ଦୁଇ ପହରେ ଆଉ ଶୋଇ ପରିବେନି ସ୍କୁଲ ଛୁଆ, ଆସିଲା ଗଣଶିକ୍ଷା ବିଭାଗର ନୂଆ ଗାଇଡଲାଇନ…ହେଲା ଏହି ବାର ପରିବର୍ତ୍ତନ

ବନ୍ଧୁଗଣ, ସୂଚନା ଅନୁଯାୟୀ ଆଜିଠୁ ପୁଣି ବାଜିବ ସ୍କୁଲ ର ବେଲ ଦୀର୍ଘ ୧୧ ଦିନିଆ ଖରାଛୁଟି ବେଳେ ପୁଣି ଠାରେ କ୍ଳାସରାମ ରେ ବସି ପାଠ ପଢିବାର ସୁଯୋଗ ପାଇବେ ପିଲାମାନେ । କିନ୍ତୁ ଏଥର ନିୟମ ରେ କିଛି ଟା ପରିବର୍ତ୍ତନ କରାଯାଇଅଛି । ସ୍କୁଲ ରେ ସକାଳେ ପାଠପଢା ହେଉଥିବା ବେଳେ ଏହାକୁ ପରିବର୍ତ୍ତନ କରାଯାଇ ପୂର୍ବପରି ରଖାଯାଇଅଛି । ଅର୍ଥାତ ପିଲାମାନେ ସକାଳ ୬ ଟାରୁ ୯ ଟା ପର୍ଯ୍ୟନ୍ତ ପାଠ ପଢୁଥିବା ବେଳେ ନିୟମ ରେ ପରିବର୍ତ୍ତନ କରାଯାଇ ସକଳ ୧୦ ଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ରଖାଯାଇଅଛି ।

ବର୍ତମାନ ପିଲାମାନେ ସକାଳୁ ସ୍କୁଲ ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଶିକ୍ଷକ ଶିକ୍ଷୟତ୍ରୀ ମାନେ ନିର୍ଦ୍ଧାରିତ ସମୟ ପୂର୍ବ ରୁ ସ୍କୁଲ ରେ ପହଞ୍ଚି ସାରିଛନ୍ତି । ସକାଳ ୯.୩୦ ରୁ ସ୍କୁଲ ରେ ପହଞ୍ଚିବେ ଏବଂ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ସ୍କୁଲ ରେ ରହିବାର ନିୟମ ରହିଅଛି । ସେହିଭଳି ଚଳିତ ବର୍ଷ ପାଠ୍ୟକ୍ରମ ୨୦୨୩ ମାର୍ଚ ସୁଦ୍ଧା ସାରିବାକୁ ଲକ୍ଷଧାର୍ଯ୍ୟ କରାଯାଇଅଛି ।

ଏ ନେଇ ସ୍କୁଲ ର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଏକ ପାଠ୍ୟ ଖସଡା ପ୍ରସ୍ତୁତ କରିବେ । ଆଜି ସ୍କୁଲ ଖୋଲିବାର ପ୍ରଥମ ଦିନରେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ବୈଠକ କରି ଟାଇମ ଟେବୁଲ ଲେସନ ଚାଟ ଆଦି ପ୍ରସ୍ତୁତ କରିବେ । ତେବେ ଦୀର୍ଘ ୩ ବର୍ଷ ଧରି କରୋନା କାରଣରୁ ସ୍କୁଲ ରେ ପାଠପଢା ବନ୍ଧ ଥିବା ବେଳେ ଚଳିତ ବର୍ଷ ଛାତ୍ରଛାତ୍ରୀ ମାନେ ସ୍କୁଲ ଯିବାକୁ ନେଇ ବହୁତ ଖୁସି ହୋଇଛନ୍ତି ।

ତାଙ୍କ ମନରେ ଆଗ୍ରହ ତଥା ଉତ୍କଣ୍ଠା ଦେଖିବାକୁ ମିଳିଛି । ଅନଲାଇନ ପାଠପଢା ରେ ତାଙ୍କ ମନ ଲାଗୁନଥିବା ଛାତ୍ରଛାତ୍ରୀ ମାନେ କହିଛନ୍ତି । ବର୍ତ୍ତମାନ ଶିକ୍ଷକ ଙ୍କ ଦ୍ଵାରା ସିଧାସଳଖ ସ୍କୁଲ ରେ ପାଠ ପଢିବା ସହିତ ସାଙ୍ଗସାଥି ଙ୍କ ସହିତ ଖେଳିବା ତଥା ଗପସପ ଦ୍ଵାରା ନିଜ ମନକୁ ସାନ୍ତ୍ଵନା ଦେବା ଇତ୍ୟାଦି ଅନେକ କଥା ପ୍ରାୟ ଭାବି ରଖିଛନ୍ତି ଛାତ୍ର ଛାତ୍ରୀ ମାନେ ।

ସେହିଭଳି ଚଳିତ ବର୍ଷ ପାଠପଢାରେ ମଧ୍ୟ ବହୁତ ପରିବର୍ତ୍ତନ ହୋଇଛି ବୋଲି ଗଣଶିକ୍ଷାମନ୍ତ୍ରୀ କହିଛନ୍ତି । ମୌସୁମୀ ପ୍ରବେଶ କରିବା ସାଙ୍ଗକୁ ପିଲା ମାନଙ୍କ ସ୍କୁଲ ଖୋଲିବା ସେମାନଙ୍କ ନିମନ୍ତେ ଆନନ୍ଦର ବିଷୟ ପାଲଟିଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *