ଫାଇନାଲରେ ଭାଙ୍ଗିଲା ଭାରତୀୟଙ୍କ ହୃଦୟ, ମ୍ୟାଚ ହାରିବା ପରେ କାନ୍ଦିଲେ ଶେଫାଲୀ ବର୍ମା, ମାତ୍ର ଏତିକି ରନରେ ହେଲେ ଅଲଆଉଟ

ଅଷ୍ଟ୍ରେଲିୟା ଟିମର ଓପନର ବ୍ୟାଟ୍ସମ୍ୟାନ ବେଥ ମୁନୀ ଓ ଏଲିସା ହୀଲୀଙ୍କ ଅର୍ଦ୍ଧଶତକ ପରେ ମେଗାନ ସ୍କଟଙ୍କ କ୍ୟାପଟେନଶିପରେ ଭଲ ବୋଲିଙ୍ଗ କରି ଆଜି ଅନୁଷ୍ଠିତ ଆଇସିସି ମହିଳା ଟି – ୨୦ ବିଶ୍ଵ କପର ଫାଇନାଲ ମ୍ୟାଚରେ ଭାରତକୁ ୮୫ ରନରେ ହରାଇ ପଞ୍ଚମ ଥର ଟ୍ରଫି ନିଜର ନାମରେ କରିଛି ଅଷ୍ଟ୍ରଲିୟା ମହିଳା କ୍ରିକେଟ ଟିମ । ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ଦିନ ଖେଳା ଯାଇଥିବା ଏହି ମ୍ୟାଚରେ ଅଷ୍ଟ୍ରେଲିୟା ଟିମ ଷଷ୍ଠ ଥର ପାଇଁ ଫାଇନାଲରେ ପହଞ୍ଚି ଥିଲେ ।

ଏହା ପୂର୍ବରୁ ଅଷ୍ଟ୍ରଲିୟା ୨୦୧୦, ୨୦୧୨, ୨୦୧୪, ୨୦୧୮ରେ ଏହି ୱାର୍ଲ୍ଡ କପ ଜିତିଥିଲେ । ଯେତେବେଳେ କି ୨୦୧୬ର ଫାଇନାଲରେ ୱେସ୍ଟଇଣ୍ଡିଜ ଠାରୁ ପରାଜୟ ମିଳିଥିଲା । କିନ୍ତୁ ଆଜି ଅନୁଷ୍ଠିତ ହୋଇଥିବା ଫାଇନାଲ ମ୍ୟାଚ ପରେ ଖେଳାଳି ଶେଫାଲୀ ବର୍ମା ପଡିଆ ଉପରେ ହିଁ କାନ୍ଦିବାକୁ ଲାଗିଲେ । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

କହିବାକୁ ଗଲେ ଅଷ୍ଟ୍ରେଲିୟା ଟସ ଜିତି ବ୍ୟାଟିଙ୍ଗ କରି ମୁନୀ (୭୮) ଓ ହୀଲୀ (୭୫) କରି ୪ଟି ୱିକେଟରେ ୧୮୪ ରନ କରିଲେ । ଏହା ପରେ ଅଷ୍ଟ୍ରେଲିୟାର ବୋଲର ଭାରତୀୟ ଟିମକୁ ୧୯.୧ ଓଭରରେ ମାତ୍ର ୯୯ ରନରେ ଅଲ ଆଉଟ କରିଦେଲେ । ଆପଣଙ୍କୁ କହିଦେଉଛୁ କି ଭାରତୀୟ ଟିମ ପ୍ରଥମ ଥର ICC Womens T20 Worldcupର ଫାଇନାଲରେ ପହଞ୍ଚି ଥିଲା ।

କହିବାକୁ ଗଲେ ଅଷ୍ଟ୍ରେଲିୟାର ମେଗାନ ସ୍କଟ ୩.୧ ଓଭରରେ ୧୮ ରନ ଦେଇ ୪ଟି ୱିକେଟ ଓ ଜେଫ ଜୋନାସେନ ୪ ଓଭରରେ ୨୦ ରନ ଦେଇ ୩ଟି ୱିକେଟ ନେଇଛନ୍ତି  । ସୋଫୀ ମୋଲୀନେକ୍ସ, ଡେଲିସା କିମିନ୍ସ ଓ ନିକୋଲା କାରେ ବି ଗୋଟିଏ ଗୋଟିଏ ୱିକେଟ ନେଇଛନ୍ତି । ଟୂର୍ନାମେଂଟର ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିୟାକୁ ହରାଇ ଥିବା ଭାରତୀୟ ଟିମ ଆଜି ପ୍ରେସର ସାମ୍ନା କରି ପାରିଲା ନାହିଁ ।

ଭାରତୀୟ ମହିଳା କ୍ରିକେଟ ବିଷୟରେ କହିବା ତ କେବଳ ଦୀପ୍ତି ଶର୍ମା ୩୩ ରନ କରିଛନ୍ତି । ଏହା ଛଡା କୃଷ୍ଣମୂର୍ତି (୧୯) ଓ ରିଚା ଘୋଷ (୧୪) ରନ କରିଛନ୍ତି । ଏହା ପରେ ପୁରା ଟିମ ୯୯ ରନରେ ଅଲ ଆଉଟ ହୋଇ ଯାଇଥିଲା । ଏହା ଛଡା ଭାରତୀୟ ଟିମର ଫିଲଡିଙ୍ଗ ଏତେ ବି ଖାସ ନ ଥିଲା ।

Leave a Reply

Your email address will not be published. Required fields are marked *