ଓଡିଆ ଜୋକ୍ସ- ଜଣେ ମହିଳା ଚେହେରାରେ ଭାରତ ପତାକାର ଟାଟୁ ଲଗାଇ କ୍ରିକେଟ ମ୍ୟାଚ ଦେଖୁଥିଲା ଓ ଶକ୍ତି କପୁର ଆସି ତା’ ଗାଲରେ କିସ କଲା, ମହିଳା- ଏମିତି କାହିଁକି କରିଲ ? ଶକ୍ତି କପୁର- କାହିଁକି ନା…

ଖୁସି ରହିବା ମଧ୍ୟ ଏକ ପ୍ରକାରର କଳା ଅଟେ । ଖୁସି ରହିଲେ ଆମେ ସୁସ୍ଥ ଅନୁଭବ କରିଥାଉ । ଆମ ଜୀବନରେ ବହୁତ ଅସୁବିଧା ଓ ଚିନ୍ତା ଆସିଥାଏ, ଏହିପରି ଜୀବନ ଚିନ୍ତାରେ ବିତି ଯାଇଥାଏ । ଆଜି ଆମେ ଆପଣଙ୍କ ପାଇଁ କିଛି ଖୁସି ନେଇ ଆସିଛୁ । ଆଜି ଆମେ ଆପଣଙ୍କ ପାଇଁ କିଛି ଓଡିଆ ଜୋକ୍ସ ଆଣିଛୁ, ଯାହାକୁ ପଢି ଆପଣ ଖୁବ ହସିବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଓଡିଆ ଜୋକ୍ସ ବିଷୟରେ ।

ଜୋକ୍ ୧

ପ୍ରଥମ ସାଙ୍ଗ- ଆରେ ଭାଇ, ସେକେଣ୍ଡ ଇୟରର ରେଜଲ୍ଟ ଆସିଗଲା କି ?

ଦ୍ଵିତୀୟ ସାଙ୍ଗ- ହଁ ଆସିଗଲା, ବର୍ତ୍ତମାନ ତୁ ସମ୍ମାନର ସହ କଥା ହ ମୋ ସହ ।

ପ୍ରଥମ ସାଙ୍ଗ- କାହିଁକି ?

 

ଦ୍ଵିତୀୟ ସାଙ୍ଗ- କାରଣ ବର୍ତ୍ତମାନ ମୁଁ ତୋର ସିନିୟର ।

ଜୋକ୍ ୨

ମୋର ସନ୍ଦେହ ହେଉଛି ଯେ, ମୋ ସ୍ଵାମୀଙ୍କର ଅନ୍ୟ କେଉଁ ମହିଳାଙ୍କ ସହ ଅଫେୟାର ଚାଲିଛି ।

ମହିଳାଙ୍କ ସାଙ୍ଗ- ତା ହେଲେ ବର୍ତ୍ତମାନ ତୁ କଣ କରିବୁ ?

ମହିଳା- ନିଜ ବୟଫ୍ରେଣ୍ଡକୁ ମୋ ସ୍ଵାମୀର ପଛରେ ଲଗାଇ ଦେବି ।

ଜୋକ୍ ୩

ଦିନେ ଗଣିତ ମାଷ୍ଟର ତାଙ୍କ ଶ୍ରେଣୀରେ ପିଲା ମାନଙ୍କ ଉପରେ ଚିଲାଉ ଥିଲେ ।

ଶିକ୍ଷକ- କାଲି ଯିଏ ସୂତ୍ର ମନେ ନରଖି ଆସିଥିବ ତାର ବେଳା ଖରାପ ମୁ କରିବି ।

ପପୁ- ଠିକ ଅଛି ସାର, କାଲିର କଥା କାଲି ଦେଖିବା ।

ଶିକ୍ଷକ- ଯଦି କାଲି ସୂତ୍ର ପଢି ନ ଆସିଥିବ ତା ହେଲେ ଦେଖିବ ।

ପପୁ- ସାର କଣ ଦେଖେଇବେ ଆପଣ ଏବେ କହି ଦିଅନ୍ତୁ, ଆମେ କାଲି ଆଉ କାହିଁକି ଆସିବୁ ।

ଜୋକ୍ ୪

ବାପା- ପପୁ ଘରେ ଦୁଇଟି ବିଛଣା କାହିଁକି ପକାଇଲୁ ?

ପପୁ- ଘରେ ଦୁଇଟି ଅତିଥି ଆସିବେ ।

ବାପା- କିଏ କିଏ ?

ପପୁ- ମାଙ୍କର ଭାଇ ଓ ମୋର ମାମୁ ।

ବାପା- ତାହାଲେ ଆଉ ଗୋଟେ ବିଛଣା ଲଗା, ମୋ ଶାଳା ବି ଆସୁଛି ।

ଜୋକ୍ ୫

ଗାଁର ଏକ ମହିଳା ଟ୍ରେନରେ ନିଜ ଛୁଆର ଚଡି ବଦଳାଉ ଥିଲା ।

ଏହା ଦେଖି ସହରର ମହିଳା କହିଲା… ଆପଣଙ୍କ ପାଖରେ ହଗିସ ନାହିଁ କି ?

ଗାଁର ମହିଳା ଉତ୍ତର ଦେଇ କହିଲା, ନା ଦିଦି ଇଏ କେବେଳ ମୁତିଛି ।

ଜୋକ୍ ୬

ଜଣେ ମହିଳା କ୍ରିକେଟ ମ୍ୟାଚ ଦେଖୁଥିଲା ଓ ଚେହେରାରେ ଭାରତ ପତାକାର ଟାଟୁ କରିଥିଲା ।

ସେହି ସମୟରେ ଶକ୍ତି କପୁର ଆସିଲା ଓ ମହିଳାର ଗାଲରେ କିସ କଲା ।

ମହିଳା- ଏମିତି କାହିଁକି କରିଲ ?

ଶକ୍ତି କପୁର- କାହିଁକି ନା, ଆଇ ଳଭ ମାଈ ଇଣ୍ଡିଆ ।

ଜୋକ୍ ୭

ଗୋଟେ ଝିଅ ଗୁପଚୁପ ଖାଉଥିଲା । ୧୫ ରୁ ୨୦ଟି ଗୁପଚୁପ ଖାଇବା ପରେ ସେ ତାର ବୟଫ୍ରେଣ୍ଡକୁ ପଚାରିଲା… ଡାର୍ଲିଙ୍ଗ ଆଉ ୧୦ ଟି ଖାଇଦେବି ?

ପୁଅ- ନାଗୁଣୀ ଖାଇଦେ

ଏହା ଶୁଣି ଝିଅ ଏକ ଜୋରଦାର ଚାପୁଡା ମାରିଲା ଓ କହିଲା ନାଗୁଣୀ କାହାକୁ କହିଲ ।

ପୁଅ- ମାରୁଛ କାହିଁକି, ମୁ କହିଲି ନା ଗିନ୍ ଖାଇଦେ ।

ଜୋକ୍ ୮

ମହିଳା ମାନଙ୍କ ବୁଦ୍ଧି

ସ୍ଵାମୀର ଅନ୍ୟ କାହା ସହିତ ଅଫେୟାର ଚାଲିଥିଲା, ସ୍ତ୍ରୀ ସ୍ଵାମୀ ପାଇଁ ଗୋଟିଏ ରଙ୍ଗର ୧୨ଟି ଅଣ୍ଡରୱିୟର କିଣିଲା ।

ସ୍ଵାମୀ – ଗୋଟିଏ ରଙ୍ଗର ଏତେ ସବୁ ଅଣ୍ଡରୱିୟର କାହିଁକି ନେଲ ?

ସମସ୍ତେ କହିବେ ମୁ ଅଣ୍ଡରୱିୟର ବଦଳେ ନାହିଁ ।

ସ୍ତ୍ରୀ- ସମସ୍ତେ ମାନେ କିଏ ହାଁ, ଏହା ଶୁଣି ସ୍ଵାମୀ ଫେରାର ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଜୋକ୍ସ ଗୁଡିକ ନିଶ୍ଚୟ ପସନ୍ଦ ଆସିଥିବ, ଭଲା ଲାଗିଥିଲେ ଅନ୍ୟମାନଙ୍କ ସହ ଶେୟାର କରି ନିଜେ ହସନ୍ତୁ ଓ ଅନ୍ୟମାନଙ୍କୁ ବି ହସାନ୍ତୁ ଓ ଏହିଭଳି ମଜାଳିଆ ପୋସ୍ଟ ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *