ଫେଲ ହେଇ ଗଲେ ଶିକ୍ଷା ମନ୍ତ୍ରୀ…

ନମସ୍କାର ବନ୍ଧୁଗଣ ତେବେ ପ୍ରତିଶ୍ରୁତି ପାଳନରେ ବିଫଳ ହୋଇଛନ୍ତି ସମୀର ରଞ୍ଜନ ଦାସ । ତେବେ ଇସ୍ତାହାର ପାଳନରେ ପଛରେ ଗଣଶିକ୍ଷା ବିଭାଗ । ମୁଖ୍ୟମନ୍ତ୍ରୀ ଦେଖାଇବେ କି ନାଲି ଆଖି । ସମୀକ୍ଷା ପରେ ବିଦା ହେବେ ମନ୍ତ୍ରୀ । ଘୋଷଣା କରୁଛନ୍ତି କିନ୍ତୁ କାହିଁକି ପାଳନ କରୁ ନାହାନ୍ତି ସରକାର । ତେବେ ମେ ୨୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାର ଙ୍କ ପଞ୍ଚମ ପାଳିର ତୃତୀୟ ବର୍ଷ ପୁରିବ ।

ଏହା ପୂର୍ବରୁ ୧୩ଟି ବିଭାଗର ୩୨ ଟି ପ୍ରତିଶ୍ରୁତି କୁ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ୨୦୧୯ ସାଧାରଣ ନିର୍ବାଚନ ସମୟରେ ଯେଉଁ ସବୁ ପ୍ରତିଶ୍ରୁତି ଦିଆ ଯାଇଥିଲା ସମ୍ପୃକ୍ତ ବିଭାଗ ଗୁଡିକୁ ତାହା ସଠିକ ଭାବେ ପାଳନ କରିଛନ୍ତି କି ନାହିଁ ତାର ସଠିକ ଭାବରେ ହିସାବ କିତାବ କରାଯିବ । ତେବେ ୨୦୧୯ ମେ ଠାରୁ ୨୦୨୨ ମାର୍ଚ୍ଚ ମଧ୍ୟରେ ନିର୍ବାଚନ ଇସ୍ତାହାର ଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ କଣ ସବୁ ପଦକ୍ଷେପ ନିଆ ଯାଇଛି ବର୍ତ୍ତମାନ ର ସ୍ଥିତ ଅବସ୍ଥା କଣ ତାହା ଜଣାଇବା ପାଇଁ କୁହାଯାଇଛି ।

ତେବେ ୨୦୨୧ ମେ ୨୯ ତାରିଖରେ ରାଜ୍ୟ ମନ୍ତ୍ରୀ ପରିଷଦ ରେ ଗୃହୀତ ହୋଇଥିବା ସଂକଳ୍ପ କୁ କାର୍ଯ୍ୟକାରୀ କରିବା ଦିଗରେ ସମ୍ପୃକ୍ତ ବିଭାଗ କି ପଦକ୍ଷେପ ନେଇଛି ତାହା ମେ ୭ ତାରିଖ ସୁଦ୍ଧା ଜଣାଇବାକୁ ରାଜ୍ୟ ଯୋଜନା ଓ ସଂଯୋଜନା ବିଭାଗ ନିର୍ଦ୍ଦେଶ ଦେଇଥିଲା । ତେବେ ବିଶେଷ କରି ଜଳ ସେଚନ, ମିଶନ ଶକ୍ତି,ଆଦର୍ଶ ବିଦ୍ୟାଳୟ ,ମୋ ସ୍କୁଲ ପଛୁଆ ବର୍ଗ କମିଶନର ର ପୁନର୍ଗଠନ ,ଖାଦ୍ୟ ନିରାପତ୍ତା,ସ୍ୱାସ୍ଥ୍ୟ ନିରାପତ୍ତା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ରାଜ୍ୟ ମନ୍ତ୍ରୀ ପରିଷଦ ରେ ପାଳିତ ସଂକଳ୍ପ ଅନୁସାରେ ବିପର୍ଯ୍ୟୟ ଏବଂ ମହାମାରୀ ପରିଚାଳନା କୁ ସ୍କୁଲ ଏବଂ କଲେଜର ପାଠ୍ୟକ୍ରମ ଏବଂ ସରକାରୀ ନିଯୁକ୍ତି ସିଲାଵସ କୁ ସାମିଲ କରିବାକୁ ନିର୍ଦେଶ ଦିଆ ଯାଇଥିଲା । ତେବେ ଏହା ସହିତ ବିପର୍ଯ୍ୟୟ ମୁକାବିଲା ଦିଗରେ ରାଜ୍ୟର ପ୍ରତି କୁ ଜଣେ ଲେଖାଏଁ ଯୋଦ୍ଧା ଭାବରେ ବିକଶିତ କରିବାକୁ ଏହି ସଂକଳ୍ପ ରେ ସାମିଲ କରିବା ସହ ନିର୍ବାଚିତ ପ୍ରତିନିଧି ମାନଂକୁ ମଧ୍ୟ ପ୍ରଶିକ୍ଷିତ ପାଇଁ ସଂକଳ୍ପରେ ପାରିତ ହୋଇଥିଲା ।

ଏଥି ପାଇଁ ଏକ ଟାସ୍କ ଫୋର୍ସ ଗଠନ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା କିନ୍ତୁ ଏପର୍ଯ୍ୟନ୍ତ ମାତ୍ର ୨୦ ପ୍ରତିଶତ ବିଭାଗ ନିର୍ବାଚନ ଇସ୍ତାହାର ସହ ଜଡିତ ପ୍ରସଙ୍ଗ ଉପରେ ନେଇଥିବା ପଦକ୍ଷେପ ସମ୍ପର୍କରେ ଲିଖିତ ଭାବରେ ଅବଗତ କରାଇଛନ୍ତି । ଇସ୍ତାହାର ପ୍ରତିଶ୍ରୁତି ପାଳନ କରିବାରେ ଗଣଶିକ୍ଷା ବିଭାଗ ସବୁଠାରୁ ପଛରେ ଥିବାର ଜଣା ପଡ଼ିଛି । ଏନେଇ ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ କାର୍ଯ୍ୟ ଦକ୍ଷତା କୁ ନେଇ ପ୍ରଶ୍ନ ଉଠିଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *