ଫ୍ଲାଇଟ ଭିତରେ ତୁ ତୁ ମେଁ, କେନ୍ଦ୍ରମନ୍ତ୍ରୀ Smriti Irani ଙ୍କ ସହ….ଭାଇରାଲ ହେଲା Video

ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଫ୍ଲାଇଟରେ ଦିଲ୍ଲୀରୁ ଗୌହାଟି ଯାଉଥିଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି ।

ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ପାଖରେ ଦେଖି ସୁଯୋଗ ହାତଛଡା କରି ନଥିଲା କଂଗ୍ରେସ ନେତ୍ରୀ ନେଟ୍ଟା ଡିସୌଜା । ଫ୍ଲାଇଟ ଲ୍ୟାଣ୍ଡିଙ୍ଗ ପରେ ସ୍ମୃତି ନିଜ ସିଟରୁ ଉଠି ବାହାରକୁ ଗଲାବେଳେ, ନେଟ୍ଟା ମୋବାଇଲ କ୍ୟାମେରା ଅନ୍ କରି ତାଙ୍କୁ ତେଲ ଓ ଏଲପିଜି ଗ୍ୟାସ୍ ଦର ବୃଦ୍ଧି ନେଇ ପ୍ରଶ୍ନ କରିଥିଲେ । ଘନଘନ ବାଣରେ ଏକ ପ୍ରକାରର ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ ସ୍ମୃତି ଇରାନୀ ।

ସ୍ମୃତିଙ୍କୁ ଏହା ଠିକ ଲାଗି ନଥିଲା ଶେଷରେ ଯାତ୍ରୀଙ୍କୁ ରାସ୍ତା ବନ୍ଦ ନକରିବା କଥା କହିବା ସହ ଏଡାଇ ଚାଲିଯିବାକୁ ଚେଷ୍ଟା କରିଥିଲେ । ପରେ ନେଟ୍ଟା ମିଛ କଥା କହୁଛନ୍ତି ବୋଲି ସ୍ମୃତି କହିଥିବାର ଦେଖିବାକୁ ମିଳିଛି । ବାରମ୍ବାର ତୈଳ ଦର ବୃଦ୍ଧିକୁ ନେଇ ପ୍ରଶ୍ନ ପଚାରିବାକୁ ସ୍ମୃତି ମଧ୍ୟ ନିଜ ମୋବାଇଲ କାଢି ଭିଡିଓ କରିବାକୁ ଲାଗିଲେ । ସ୍ମୃତି କହିଥିଲେ, ଭାରତରେ ଏତେ ଲୋକଙ୍କୁ ମାଗଣା ଟୀକା ଓ ରାଶନ ମିଳୁଛି । ଏତେ ଟଙ୍କା ଆସିବ କେଉଁଠୁ ବୋଲି ପଚାରି ଥିଲେ ଏଥିସହ ସ୍ମୃତି କହିଥିଲେ, ମୋତେ ପବ୍ଲିକ ପ୍ଲେସରେ ବିରୋଧୀ ଘେରୁ ଛନ୍ତି ।

ବିନା ଅନୁମତିରେ ଭିଡିଓ କରା ହେଉଛି । ସେପଟେ ଘେରିବା କଥାକୁ ନେଇ କଂଗ୍ରେସ ନେତ୍ରୀ କହିଛନ୍ତି, ସେ ହେଉଛନ୍ତି ଦେଶର ଜଣେ ମନ୍ତ୍ରୀ ଜନତାଙ୍କ ସାମ୍ନାରେ ସେ ଉତ୍ତର ଦାୟୀ । ତାଙ୍କର ଭିଡିଓ ହେବା କିଛି ଗୁରୁତ୍ଵର ଅପରାଧ ନୁହେଁ ବୋଲି ସେ କହିଛନ୍ତି । ଏହି ଭିଡିଓକୁ କଂଗ୍ରେସ ନେତ୍ରୀ ନିଜେ ଟ୍ବିଟ କରିଛନ୍ତି ଫଳରେ ପୁରା ଘଟଣା ଏବେ ଲୋକଲୋଚନକୁ ଆସିଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *