ଗାଡି ଚାଳକଙ୍କ ପାଇଁ ଆସିଲା ବହୁତ ବଡ ଖୁସି ଖବର, ଆଉ ଦରକାର ନାହିଁ DL ଓ RC କାଗଜପତ୍ର ! ବାସ କରିବାକୁ ହେବ ଏହି କାମ

ବନ୍ଧୁଗଣ, ଗାଡି ଚାଳକ ଙ୍କ ନିମନ୍ତେ ଖୁସି ଖବର ଚେ-କି-ଙ୍ଗ ସମୟରେ ଆପଣ ଆଉ ଅସୁବିଧାରେ ପଡିବେ ନାହିଁ । ଡ୍ରାଇଭିଙ୍ଗ ଲାଇସେନ୍ସ ଧରି ବର୍ତ୍ତମାନ ଘରୁ ବାହାରିବା ଆବଶ୍ୟକତା ନାହିଁ । DigiLocker ପ୍ଲାଟଫର୍ମ ଅଥବା M ପରିବହନ ମୋବାଇଲ ଆପ ରେ ନିଜ ଡକୁମେଣ୍ଟ କୁ ରଖି ଡିଜିଟାଲ ରୂପେ ତାହାକୁ ଆପଣ ଦେଖାଇ ପାରିବେ । ଆସନ୍ତୁ ବର୍ତ୍ତମାନ ଜାଣିବା ଏହି ନୂଆ ନିୟମ ସମ୍ପର୍କରେ । DigiLocker ଏଭଳି ଏକ ଉପାୟ ଯେଉଁଥିରେ ଆପଣ ନିଜ ଡ୍ରାଇଭିଙ୍ଗ ଲାଇସେନ୍ସ, ଏବଂ ନିଜର ସାର୍ଟିଫିକେଟ ତଥା ଡକୁମେଣ୍ଟ କୁ ସୁରକ୍ଷିତ କରି ରଖି ପାରିବେ ।

ଏଥିରେ ଆପଣ ଡକୁମେଣ୍ଟ କୁ ସ୍କାନ କରି PDF, JPEG ଫର୍ମାଟ ରେ ଅପଲୋଡ କରି ପାରିବେ । ସବୁଠାରୁ ଖାସ କଥା ହେଉଅଛି ଯେ ଏହି ଡକୁମେଣ୍ଟ କୁ ଆପଣ ଇସାଇନ ମଧ୍ୟ କରି ପାରିବେ । ଏହା ସଂପୂର୍ଣ୍ଣ ସେଲ୍ଫ ଆଟାଜ ଫିଜିକାଲ ଡକୁମେଣ୍ଟ ଭଳି କାମ କରିଥାଏ । ସବୁଠାରୁ ବଡ କଥା ହେଉଛି ଡିଜି ଲକର ନିମନ୍ତେ ଆପଣଙ୍କୁ କୌଣସି ଡକୁମେଣ୍ଟ ର ହାର୍ଡ କପି ନେବା ଆବଶ୍ୟକ ନାହିଁ । ଡିଜିଟାଲ ରୂପେ ଗାଡି ଡକୁମେଣ୍ଟ ରଖିବା ନିମନ୍ତେ ଆପଣଙ୍କୁ ପ୍ରଥମେ ସ୍ମାର୍ଟ ଫୋନରେ DigiLocker ଆପ ଡାଉନଲୋଡ କରିବାକୁ ହେବ ।

ଏହା ପରେ ଆପଣଙ୍କୁ ଗେଟ ଷ୍ଟାଟେର୍ଡ ର ବିକଳ୍ପ ନଜର ଆସିବ । ଏହା ଉପରେ କ୍ଲିକ କରନ୍ତୁ । ଏହାପରେ କ୍ରିଏଟ ଆକାଉଣ୍ଟ କୁ କ୍ଲିକ କରି ନା, ଜନ୍ମ ତିଥି, ମୋବାଇଲ ନମ୍ବର, ସିକ୍ୟୁରିଟି ପିନ, ଇମେଲ ଆଇଡ ଏବଂ ଆଧାର ନମ୍ବର ଦେବାକୁ ହେବ । ଏ ସବୁ କରି ସାରିବା ପରେ ଆପଣଙ୍କ ରେଜିଷ୍ଟ୍ରେଟ ମୋବାଇଲ ନମ୍ବର ରେ ଏକ OTP ଆସିବ । ଏହାକୁ ଆପଣ ସବମିଟ କରି ସାରିବା ପରେ ଆପଣଙ୍କୁ ୟୁସର ନେମ ପ୍ରସ୍ତୁତ କରାଯିବା ନିମନ୍ତେ କୁହାଯିବ ।

ଏଠାରେ ଆପଣ ନିଜ ଅନୁଯାୟୀ କୌଣସି ମଧ୍ୟ ୟୁଜର ନେମ ପ୍ରସ୍ତୁତ କରି ପାରିବେ । ଏହାପରେ ତଳେ ଦିଆଯାଇଥିବା OK ଉପରେ କ୍ଲିକ କରିଲେ ଆପଣଙ୍କ ଆକାଉଣ୍ଟ ତିଆରି ହୋଇଯିବ । ଆପଣଙ୍କ ସାମ୍ନା ରେ DigiLocker ର ଇନ୍ଟରଫେସ ଓପନ ହୋଇଯିବ । ଆପଣ ଯେଉଁ ଡକୁମେଣ୍ଟ କୁ ସେଭ କରିବାକୁ ଚାହୁଞ୍ଚନ୍ତି, ସେଠାରେ ଆପଣ କ୍ଲିକ କରନ୍ତୁ । ଏହାପରେ ଆପଣଙ୍କ ସାମ୍ନାରେ ଏକ ପପଅଫ ଆସିବା ଏଠାରେ ଆପଣଙ୍କୁ ଅନୁମତି ମଙ୍ଗାଯିବ । ଆପଣ OK କରିଲେ ଆପଣଙ୍କ ପାଖକୁ ଏକ OTP ଆସିବ ।

ଏହାକୁ ରେଜିଷ୍ଟର କରିଦେବା ପରେ କଣ୍ଟିନିଉ ଉପରେ ଟାପ କରନ୍ତୁ । ବର୍ତ୍ତମାନ ଆପଣଙ୍କ ଡକୁମେଣ୍ଟ ସେଭ ହୋଇଯିବ । ଏହିଭଳି ଆପଣ ନିଜର ଆଧାରା କାର୍ଡ, ପ୍ୟାନ କାର୍ଡ, ଡ୍ରାଇଭିଙ୍ଗ ଲାଇସେନ୍ସ, ରେଜିଷ୍ଟ୍ରେଶନ ସାର୍ଟିଫିକେଟ ଆଦି କୁ ସେଭ କରି ପାରିବେ । ଏହା ଗାଡି କାଗଜ ପାତ୍ର ଯାଞ୍ଚ ସମୟରେ ଆପଣଙ୍କୁ ବେସ ସହାୟକ ହେବ । ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *