ବନ୍ଧୁଗଣ ଆଜି ଆମେ ଫ୍ରିଜ ବିଷୟରେ ଆଲୋଚନା କରିବା।ଆମେ ଖାଦ୍ୟ ବଳକା ହୋଇଗଲେ ଏହି ଫ୍ରିଜ ଭିତରେ ହିଁ ରଖିଦେଇଥାଉ। ଏବଂ ଭାବୁ କି ସେ ସବୁ ତାଜା ରହିବ। କିନ୍ତୁ କିଛି ଏପରି ଜିନିଷ ଅଛି ଯାହାକୁ ଫ୍ରିଜ ଭିତରେ ରଖିବା ଆମ ପାଇଁ ଭୟଙ୍କର ହୋଇପାରେ। ତେବେ ସେ ଜିନିଷ ଗୁଡିକ କଣ ଯାହାକୁ ଆମେ ଫ୍ରିଜ ରେ ରଖିଲେ ତାହା ଆମ ପାଇଁ କିଛି ଭୟଙ୍କର ହୋଇଯିବ। ଏବଂ ଏହା ଛଡା ଆମକୁ କର୍କଟ ରୋଗ ମଧ୍ୟ ହେବାର ସମ୍ଭାବନା ଅଛି। ତେବେ ଚାଲନ୍ତୁ ଜାଣିନେବା ସେହି ବିଷୟରେ।
ଆମ ସମସ୍ତଙ୍କ ଘରେ ଫ୍ରିଜ ଅଛି। କାହା ଘରେ ଗୋଟିଏ ଫ୍ରିଜ ଅଛି ତ ଆଉ କାହା ଘରେ ଦୁଇଟି। ଦୁନିଆ ର ସବୁଠୁ ବଡ଼ ଫ୍ରିଜ ୨୭ କିଲୋମିଟର ଲମ୍ବା। ଆମେରିକା ରେ ସବୁ ବର୍ଷ ଆଠ ମିଲିୟନ ଫ୍ରିଜ ବିକ୍ରି ହୋଇଥାଏ।
୧- ଟମାଟୋ କୁ ଫ୍ରିଜ ଭିତରେ ରଖିବା ଉଚିତ ନୁହେଁ। ଆମେ ପରିବା ଭିତରେ ସବୁଠୁ ଅଧିକ ଟମାଟୋ କୁ ଫ୍ରିଜ ଭିତରେ ରଖିଥାଉ। କିନ୍ତୁ ଏହା ଦ୍ୱାରା ଟମାଟୋ ର ସ୍ୱାଦ ଖରାପ ହୋଇଯାଏ। ଫ୍ରିଜ ର ଥଣ୍ଡା ପବନ ରେ ଟମାଟୋ ଟିକେ କୋମଳ ହୋଇଯାଇ ଥାଏ।
୨- ରସୁଣ କୁ ମଧ୍ୟ ଫ୍ରିଜ ଭିତରେ ରଖିବା ଉଚିତ ନୁହେଁ। ଆମେ ମସଲା ଭିତରେ ସବୁଠୁ ଅଧିକ ରସୁଣ କୁ ହିଁ ବ୍ୟବହାର କରିଥାଉ। କିନ୍ତୁ ଏହାକୁ ଫ୍ରିଜ ଭିତରେ ରଖିବା ଉଚିତ ନୁହେଁ। କାରଣ ବେଶୀ ଥଣ୍ଡା ରେ ରହିଲେ ଏହାର ଗୁଣ ରହି ନ ଥାଏ।
୩- ପିଆଜ କୁ ମଧ୍ୟ ଫ୍ରିଜ ଭିତରେ ରଖିବା ଉଚିତ ନୁହେଁ। ପିଆଜ ଅତି କୋମଳ ହୋଇଥିବାରୁ ତାହା ଭିତରେ ଫିମ୍ପି ହୋଇଯାଇଥାଏ। ତେଣୁ ଏହାକୁ ବାହାରେ ରଖିବା ଉଚିତ।
୪- ପୁଦିନା ର ବାସ୍ନା ବହୁତ କଡା ଥାଏ। ଏହାକୁ ଫ୍ରିଜ ଭିତରେ ରଖିଲେ ଫ୍ରିଜ ରେ ଥିବା ସମସ୍ତ ଖାଦ୍ୟ ରେ ପୁଦିନା ର ବାସ୍ନା ରହିଯାଏ। ଏହାକୁ ବାହାରେ ରଖିବା ହିଁ ଉଚିତ।
୫- ପାଉଁରୁଟି କୁ ମଧ୍ୟ ଫ୍ରିଜ ରେ ରଖିବା ଉଚିତ ନୁହେଁ। ସମସ୍ତେ ଭାବନ୍ତି ପାଉଁରୁଟି କୁ ଫ୍ରିଜ ରେ ରଖିଲେ ତାହା ବେଶୀ ସମୟ ରହିଥାଏ କିନ୍ତୁ ପାଉଁରୁଟି କୁ ଫ୍ରିଜ ରେ ରଖିଲେ ତାହା ଶୀଘ୍ର ଶୁଖିଯାଇଥାଏ।
୬-କଫି କୁ ମଧ୍ୟ ଫ୍ରିଜ ରେ ରଖିଲେ ତାହାର ସ୍ୱାଦ ନଷ୍ଟ ହୋଇଯାଇ ଥାଏ।
୭- ମହୁ କୁ ମଧ୍ୟ ଫ୍ରିଜ ରେ ରଖିବା ର ଆବଶ୍ୟକ ନୁହେଁ। କାରଣ ମହୁ କୁ ଫ୍ରିଜ ରେ ରଖିଲେ ତାହାର ସମସ୍ତ ଗୁଣ ନଷ୍ଟ ହୋଇଯାଇ ଥାଏ।
୮- ଲେମ୍ବୁ, କମଳା କୁ ମଧ୍ୟ ଫ୍ରିଜ ରେ ରଖିଲେ ତାହା ପିତା ହୋଇଯାଏ।
୯- ଆଚାର କୁ ମଧ୍ୟ ଫ୍ରିଜ ରେ ରଖିବା ଉଚିତ ନୁହେଁ। କାରଣ ଆଚରକୁ ଫ୍ରିଜ ରେ ରଖିଲେ ଅନ୍ୟ ସାମଗ୍ରୀ କୁ ମଧ୍ୟ ନଷ୍ଟ କରିଦେଇଥାଏ।
୧୦- ଫ୍ରିଜ ରେ କେକ ପାଇଁ ଥିବା ସାମଗ୍ରୀ କୁ ମଧ୍ୟ ରଖିବା ଉଚିତ ନୁହେଁ।
୧୧- ବାସି ଖାଦ୍ୟ କୁ ବାରବାର ଗରମ କରି ଖାଇଲେ ସେଥିରେ ଥିବା ପୃଷ୍ଟିକ୍ ନଷ୍ଟ ହୋଇଯାଇ ଥାଏ। ଏହି ସବୁ ଖାଦ୍ୟ ଖାଇବା ଦ୍ୱାରା ଆମ ଶରୀରରେ ଅନେକ ପ୍ରକାରର ରୋଗ ବୃଦ୍ଧି ହୋଇଥାଏ। ରକ୍ତ ଚାପ ମଧ୍ୟ ବଢିଯାଏ।ଏବଂ ଆମ କୁ ପ୍ରୋଟିନ ମଧ୍ୟ ମିଳିନଥାଏ। ତେଣୁ ସର୍ଵଦା ତାଜା ଖାଦ୍ୟ ଖାଇବା ଉଚିତ।
୧୨. ଆଳୁ କୁ ମଧ୍ୟ ଫ୍ରିଜ ରେ ରଖିବା ଉଚିତ ନୁହେଁ। ଆଳୁ କୁ ଫ୍ରିଜ ରେ ରଖିଲେ ଆମକୁ କର୍କଟ ରୋଗ ହେବାର ଆଶଙ୍କା ରହିଛି।
ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ