ଗାଡି ଚାଳକଙ୍କ ପାଇଁ ଆସିଲା ବଡ ଖୁସି ଖବର, ଏବେ ପେଟ୍ରୋଲ, ଡିଜେଲର ମହଙ୍ଗା ଦରରୁ ମିଳିବ ମୁକ୍ତି, ଖୁବ ଶୀଘ୍ର କେନ୍ଦ୍ର ସରକାର ଆଣିଛନ୍ତି ନୂଆ ଯୋଜନା

ବନ୍ଧୁଗଣ ଗତ କିଛି ସମୟ ହେବ ଏକ ବଡ ଖବର ସାମ୍ନାକୁ ଆସୁଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ବଡ ଖବର ବିଷୟରେ କହିବାକୁ ଯାଉଛୁ । ଆପଣ ମାନେ ସମସ୍ତେ ଏହି ଖବର ବିଷୟରେ ଜାଣିଲେ ନିଶ୍ଚୟ ଖୁସି ହୋଇଯିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଗାଡି ଚାଳକ ମାନଙ୍କ ପାଇଁ ଏକ ବଡ ଖୁସି ଖବର ସାମ୍ନାକୁ ଆସୁଛି ।

ପେଟ୍ରୋଲ ଓ ଡିଜେଲର ମହଙ୍ଗା ଦରରୁ ମିଳିବ ମୁକ୍ତି । ସରକାର କରୁଛନ୍ତି ନୂଆ ପ୍ଳାନ । ପେଟ୍ରୋଲ ଓ ଡିଜେଲର ଦର ଦିନକୁ ଦିନ ବଢୁଥିବା ବେଳେ ଏବେ ଘରୁ ଗାଡି ବାହାର କରିବା ପାଇଁ ଲୋକମାନେ ଭୟ କରୁଛନ୍ତି । ଏବେ ରାଜ୍ୟରେ ଲିଟର ପ୍ରତି ଦର ୧୧୬ ଟଙ୍କାରେ ପହଞ୍ଚି ଲାଣି । ପେଟ୍ରୋଲ ଦର ବୃଦ୍ଧି ପାଇଁ ଗାଡି ଚାଳକ ମାନେ ବହୁତ ଚିନ୍ତାରେ ଥିବା ବେଳେ ଆସିଛି ଆଶ୍ଵସ୍ତିକର ଖବର ।

ଦେଶରେ ପେଟ୍ରୋଲ ଡିଜେଲ ଉପରେ ନିର୍ଭରତାକୁ କମ କରିବା ପାଇଁ ନୂଆ ଯୋଜନା କରୁଛନ୍ତି କେନ୍ଦ୍ର ସରକାର । ତେବେ ବନ୍ଧୁଗଣ ଖୁବ ଶୀଘ୍ର ବଜାରକୁ ଆସିପାରେ ଫ୍ଲେକ୍ସଫ୍ୟୁଲ । ତେବେ ଆସନ୍ତୁ ଜାଣିବା କଣ ଏହି ଫ୍ଲେକ୍ସଫ୍ୟୁଲ ଓ ଏହା କିପରି ଆପଣଙ୍କ ପାଇଁ ଲାଭଦାୟକ ହେବ । ଫ୍ଲେକ୍ସଫ୍ୟୁଲ ଜରିଆରେ ଆପଣ ନିଜ କାରକୁ ଇଥାନଲ ସହ ମିଶ୍ରିତ ଇନ୍ଧନରେ ଚଲାଇ ପାରିବେ ।

ଏହା ଗ୍ୟାସୋଲିନ, ମିଥାଲନ କିମ୍ବା ଇଘାନଲର ମିଶ୍ରଣରୁ ପ୍ରସ୍ତୁତ ଏକ ବିକଳ୍ପ ଇନ୍ଧନ । ଫ୍ଲେକ୍ସ ଇଞ୍ଜିନ ମୂଳ ରୂପରେ ହେଉଛି ଏକ ମାନକ ପେଟ୍ରୋଲ ଇଞ୍ଜିନ ଯେଉଁଥିରେ କିଛି ଅତିରିକ୍ତ ଉତ୍ପାଦନ ଅଛି ଯାହା ଗୋଟିଏରୁ ଅଧିକ ଇନ୍ଧନ କିମ୍ବା ମିଶ୍ରଣରେ ଚାଲିଥାଏ । ତେଣୁ ଇଫି ଇଞ୍ଜିନ ତୁଳନାରେ ଫ୍ଲେକ୍ସ ଇଞ୍ଜିନ କମ ମୂଲ୍ୟରେ ଉତ୍ପାଦିତ ହୁଏ । ଏବେ ସରକାର ଏହା ଉପରେ କାର୍ଯ୍ୟ କରୁଛନ୍ତି ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାଇ ଆଗାମୀ ୬ ମାସ ମଧ୍ୟରେ ଫ୍ଲେକ୍ସଫ୍ୟୁଲ ଇଞ୍ଜିନଙ୍କୁ ବାଧ୍ୟତା ମୂଳକ କରିବାକୁ ଯାଉଛନ୍ତି ସରକାର । ବନ୍ଧୁଗଣ ସବୁ ପ୍ରକାରର ଗାଡି ପାଇଁ ଏହି ଇଞ୍ଜିନ ପ୍ରସ୍ତୁତ କରାଯିବ । ଏହା ସହ ସମସ୍ତ ଗାଡିରେ ଏହି ଇଞ୍ଜିନ ଲଗାଇବାକୁ ସମସ୍ତ ଅଟୋ କମ୍ପାନୀକୁ ନିର୍ଦ୍ଦେଶ ଦିଆଯିବ ।

ତେବେ ଯଦି ଫ୍ଲେକ୍ସଫ୍ୟୁଲ ଇଞ୍ଜିନ ଗାଡି ଆପଣଙ୍କ ପାଖରେ ରହିବ ତା ହେଲେ ଆପଣ ବହୁତ ଶସ୍ତାରେ ଗାଡି ଚଲାଇ ପାରିବେ । ଇଥାଲିନର ଦର ଲିଟର ପ୍ରତି ୬୫ ରୁ ୭୦ ଟଙ୍କା ଅଟେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *