ଓଡିଆ ଜୋକ୍ସ: ପପୁ- ପୁରୁଷର ଶେଷ ଗୁରୁ ତାର ସ୍ତ୍ରୀ ହୋଇଥାଏ, ଗପୁ- କେମିତି ? ପପୁ- କାରଣ ସ୍ତ୍ରୀ ଆସିବା ପରେ…ପଢନ୍ତୁ ଏମିତି ଆହୁରି ୯ ଟି ମଜାଦାର ଜୋକ୍ସ

ସାଙ୍ଗମାନେ ଜୀବନରେ ହସିବା ବହୁତ ଜରୁରୀ ଅଟେ । ଆଜି କାଲିର ଜୀବନରେ ବ୍ୟସ୍ତ ବାହୁଲତା ଭିତରେ ମଣିଷ ହସିବା ଭୁଲି ଯାଇଛି । ହସିବା ଦ୍ଵାରା ଆମ ସ୍ୱାସ୍ଥ୍ୟ ଭଲ ରହିଥାଏ ତେଣୁ ଜୀବନରେ ହସ ନିହାତି ଜରୁରୀ । ତେଣୁ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ମଜାଦାର ଜୋକ୍ସ ଆଣିଛୁ ଯାହାକୁ ପଢିବା ପରେ ଆପଣ ବହୁତ ହସିବେ । ବନ୍ଧୁଗଣ ଏହି ଜୋକ୍ସକୁ ପଢି ଆପଣ ନିଜ ମାଇଣ୍ଡ ଫ୍ରେସ କରି ପାରିବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ମଜାଦାର ଓଡିଆ ଜୋକ୍ସ ବିଷୟରେ ।

ଜୋକ୍ ୧

ପପୁ- ପୁରୁଷର ଶେଷ ଗୁରୁ ତାର ସ୍ତ୍ରୀ ହୋଇଥାଏ ?

ଗପୁ- କେମିତି ?

ପପୁ- କାରଣ ସ୍ତ୍ରୀ ଆସିବା ପରେ ନା ତା’କୁ କାହାର ଜ୍ଞାନର ଆବଶ୍ୟକତା ହୋଇଥାଏ ନା କୌଣସି ଜ୍ଞାନ କାମରେ ଆସିଥାଏ ।

ଜୋକ୍ ୨

ସ୍ତ୍ରୀ ସ୍ଵାମୀକୁ କହୁଛି- ଚାଲ ଆଜି କୁଆଡେ ଗୋଟେ ବାହାରକୁ ଯିବା, ଗାଡି ମୁଁ ଚଲାଇବି ।

ସ୍ଵାମୀ – ମାନେ ଯିବା ଗାଡିରେ ଆସିବା ଖବର କାଗଜରେ ।

ଜୋକ୍ ୩

ଅଧା ରାତିରେ ଘର ପାଖରେ ହେଉଥିବା ଶବ୍ଦକୁ ଶୁଣି ସ୍ଵାମୀ ଉଠିଗଲା ।

ସେ ଘର ବାହାରକୁ ଯାଇ ସମସ୍ତଙ୍କୁ ପଚାରିଲା କଣ ହେଲା ?

କିଛି ଲୋକ ତାକୁ କହିଲେ, ସାବଧାନ ରହିବ, ପାଣିରେ ବିଷ ମିଶିଛି ।

ଏହା ଶୁଣି ସ୍ଵାମୀ ସଙ୍ଗେ ସଙ୍ଗେ ଘର ଭିତରକୁ ଚାଲିଗଲା ।

ଏହା ପରେ ସ୍ତ୍ରୀ ସ୍ଵାମୀକୁ ପଚାରିଲା, ଘର ବାହାରେ କଣ ହେଉଛି ?

ସ୍ଵାମୀ- କିଛି ନାହିଁ ଲୋକମାନେ ଫାଲତୁ କଥା ହେଉଛନ୍ତି, ତୁ ଆମର ପାଣି ପିଇ କି ଶୋଇଯା ।

ଜୋକ୍ ୪

କିଛି ଲୋକ ଧନ ପାଇଁ ଝଗଡା କରନ୍ତି…

କିଛି ଲୋକ ଧର୍ମ ପାଇଁ ଓ ଅନ୍ୟ କିଛି ଲୋକ ଜାତି ପାଇଁ

ହେଲେ କେବଳ ପତି ପତ୍ନୀ କୌଣସି ସ୍ଵାର୍ଥ ବିନା ପରସ୍ପର ମଧ୍ୟରେ ଝଗଡା କରନ୍ତି ।

ଜୋକ୍ ୫

ସ୍ଵାମୀ- ମୋତେ ତ ନିଜ ଲୋକମାନେ ଲୁଟିଲେ, ପର ଲୋକଙ୍କର କଣ ଦମ ଥିଲା,

ହେଲେ ମୋ ଡଙ୍ଗା ତ ସେଇଠି ବୁଡିଲା ଯେଉଁଠି ପାଣି କମ ଥିଲା ।

ସ୍ତ୍ରୀ- ତମେ ତା ହେଲେ ଆଗରୁ ମୂର୍ଖ ଥିଲ, ତମକୁ କଣ ଜଣା ପଡିଲା ନାହିଁ,

ଯଦି ସେଠାରେ କମ ପାଣି ଥିଲା ତା ହେଲେ ତମେ କାହିଁକି ଯାଉଥିଲ ।

ଜୋକ୍ ୬

ସେ ବୁଲି ବୁଲି ଦେଖୁଥିଲେ ମତେ, ମୁ ମଧ୍ୟ ବୁଲି ବୁଲି ତାଙ୍କୁ ଦେଖୁଥିଲି ।

ସେ ମୋ ପାଖରେ ଆଉ ମୁ ତାଙ୍କ ପାଖରେ, ମୁ ତାଙ୍କ ପାଖରେ ଆଉ ସେ ମୋ ପାଖରେ,

କାରଣ ପରୀକ୍ଷାରେ ଆମ ଦୁହିଁ ଙ୍କୁ କିଛି ଆସୁନଥିଲା ।

ଜୋକ୍ ୭

ଏକ ସୁନ୍ଦର ମହିଳା କ୍ରିକେଟ ମ୍ୟାଚ ଦେଖୁଥିଲା

ଦେଖୁଥିବା ସମୟରେ ସେ ତାର ଚେହେରାରେ ଭାରତ ପତାକାର ଟାଟୁ କରିଥିଲା

ସେହି ସମୟରେ ଏକ ବୃଦ୍ଧ ମଣିଷ ଆସି ତାର ଚେହେରାକୁ ଚୁମ୍ବନ କରି କହିଲା, କେତେ ମହାନ ଦେଶ ମୋ ଭାରତ ।

ଜୋକ୍ ୮

ପୁଅ- ବାପା ତମେ କହୁଥିଲ ନା ଚୁପ ଚାପ ରେ ଏମିତି ପରିଶ୍ରମ କର ଯେ

ସଫଳତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ

ବାପା- ହଁ ପୁଅ

ପୁଅ- ବାପା ମୋ ଗର୍ଲଫ୍ରେଣ୍ଡର ପୁଅ ହେଇଛି

ଜୋକ ୯

ଟିଚର – କରେଣ୍ଟ କେଉଁଠୁ ଆସୁଛି ?

ଟିଟୁ – ସାର, ମାମୁଁ ଘରୁ !

ଟିଚର – କେମିତି ?

ଟିଟୁ – ଯେତେବେଳେ ବି କରେଣ୍ଟ ଯାଏ ପାପା କୁହନ୍ତି,

ଶଳା, ପୁଣି କରେଣ୍ଟ କାଟିଦେଲେ …!!!

ସାଙ୍ଗମାନେ ଆପଣଙ୍କୁ ଆମର ଏହି ଜୋକ୍ସ ଗୁଡିକ କିପରି ଲାଗିଲା ଆମକୁ ଜଣାନ୍ତୁ । ଯଦି ଆପଣଙ୍କୁ ଏଗୁଡିକ ଭଲ ଲାଗିଥାଏ ଶେୟାର କରି ନିଜେ ହସିବା ସହିତ ଅନ୍ୟମାନଙ୍କୁ ବି ହସାନ୍ତୁ ଓ ଆଗକୁ ଏମିତି ମଜାଳିଆ ପୋସ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *