଛି “ଆଜିର ଦିନ ମୋର” ।

ଏହି ପୁସ୍ତକରେ ସେ ନିଜ ଜୀବନରେ ଯେଉଁ ସମସ୍ତ ସମୟ ଓ ପରିସ୍ଥିତି ଦେଇ ଗତି କରିଛନ୍ତି ସେହି ସବୁ ଉଲ୍ଲେଖ କରିଛନ୍ତି ଓ ନିଜ ପ୍ରେମ କାହାଣୀ ସମ୍ପର୍କରେ ମଧ୍ୟ ପ୍ରକାଶ କରିଛନ୍ତି । ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ ଅମୃତା କୁଲାଙ୍ଗେ ଜଣେ ମେଧାବୀ ଛାତ୍ର ଥିଲେ ଓ ସେ ଜଣେ ଡାକ୍ତର ହେବାର ଲକ୍ଷ୍ୟ ରଖିଥିଲେ । ମାତ୍ର ତାଙ୍କ ପରିବାରର ଆର୍ଥିକ ଅବସ୍ଥା ସେତେ ସ୍ବଚ୍ଛଳ ନ ଥିବାରୁ ସେ ଡାକ୍ତର ପାଠ ଛାଡି ଶିକ୍ଷକତା କରିବାକୁ ନିଷ୍ପତ୍ତି ନେଇଥିଲେ ।

ତାଙ୍କର ପ୍ରାୟ ସମସ୍ତ ସାଙ୍ଗ ସାଥି ଡାକ୍ତରୀ କରୁଥିଲେ । ମାତ୍ର ସେ ପରିବାରର ସ୍ଥିତି ଆଗରେ ମଜବୁର ଥିଲେ । ଡାକ୍ତର ହୋଇ ନ ପାରିବାରୁ ସେ ରାତି ସାରା କାନ୍ଦିଥିଲେ ମଧ୍ୟ । ତାଙ୍କ ଘର ପାଇଁ ତାଙ୍କୁ ରୋଜଗାର କରିବା ନିହାତି ଆବଶ୍ୟକ ଥିଲା । ସେ ନିଜ ବାପାଙ୍କୁ ଆର୍ଥିକ ଭାବେ ସାହାଯ୍ୟ କରିବାକୁ ଚାହୁଁଥିଲେ ।

କାରଣ ସେ ଯଦି ଡାକ୍ତରୀ ପଢିଥାନ୍ତେ ତେବେ ଘର ଉପରେ ଅଧିକ ଆର୍ଥିକ ଚାପ ପଢିଥାନ୍ତା । ମାତ୍ର ସେ ଶିକ୍ଷକତା ସହ ଆଇଏଏସ ପରୀକ୍ଷା ପାଇଁ ମଧ୍ୟ ପଢୁଥିଲେ ଓ ସର୍ବ ଭାରତୀୟ ସ୍ତରରେ ୧୭୬ ରାଙ୍କ ରଖିଥିଲେ । ସେ ପୁସ୍ତକରେ ଲେଖିଛନ୍ତି କି, କଲେଜରେ ପଢୁଥିବା ସମୟରେ ଜଣେ ଝିଅଙ୍କୁ ସେ ମନେ ମନେ ଭଲ ପାଇ ବସିଥିଲେ ଓ ତାଙ୍କୁ ପ୍ରେମ ପତ୍ର ଲେଖିଥିଲେ ।

ମାତ୍ର ସେ ସମୟରେ ସେ ଝିଅଟି ତାଙ୍କ ପ୍ରେମ ପତ୍ର ଚିରି ଦେଇଥିଲା ଓ ତାଙ୍କୁ ମନା ମଧ୍ୟ କରି ଦେଇଥିଲା । ତାଙ୍କୁ ସେତେବେଳେ ଏଥିପାଇଁ ବହୁତ ଖରାପ ଲାଗିଥିଲା । ମାତ୍ର ଏବେ ସେ କଥା ମନେ ପଡିଲେ ତାଙ୍କୁ ହସ ଲାଗୁଛି ବୋଲି ସେ କୁହନ୍ତି । ଏଥିରୁ ଆଜିର ଯୁବା ପିଢିଙ୍କୁ ସେ ଏହା କହିବାକୁ ଚାହାନ୍ତି ଯେ, ଯଦି ସେ ଝିଅ ଟି ସେତେବେଳ ତାଙ୍କୁ ହା କହି ଦେଇଥାନ୍ତା ତେବେ ହୁଏ ତ ସେ ଆଜି ଯେଉଁ ସଫଳତା ହାସଲ କରି ପରିଛନ୍ତି ତାହା ପାଇ ନ ଥାନ୍ତେ ।

କାରଣ ସେହି ବୟସରେ ଯୁବାମାନେ ଏହି ସବୁରେ ପଡି ନିଜ ସମୟ ନଷ୍ଟ କରି ଦିଅନ୍ତି । କିନ୍ତୁ ତାଙ୍କ ସହ ଏପରି ହେଲା ପରେ ସେ ନିଜ କ୍ଯାରିଅର ପ୍ରତି ଅଧିକ ଧ୍ୟାନ ଦେବାକୁ ଲାଗିଲେ ଓ ଜଣେ ସଫଳ ବ୍ୟକ୍ତି ଭାବେ ନିଜକୁ ପ୍ରତିଷ୍ଠିତ କରି ପାରିଛନ୍ତି ।

Leave a Reply

Your email address will not be published. Required fields are marked *