ପ୍ରତିଦିନ ଗାଈ ଟି ଏହି ଡ୍ରେସ ଦୋକାନକୁ ଆସି ବସି ରହିଥାଏ, କାରଣ ଜାଣିଲେ ଆପଣ ଚମକି ପଡିବେ !

ବନ୍ଧୁଗଣ ଆମ ହିନ୍ଦୁ ଧର୍ମରେ ଗାଈର ବହୁ ପୌରାଣିକ ମାନ୍ୟତା ରହିଛି । କୁହାଯାଏ ଗାଈ ଭିତରେ ୩୬ କୋଟି ଦେବାଦେବୀଙ୍କ ବାସ ରହିଥାଏ । ତେଣୁ ଲୋକମାନେ ଗାଈକୁ ପୂଜା କରନ୍ତି । ପ୍ରାଚୀନ କାଳରେ ଗାଈର ପୂଜା ଦେବତା ମାନେ କରୁଥିଲେ ବୋଲି ମାନ୍ୟତା ରହିଛି । ଆମ ପୁରାଣ ବେଦରେ ମଧ୍ୟ ଗାଈର ସେବା କରିବା ପୂଣ୍ୟ ଅଟେ ବୋଲି କୁହାଯାଇଛି । ପୌରାଣିକ ମାନ୍ୟତା ଅନୁସାରେ ଯଦି କୌଣସି ବ୍ୟକ୍ତି ଗାଈର ନିୟମିତ ପୂଜା କରିବ ଓ ତାକୁ ବସିବା ପାଇଁ ଜାଗା ଦେବ ତା ହେଲେ ସେହି ବ୍ୟକ୍ତି ଘରକୁ ମା ଲକ୍ଷ୍ମୀ ଆସିବେ ।

ଏହି କଥାକୁ ସତ କରି ଦେଖାଇଛନ୍ତି ଆନ୍ଧ୍ର ପ୍ରଦେଶର ଏକ କପଡା ବ୍ୟାପାରୀ । ଗତ କିଛି ଦିନ ହେବ ସୋ-ସି-ଆ-ଲ ମି-ଡି-ଆରେ ଏକ ଫଟୋ ବହୁତ ଭା-ଇ-ରା-ଲ ହେଉଛି । ଏହି ଫଟୋରେ ଏକ କପଡା ଦୋକାନରେ ଏକ ଗାଈ ବସିଥିବାର ନଜର ଆସୁଛି । ବନ୍ଧୁଗଣ ଲୋକମାନେ ଏହି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । କାରଣ ଗାଈ ମାନଙ୍କୁ ସମସ୍ତେ ଘର ବାହାରେ ବସାଇ ଥାନ୍ତି ହେଲେ ଏହି କପଡା ବ୍ୟାପାରୀ ଜଣକ ଗାଈକୁ ନିଜ ଦୋକାନ ଭିତରେ ବସେଇ ଥିବାର ନଜର ଆସୁଛି ।

ସେହି କପଡା ବ୍ୟାପାରୀ ମତରେ, ଯେତେବେଳେ ସେ ଦୋକାନ ଖୋଲିଥିଲା ସେତେବେଳେ ଏକ ଗାଈ ସବୁଦିନ ସେହି ସ୍ଥାନକୁ ଆସୁଥିଲା । ପ୍ରଥମେ ବ୍ୟାପାରୀ ଜଣକ କିଛି ବୁଝି ପାରି ନଥିଲେ ଓ ଗାଈକୁ ସେହି ସ୍ଥାନରୁ ବାହାର କରି ଦେଉଥିଲେ । ହେଲେ ଗାଈଟି ସବୁଦିନ ଆସୁଥିଲା ଓ ଏମିତି ତିନି ମାସ ବିତିଗଲା । ଏହାପରେ ବ୍ୟାପାରୀ ଜଣକ ନିଜ କର୍ମଚାରୀ ମାନଙ୍କ ସହ ଗାଈ ବିଷୟରେ କଥା ହୋଇ ଥିଲେ ଓ ଦୋକାନ ଭିତରେ ଗାଈ ବସିବା ପାଇଁ ଏକ ଗଦି ମଧ୍ୟ ପକାଇ ଥିଲେ ।

ବର୍ତ୍ତମାନର ସମୟରେ ଗାଈ ସେହି ଦୋକାନକୁ ଯାଇ ଗଦି ଉପରେ ବସି ଯାଉଛି ଓ ୩ ରୁ ୪ ଘଣ୍ଟା ପର୍ଯ୍ୟନ୍ତ ଦୋକାନରେ ସମୟ ବିତାଉଛି । ହେଲେ ଗାଈଟି ଦୋକାନ ଭିତରେ ନା ପରିସ୍ରା କରେ ନା ଗୋବର ପକାଏ । ଏହା ସହ ଗାଈଟି କୌଣସି କଷ୍ଟମର ସହ ଲାଗେ ନାହିଁ । ଗାଈ ସହ ଜଡିତ ଏହି ଘଟଣା ବିଷୟରେ ଯେତେବେଳେ ସ୍ଥାନୀୟ ଲୋକ ଜାଣିଲେ ସେତେବେଳେ ସେମାନେ ଘଟଣା ସ୍ଥଳରେ ପହଞ୍ଚି ଯାଇଥିଲେ ।

ସ୍ଥାନୀୟ ଲୋକଙ୍କ ମତରେ, ସେହି ଦୋକାନରେ ଗୋମାତାଙ୍କ ଆଶୀର୍ବାଦ ରହିଛି । ତେଣୁ ଯେତେବେଳେ ବି ଲୋକମାନେ ସେହି ଦୋକାନରୁ କପଡା କିଣନ୍ତି ସେତେବେଳେ ସେହି ଗାଈର ମୁଣ୍ଡରେ କପଡା ସ୍ପର୍ଶ କରାଇ ଆଶୀର୍ବାଦ ନିଅନ୍ତି । ଦୋକାନୀ ମାଲିକଙ୍କ ମତରେ, ଯେବେଠାରୁ ଗାଈ ତାଙ୍କ ଦୋକାନକୁ ଆସୁଛି ସେବେଠାରୁ ତାଙ୍କର ଆୟ ପ୍ରାୟ ଦୁଇଗୁଣ ବଢି ଯାଇଛି । ପାଖା ପାଖି ୬ ବର୍ଷ ହେବ ସେହି ଗାଈଟି ତାଙ୍କ ଦୋକାନକୁ ଆସୁଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *