ଏ ଭୟ କାହିଁକି ? ଏମିତି କାହିଁକି କହିଲେ ସାଂସଦ Aprajita Sarangi, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ବେସ ଭଲ ଭାବରେ ଜାଣିଥିବେ । ତେବେ ଗତ କିଛି ସମୟ ହେବ ଅପରାଜିତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏମିତିରେ ତ ଅପରାଜିତା ଷଡଙ୍ଗୀ କୌଣସି ନା କୌଣସି କାରଣ ହେତୁ ଚର୍ଚ୍ଚାରେ ରୁହନ୍ତି ତେବେ ବର୍ତ୍ତମାନ ସେ କିଛି ଅଲଗା କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ପୁରୀ ଯାଉଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ ।

ଶ୍ରୀମନ୍ଦିର ଦର୍ଶନ ପାଇଁ ଯାଉଥିବା ବେଳେ ପୁରୀ ପ୍ରଶାସନ ପଦଯାତ୍ରା ପାଇଁ ସାଂସଦଙ୍କୁ ଅନୁମତି ଦେବାକୁ ମନା କରିଦେଇଛନ୍ତି । ଶ୍ରୀମନ୍ଦିର ନ୍ୟାୟ ପାଇଁ ପୁରୀ ଗଲେ ଶାସକ ଦଳର ଏତେ ଡର କଣ ପାଇଁ ବୋଲି ପ୍ରଶ୍ନ କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ଅପରାଜିତା ଗଣମାଧ୍ୟମ ସାମ୍ନାରେ କହିଛନ୍ତି-‘ଆଶୀର୍ବାଦ ନେବାକୁ ଆସିଛି ତାଙ୍କର ଦର୍ଶନ କରିବାକୁ ଆସିଛି ।

ଆଉ ଦେଖନ୍ତୁ ବର୍ତ୍ତମାନ କେତେ ଲୋକ ସାଙ୍ଗରେ ଅଛନ୍ତି ଏଇଟା ହିଁ ତ ପଦଯାତ୍ରା । ପଦଯାତ୍ରା ପାଇଁ ତ କେବେବି ଅନୁମତି ମଙ୍ଗା ହୋଇ ନଥିଲା । ମହାପ୍ରଭୁ ଜଗନ୍ନାଥଙ୍କ ପାଖକୁ ଯିବା ପାଇଁ ଅନୁମତି ନିଆଯାଏ କି । ଦେଖନ୍ତୁ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସିଛି । ବହୁତ ବିନମ୍ରତାର ସହିତ ଆମେ ସମସ୍ତେ ସେଠାକୁ ଯାଉଛୁ । ମୁଁ ଭାବୁଛି କୌଣସି ପ୍ରକାରର ପଦଯାତ୍ରା ପାଇଁ ଅନୁମତି ମଙ୍ଗା ଯାଇ ନଥିଲା ।

ସେଥିପାଇଁ ଅନୁମତି ନ ଦେବାର ତ ପ୍ରଶ୍ନ ହିଁ ଉଠୁନି । ଏଇଟା ମୁଁ ପୁନରାବୃତ୍ତି କରିବି ଆଉ ଆଜି ଚାଲିକି ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ଯିବି । ମୁଁ ଭୁବନେଶ୍ବର ଠାରୁ ପୁରୀ ପର୍ଯ୍ୟନ୍ତ ବିଭିନ୍ନ ଜାଗାରେ ଆମ ପୋଲିସ ବନ୍ଧୁ ମାନଙ୍କୁ ଦେଖୁଛି । ଏତେ ଖରାରେ ବହୁତ ସଂଖ୍ୟାରେ ପୋଲିସ ଗାଡି ଆଉ ପୋଲିସ ବନ୍ଧୁ ମାନେ ଅଛନ୍ତି । ମୁଁ ତାଙ୍କୁ ଧନ୍ୟବାଦ ଦେବାକୁ ଚାହିଁବି ଏତେ ଖରାରେ ବି ସେମାନେ ଜଗି ଛନ୍ତି ।

ରାଜ୍ୟ ସରକାରଙ୍କ ଆଦେଶରେ ସମସ୍ତେ ସବୁ ଜାଗାରେ ଛିଡା ହୋଇଛନ୍ତି । କିନ୍ତୁ ମୁଁ କହିବାର ଅଛି ଗୋଟିଏ କଥା । କୌଣସି ସଂସ୍ଥା କିମ୍ବା କୌଣସି ବ୍ୟକ୍ତି ଯଦି ସତ ମାର୍ଗରେ ରହିବ ଯଦି କୌଣସି ଜିନିଷ ଲୁଚାଇବାର ନାହିଁ ତା ହେଲେ ଏହି ଭୟ କାହିଁକି । ମୁଁ ଏହି ଜିନିଷଟି ବୁଝି ପାରୁ ନାହିଁ ଯେ, ଏତେ ଭୟ କାହିଁକି । ଆଶ୍ଚର୍ଯ୍ୟର କଥା ରାଜ୍ୟ ସରକାର ତିନି ଦିନ ହେଲାଣି ଲାଗିଛନ୍ତି ଯେ ମୁଁ ଗୋଟେ ଭକ୍ତ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନରେ ଯାଇପାରିବି ନାହିଁ । ଏତେ ଭୟ କାହିଁକି’ ।

Leave a Reply

Your email address will not be published. Required fields are marked *