ଋଷ-ୟୁକ୍ରେନ ଯୁଦ୍ଧର ଫାଇଦା ଉଠେଇବାକୁ ଚାହୁଁଥିଲା ଚୀନ, ଫସର ଫାଟିଗଲା ଚୀନ ର ସବୁ ପ୍ଲାନ !

ବନ୍ଧୁଗଣ ଗତ ୫ ଦିନ ହେବ ଋଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଛି । ତେବେ ଋଷ ସେନା ୟୁକ୍ରେନର ଅନେକ ସହରକୁ ନଷ୍ଟ କରିଦେବା ପରେ ଏବେ ୟୁକ୍ରେନ ରାଜଧାନୀ କିବ୍ ଆଡେ ଗତି କରୁଛନ୍ତି । ୟୁକ୍ରେନ ଏବେ ରଣକ୍ଷେତ୍ର ପାଲଟିଛି । ଆଉ ଅନ୍ୟ ପକ୍ଷରେ ସେନାରେ ବହୁତ ସଂଖ୍ୟାରେ ସେନା ଯବାନ ଠୁଳ କରିବାରେ ଲାଗିଛି ଋଷିଆ । ଦୀର୍ଘ ଦିନ ହେବ ଋଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦଟି ଏବେ ଉଗ୍ର ରୂପ ନେଇଛି ।

ବନ୍ଧୁଗଣ ୟୁକ୍ରେନ ସହ କେତେକ ୟୁରୋପୀୟ ଦେଶ ଥିବା ବେଳେ ଏହି ଯୁଦ୍ଧ ଋଷ ଏକା ଲଢୁଛି । ତେବେ ବନ୍ଧୁଗଣ ଏହାରି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସୁଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ବଡ ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ବଡ ଖବର ବିଷୟରେ । ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଅନ୍ୟ ପଟରେ ଚୀନର ଯୁଦ୍ଧ ବିମାନ ଗୁଡିକ ତାଇବାନ ଆକାଶରେ ନଜର ଆସୁଛନ୍ତି ।

ମାତ୍ର ଏକ ମାସ ମଧ୍ୟରେ ଚୀନ ଯୁଦ୍ଧ ବିମାନ ଗୁଡିକ ୧୨ ଥର ତାଇବାନ ଭିତରେ ପଶି ସାରିଛନ୍ତି । ଋଷ ଓ ୟୁକ୍ରେନ ଯୁଦ୍ଧ ପରେ ତାଇବାନ ଏବଂ ଚୀନ ମଧ୍ୟରେ ଯୁଦ୍ଧ ହେବାର ସଙ୍କେତ ଦେଖା ଯାଉଛି । ଏହି ଖବରକୁ ନେଇ ସାରା ବିଶ୍ଵରେ ଏବେ ଚର୍ଚ୍ଚା ଚାଲିଛି । ଏବେ ସବୁଠାରୁ ବଡ ପ୍ରଶ୍ନ ଏହା ଉଠିଛି ଯେ, ଯେଉଁ ଭଳି ଭାବରେ ଋଷ ୟୁକ୍ରେନର ଅନେକ ଅଞ୍ଚଳକୁ ନଷ୍ଟ କରି କବଜା କରିଛି କଣ ସେହି ଭଳି ଚୀନ ତାଇବାନର ସହର ଗୁଡିକୁ ନଷ୍ଟ କରି କବଜା କରିବ ।

ଗତ କିଛି ମାସ ତଳେ ଋଷ ରାଷ୍ଟ୍ରପତି ପୁଟିନ ଓ ଚୀନ ରାଷ୍ଟ୍ରପତି ଜି ଜିନଫିଙ୍ଗ ମିଶି ଏକ ଜଏଣ୍ଟ ଷ୍ଟେଟମେଣ୍ଟ ଜାରି କରିଥିଲେ । ଏଥିରେ ଦୁଇଜଣ ନେତା ତାଇବାନକୁ ଚୀନର ଭାଗ ବୋଲି କହିଥିଲେ । ହେଲେ ବନ୍ଧୁଗଣ ତାଇବାନ ଉପରେ ଆକ୍ରମଣ କରିବା ଏତେ ବି ସହଜ ନୁହେଁ । ୧୯୫୦ ମସିହା ପରେ ଚୀନ ତାଇବାନ ଉପରେ କବଜା କରିବାକୁ ଚାହୁଁଛି ।

ସେବେଠାରୁ ଅନେକ ସରକାର ବଦଳି ଛନ୍ତି ହେଲେ ଚୀନ ନିଜ ଲକ୍ଷକୁ ହାସଲ କରିପାରି ନାହିଁ । ବନ୍ଧୁଗଣ ତାଇବାନ ସହ ଆମେରିକା ଓ ଜାପାନ ଭଳି ବଡ ଦେଶ ଅଛନ୍ତି ତେଣୁ ଯଦି ଚୀନ ତାଇବାନ ଉପରେ ଆକ୍ରମଣ କରେ ତା ହେଲେ ଚୀନ ନିଶ୍ଚୟ ଫଶି ଯିବ । ତାଇବାନ ଉପରେ ଚୀନର ଆକ୍ରମଣ କଷ୍ଟକର ନୁହେଁ ଅସମ୍ଭବ । ଚୀନ କେବେବି ତାଇବାନ ଉପରେ ଆକ୍ରମଣ କରି କବଜା କରିପାରିବ ନାହିଁ । ଏମିତି ପରିସ୍ଥିତିରେ ଚୀନ ଏବେ ଅନ୍ୟ ଦେଶ ମାନଙ୍କ ଆଖି ସାମ୍ନାରେ ଅଛି ଓ ଫଶି ଯାଇଛି ।

Leave a Reply

Your email address will not be published. Required fields are marked *