ଫିଲ୍ମ ଶୁଟିଙ୍ଗ କରିବା ସମୟରେ ପ୍ରେଗନେଣ୍ଟ ହେଇ ଯାଇଥିଲେ bollywood ର ଏହି 6 ଜଣ heroine

ବନ୍ଧୁଗଣ ବଲିଉଡର ବହୁତ କିଛି ମାମଲା ଆପଣ ମାନେ ନିଶ୍ଚୟ ଜାଣିଥିବେ । ହେଲେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ମାମଲା ବିଷୟରେ କହିବୁ ତାହା ବିଷୟରେ ଆପଣମାନେ ଜାଣିଥିବେ । ବନ୍ଧୁଗଣ ବଲିଉଡର ଏମିତି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବାଧ୍ୟ ହୋଇ ପ୍ରେଗେଣ୍ଟ ଥିବା ସମୟରେ ଫିଲ୍ମ ସୁଟିଙ୍ଗ କରିଥିଲେ ଓ ଅନ୍ୟ କେତେକ ଅଭିନେତ୍ରୀ ଯେଉଁମାନେ ଫିଲ୍ମ କରିବା ସମୟରେ ପ୍ରେଗ୍ନେଣ୍ଟ ହୋଇଥିଲେ, ଏଥିପାଇଁ ସେମାନଙ୍କୁ ଫିଲ୍ମରୁ ବାହାର କରଯାଇଥିଲା । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

କରିନା କପୁର

ଆପଣ ମାନେ ସମସ୍ତେ ବଲିଉଡର ଷ୍ଟାଇଲିସ ଅଭିନେତ୍ରୀ କରିନା କପୁରଙ୍କୁ ନିଶ୍ଚୟ ଜାଣିଥିବେ । କରିନା କପୁର ଯେତେବେଳେ ‘ବୀରେ ଦି ୱେଡିଙ୍ଗ’ ଫିଲ୍ମ କରୁଥିଲେ ସେହି ସମୟରେ ସେ ପ୍ରେଗ୍ନେଣ୍ଟ ହୋଇ ଯାଇଥିଲେ । ଏଥିପାଇଁ ତାଙ୍କୁ ଫିଲ୍ମର ସୁଟିଙ୍ଗ ଅଧାରୁ ଛାଡିବାକୁ ପଡିଥିଲା । ଏହା ପରେ ନିଜ ପୁଅ ତେମୁରକୁ ଜନ୍ମ ଦେବା ପରେ କରିନା କପୁର ପୁଣି ଆସି ସେହି ଫିଲ୍ମକୁ କମ୍ପ୍ଲିଟ କରିଥିଲେ ।

ଐଶ୍ଵର୍ୟ୍ୟା ରାୟ ବଚ୍ଚନ


ଐଶ୍ଵର୍ୟ୍ୟା ରାୟ ବଚ୍ଚନ ଯେତେବେଳେ ୨୦୧୧ରେ ଫିଲ୍ମ ‘ହିରୋଇନ’ର ସୁଟିଙ୍ଗ କରୁଥିଲେ ସେହି ସମୟରେ ସେ ପ୍ରେଗ୍ନେଣ୍ଟ ହୋଇ ଯାଇଥିଲେ । ହେଲେ ସେ ଏହି କଥା ବିଷୟରେ କାହାକୁ କହି ନଥିଲେ । ହେଲେ ଫିଲ୍ମ ଡାଇରେକ୍ଟରକୁ ଏହି କଥା ବିଷୟରେ ଜଣା ପଡି ଯାଇଥିଲା, ଐଶ୍ଵର୍ୟ୍ୟା ରାୟଙ୍କ ସୁସ୍ଥ ଶରୀର ପାଇଁ ସେ ଐଶ୍ଵର୍ୟ୍ୟାଙ୍କୁ ଏହି ଫିଲ୍ମରୁ କାଢି କରିନାଙ୍କୁ ରଖିଥିଲେ ।

କାଜୋଲ

୧୯୯୯ ମସିହାରେ କାଜୋଲ ଅଜୟ ଦେବଗନଙ୍କ ସହ ବିବାହ କରିଥିଲେ । ଫିଲ୍ମ ‘ମାଈ ନେମ ଇଜ ଖାନ’ ର ସୁଟିଙ୍ଗ ସମୟରେ କାଜୋଲ ପ୍ରେଗ୍ନେଣ୍ଟ ଥିଲେ । ଏହା ସହିତ ୨୦୧୦ ମସିହାରେ ଆସିଥିବା ଫିଲ୍ମ ‘ୱି ଆର ଫ୍ୟାମିଲି’ ର ସୁଟିଙ୍ଗ ସମୟରେ କାଜୋଲ ଦ୍ଵିତୀୟ ଥର ପ୍ରେଗ୍ନେଣ୍ଟ ହୋଇ ଯାଇଥିଲେ । ସେହି ସମୟରେ କରନ ଜୋହର ଓ ଅଜୟ ଦେବଗନ କାଜୋଲଙ୍କର ଧ୍ୟାନ ରଖିଥିଲେ ।

ଜୁହୀ ଚାବଲା

ଗୋଟେ ସମୟରେ ଜୁହୀ ବଲିଉଡର ଜଣା ଶୁଣା ଅଭିନେତ୍ରୀ ଥିଲେ । ଜୁହୀ ବିଜନେସମ୍ୟାନ ଜୟ ମେହେତାଙ୍କ ସହ ବିବାହ କରିଛନ୍ତି । ଆଜି ଜୁହୀ ଦୁଇଟି ପିଲାଙ୍କର ମା ଅଛନ୍ତି । ହେଲେ ପ୍ରେଗ୍ନେଣ୍ଟ ଥିବା ସମୟରେ ମଧ୍ୟ ଜୁହୀ ଫିଲ୍ମ କରିଥିଲେ ।

ମାଧୁରୀ ଦୀକ୍ଷିତ

ଆପଣ ମାନେ ସମସ୍ତେ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କୁ ନିଶ୍ଚୟ ଜାଣିଥିବେ । ଫିଲ୍ମ ‘ଦେବଦାସ’ର ସୁଟିଙ୍ଗ ସମୟରେ ମାଧୁରୀ ପ୍ରେଗ୍ନେଣ୍ଟ ହୋଇଯାଇଥିଲେ । ହେଲେ ଏହି କଥା ବିଷୟରେ କୌଣସି ଲୋକ ଜାଣିପାରି ନଥିଲେ ।

ଶ୍ରୀଦେବୀ


୧୯୯୭ ମସିହାରେ ଆସିଥିବା ଫିଲ୍ମ ‘ଜୁଦାଇ’ର ସୁଟିଙ୍ଗ କରିବା ସମୟରେ ପ୍ରେଗ୍ନେଣ୍ଟ ଥିଲେ । ସେହି ସମୟରେ ଶ୍ରୀଦେବୀ ନିଜ ବଡ ଝିଅ ଯାନଭିଙ୍କୁ ଜନ୍ମ ଦେବାକୁ ଯାଉଥିଲେ । ସେହି ଫିଲ୍ମର ଡାଇରେକ୍ଟର ଥିଲେ ଶ୍ରୀଦେବୀଙ୍କ ସ୍ଵାମୀ । ସେଥିପାଇଁ ଏହି ଫିଲ୍ମଟି ଶ୍ରୀଦେବୀ କରିଥିଲେ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *