ଏତେ ସୁନ୍ଦର Hand Writing ଆପଣ ଆଗରୁ କେବେ ବି ଦେଖି ନଥିବେ, ଯାହା ଆଗରେ Computer ବି ଫେଲ ମାରିଯିବ

ନମସ୍କାର ବନ୍ଧୁଗଣ ଆପଣ ମାନେ ନିଜ ସ୍କୁଲ ଦିନ କଥା ନିଶ୍ଚୟ ମନେ ରଖିଥିବେ । ତେବେ ସ୍କୁଲ ରେ ଶିକ୍ଷକ ମାନେ ସବୁବେଳେ ସୁନ୍ଦର ଅକ୍ଷର କରିବାକୁ ହିଁ ଉପଦେଶ ଦେଇଥାନ୍ତି । ତେବେ ବିଦ୍ୟାଳୟ ରେ କିଛି ପିଲା ଏଭଳି ଥାଆନ୍ତି ଯେଉଁମାନେ ବହୁତ ଖରାପ ଅକ୍ଷର ରେ ଲେଖିଥାନ୍ତି ସେମାନଙ୍କ ଉପରେ ଶିକ୍ଷକ ବହୁତ ରାଗି ଥାଆନ୍ତି ଏବଂ ଅକ୍ଷର କୁ ସୁଧାରିବା ପାଇଁ ପରାମର୍ଶ ଦେଇଥାନ୍ତି । ତେବେ ସେହିଠାରେ ଯେଉଁମାନେ ସୁନ୍ଦର ଅକ୍ଷର କରିଥାନ୍ତି ସେମାନଙ୍କ ଉପରେ ଶିକ୍ଷକ ବହୁତ ଖୁସି ମଧ୍ୟ ହୋଇଥାନ୍ତି ଏବଂ ଏହା ଯୋଗୁଁ ସେମାନେ ଅଧିକ ନମ୍ବର ମଧ୍ୟ ପାଇ ଯାଇଥାନ୍ତି ।

ତେବେ କୁହାଯାଏ କି ଅକ୍ଷର ମନୁଷ୍ୟ ର ବ୍ୟକ୍ତିତ୍ୱ ଏବଂ ଚରିତ୍ର କୁ ବୁଝାଇଥାଏ ସେଥିପାଇଁ ସମସ୍ତେ ଚାହାନ୍ତି କି ତାଙ୍କର ବହୁତ ଭଲ ଅକ୍ଷର ହେଉ ଏବଂ ନିଜ ଅକ୍ଷର ଦ୍ୱାରା ସେ ଅନ୍ୟ କୁ ଇଂପ୍ରେସ ମଧ୍ୟ କରି ପାରିବେ । କିନ୍ତୁ ସମସ୍ତ ଙ୍କ ଏହି ସ୍ୱପ୍ନ ପୁରା ମଧ୍ୟ ହୋଇ ନଥାଏ । ତେବେ କିଛି ପିଲା ବହୁତ ଚେଷ୍ଟା କରିଥାନ୍ତି କିନ୍ତୁ ସେମାନେ ନିଜର ଅକ୍ଷର କୁ ସୁଧାରିବାର ସଫଳ ହୋଇ ନଥାନ୍ତି ଏବଂ ଆଉ କିଛି ଭଲ ଅକ୍ଷର କୁ ଭଗବାନ ଙ୍କ ଆଶୀର୍ବାଦ ବୋଲି ଭାବି ଚୁପ ରହି ଯାଇଥାନ୍ତି ।

ତେବେ ସୁନ୍ଦର ଅକ୍ଷର ଭଗବାନ ଙ୍କ ଆଶୀର୍ବାଦ କେବଳ ନୁହେଁ ବରଂ ନିଜ ପରିଶ୍ରମ ରେ ମଧ୍ୟ ଆପଣ ସୁନ୍ଦର ଅକ୍ଷର କରି ପାରିବେ । ତେବେ ଏହାର ଏକ ଜ୍ଵଳନ୍ତ ଉଦାହରଣ ହେଉଛନ୍ତି ନେପାଳ ର ଝିଅ ପ୍ରକୃତି ମଲ୍ଲା । ତେବେ ପ୍ରକୃତି ନେପାଳ ର ସୌନିକ ଆବସିୟ ମହାବିଦ୍ୟାଳୟ ରେ ଅଷ୍ଟମ ଶ୍ରେଣୀ ର ଛାତ୍ରୀ ତେବେ ସେ ବର୍ତ୍ତମାନ ସୋ-ସି-ଆ-ଲ ମି-ଡ଼ି-ଆ ରେ ଭା-ଇ-ରା-ଲ ହେଉଛନ୍ତି କାରଣ ହେଉଛି ତାଙ୍କର ସୁନ୍ଦର ଅକ୍ଷର ।

ତେବେ ପ୍ରକୃତି ଙ୍କ ଅକ୍ଷର ଏତେ ସୁନ୍ଦର ଯେ କମ୍ପ୍ୟୁଟର ମଧ୍ୟ ଲାଜ କରିଯିବ । ତେଣୁ ତାଙ୍କ ଅକ୍ଷର ଏକଦମ ପ୍ରିଣ୍ଟ ହୋଇ ଆସିବା ଭଳି ଲାଗୁଛି ଯାହା ଆପଣ ଏହି ଫୋଟୋ ରେ ମଧ୍ୟ ଦେଖୁଥିବେ । ତେବେ ପ୍ରକୃତି ମଲ୍ଲା ଙ୍କୁ ନେପାଳ ସରକାର ଏବଂ ସୌନ୍ୟ ପୁରସ୍କୃତ ମଧ୍ୟ କରିଛନ୍ତି । ତେବେ ଆମେ ପାର୍ଥନା କରୁଛୁ କି ପ୍ରକୃତି ନିଜର ଏହି ପ୍ରତିଭା ରେ ଆହୁରି ସୁନାମ କରନ୍ତୁ । ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *