ଶେଷରେ ସାମ୍ନାକୁ ଆସି ମୁହଁ ଖୋଲିଲେ ଦୀପିକାଙ୍କ ପିଲାର ବାପା Dinesh, କହିଲେ ‘ତା’ ସହିତ ମୋର କିଛି ସମ୍ପର୍କ ନାହିଁ, ସେ ମତେ…’ ଦେଖନ୍ତୁ Video

ବନ୍ଧୁଗଣ ଦୀପିକା ଆଜିକୁ 10 ଦିନ ହେଲାଣି ଦିନେଶଙ୍କ ଘର ସାମ୍ନାରେ ଧାରଣା ଦେଇଛନ୍ତି । ଦିନେଶ ଓ ଦୀପିକାଙ୍କ ନିଆରା ପ୍ରେମ କାହାଣୀ ଏବେ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି । ଉଭୟ ପରସ୍ପରକୁ ପ୍ରେମ କରୁଥିଲେ ଏବଂ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ମଧ୍ୟ ଥିଲା । ହେଲେ ଭୁଲ ବଶତଃ ଦିନେଶ ଦୀପିକାଙ୍କୁ ପ୍ରେଗନେଣ୍ଟ କରିଦେଲେ । ଏବେ ଦୀପିକା ଏକ ପୁତ୍ର ସନ୍ତାନର ମାଆ ହୋଇ ସାରିଛନ୍ତି ହେଲେ ଦିନେଶଙ୍କର ଖୋଜ ଖବର ମିଳୁ ନାହିଁ ।

ନିଜର ହକ୍ ପାଇବା ପାଇଁ ଦୀପିକା ଦିନେଶଙ୍କ ଘର ସାମ୍ନାରେ ଧାରଣା ଦେଇଛନ୍ତି । ଦୀପିକାଙ୍କ ସହ ସମାଜସେବୀ ପ୍ରମିଳା ତ୍ରିପାଠୀ ବି ଅଛନ୍ତି ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଦୀପିକାଙ୍କୁ ନ୍ୟାୟ ମିଳି ନାହିଁ । ତେବେ ବନ୍ଧୁଗଣ ବର୍ତ୍ତମାନ ଦୀପିକା ଗଣମାଧ୍ୟମ ସାମ୍ନାକୁ ଆସି ବହୁତ ଥର ନିଜର ଦୁଃଖ ପ୍ରକାଶ କରିସାରିଲେଣି ।

ଦୀପିକା ଧାରଣା ଦେବା ସମୟରେ ତାଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ତାଙ୍କ ଉପରେ ଶାଶୁ ଘର ଲୋକ କେତେବେଳେ ଗରମ ପାଣି ପକାଉ ଛନ୍ତି ତ କେତେବେଳେ ସେ ଶୌଚ ହେବାକୁ ଗଲା ବେଳେ ତାଙ୍କର ଭିଡିଓ କରୁଛନ୍ତି । ଏନେଇ ଦୀପିକା ଏବେ ବହୁତ ଚିନ୍ତାରେ ଅଛନ୍ତି । ଲଗାଣ ବର୍ଷାରେ ଏକ ପାଲ ଟାଙ୍ଗି ସେ ସେହି ପାଲ ତଳେ ଦିନେଶଙ୍କ ଅପେକ୍ଷାକୁ ଚାହିଁ ରହି ଛନ୍ତି ।

ତେବେ ବନ୍ଧୁଗଣ ଏହାରି ମଧ୍ୟରେ ଏକ ବଡ ଖବର ଏବେ ସାମ୍ନାକୁ ଆସୁଛି । ଏବେ ଏହି ମାମଲାଟି ଏକ ନୂଆ ମୋଡ ନେଇଛି କାରଣ ଏବେ ଦିନେଶଙ୍କର ଏଣ୍ଟ୍ରି ହୋଇଛି । ଗତ କାଲି ଦିନେଶ ନିଜ ଘରକୁ ଫେରି ଥିଲେ ବିଗତ 10 ଦିନ ହେବ ସେ ବାହାରେ କେଉଁଠି ରହିଥିଲେ ଓ ଦୀପିକା ଯିବା ପରେ ଫେରିବେ ବୋଲି ବୋଧେ ମନସ୍ଥ କରିଥିଲେ । ହେଲେ ଦୀପିକା ନ ଫେରିବାରୁ ସେ ଏବେ ଘରକୁ ଫେରି ଛନ୍ତି ।

ଘରକୁ ଫେରିବା ବେଳେ ସେ ଗଣମାଧ୍ୟମକୁ କହିଛନ୍ତି-‘ଦୀପିକା ବସି ଛନ୍ତି ସେ ବିଷୟରେ ମୁଁ କିଛି ଜାଣିନି କି ମୁଁ କିଛି କହିପାରିବି ନାହିଁ । ତାର ମୋର କିଛି ସମ୍ପର୍କ ନାହିଁ । ମୁଁ ଆଇନକୁ ସମ୍ମାନ କରୁଛି ଆଇନ ଯାହା ନିର୍ଦ୍ଦେଶ ତେବେ ତାହା ମୁଁ ମାନିବି’ । ତା ହେଲେ ବନ୍ଧୁଗଣ ଦିନେଶ ଏଭଳି ଭାବରେ ନିଜର ବୟାନ ଦେଇ ରାସ୍ତା କାଟି ଚାଲି ଯାଇଛନ୍ତି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *