ଏତେ ଅହଙ୍କାର କାହିଁକି ? ଭୁବନେଶ୍ୱର ସାଂସଦଙ୍କ ପ୍ରତି ସରକାରଙ୍କ ଇଏ କି ବ୍ୟବହାର…ଦେଖନ୍ତୁ…

ବନ୍ଧୁଗଣ, ସୂଚନା ଅନୁଯାୟୀ ସାଂସଦଙ୍କୁ କୌଣସି କାର୍ଯ୍ୟକ୍ରମରେ ହେଉନାହିଁ ନିମନ୍ତ୍ରଣ । ଭୁବନେଶ୍ଵରରେ ଏହି କାର୍ଯ୍ୟକ୍ରମ ହେଉଛି ଅଥଚ ଖୋଜା ପଡୁନାହିଁ । ତେବେ କାର୍ଯ୍ୟକ୍ରମରେ ସାଂସଦ ସାମିଲ ହେଲେ ସରକାରଙ୍କର ସନ୍ନମାନ ହାନି ହେଉଛି କି ? କ୍ଷୋଭ ପ୍ରକାଶ କରିଛନ୍ତି ଅପରାଜିତା । କହିଲେ ନିମନ୍ତ୍ରଣ ନଥିଲେ ମଧ୍ୟ ଯିବେ । ଭୁବନେଶ୍ବରର ସାଂସଦ ବନାମ ସରକାର । ବିଜେଡି ହାତଧୋଇ ପଡିଥିଲା ଏବଂ ନିଜେ ସରକାର ମଧ୍ୟ ନିତିନୈତିକତାକୁ ଭୁଲି ସାଂସଦଙ୍କ ପଛରେ ପଡିଛନ୍ତି ।

ତେବେ କୌଣସି ସରକାରୀ କାର୍ଯ୍ୟକ୍ରମରେ ଆଗ ସାଂସଦଙ୍କୁ ଡକାଯିବାକୁ ନେଇ ପ୍ରୋଟକଲ ରହିଅଛି । କିନ୍ତୁ ଏହାକୁ ମାନୁନାହାଁନ୍ତି ସରକାର । ବରମୁଣ୍ଡା ହାଇସ୍କୁଲରେ ୭୩ ତମ ବନ ମହୋତ୍ସବ ପାଳନ ହେଉଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜନ କରାଯାଇଥିବା ଏହି କାର୍ଯ୍ୟକ୍ରମରେ ଭୁବନେଶ୍ବର ସାଂସଦ ଅପରାଜିତ ଶଢଙ୍ଗୀଙ୍କୁ ନିମନ୍ତ୍ରଣ ମିଳିନାହିଁ । ଭୁବନେଶ୍ବର ରେ ଏହି କାର୍ଯ୍ୟକ୍ରମ ଆୟୋଜନ ସତ୍ବେ ସ୍ଥାନୀୟ ସାଂସଦକୁ ଡକା ଯାଉନାହିଁ ।

ଏନେଇ ଟ୍ଵିଟ କରି କ୍ଷୋଭ ପ୍ରକାଶ କରିବା ସହିତ ରାଜ୍ୟସରକାରଙ୍କୁ ଟାର୍ଗେଟ କରିଛନ୍ତି ସାଂସଦ । ଅପରାଜିତା କହିଛନ୍ତି ଯେ ସରକାର ଅସୁରକ୍ଷିତ ମନେ କରୁଛନ୍ତି ନା ମତେ ଭୟ କରୁଛନ୍ତି ? ଏଭଳି କରିବା ରାଜ୍ୟ ସରକାରଙ୍କର ହୀନ ମାନସିକତା ନା ଅହଂକାର ବୋଲି ସେ ପ୍ରଶ୍ନ କରିଛନ୍ତି ? ଏହା ସହିତ କାର୍ଯ୍ୟକ୍ରମରେ ବିନା ନିମନ୍ତ୍ରଣରେ ସାଂସଦ ଯିବେ ବୋଲି କହିଛନ୍ତି ।

କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ଅଶୋକ ପଣ୍ଡା, ଦୁଇ ବିଧାୟକ, ଏବଂ ଭୁବନେଶ୍ଵର ମେୟରଙ୍କୁ ନିମନ୍ତ୍ରଣ କରାଯାଇଅଛି । ହେଲେ ନିମନ୍ତ୍ରଣ ପତ୍ରରେ ଭୁବନେଶ୍ଵର ସାଂସଦ ଅପରାଜିତା ଶଢଙ୍ଗୀଙ୍କ ନାମ ନାହିଁ । ଏହା ସହିତ ସ୍ଥାନୀୟ ବିଜେପି କର୍ପୋରେଟରକୁ ମଧ୍ୟ ଡକାଯାଇନାହିଁ । କେବଳ ନିମନ୍ତ୍ରଣ ପାତ୍ର ନୁହେଁ ବରଂ ସାଂସଦଙ୍କୁ କାର୍ଯ୍ୟକ୍ରମ ସମ୍ବନ୍ଧରେ ସୂଚନା ମଧ୍ୟ ଦିଆଯାଇନାହିଁ । ତେବେ ସରକାରଙ୍କର ଏହିଭଳି ନିଷ୍ପତ୍ତିକୁ ସବୁଆଡେ ସମାଲୋଚନା କରାଯାଉଅଛି ।

ସରକାର ହୀନ ରାଜନୀତି କେବେଠାରୁ କରିଲେଣି ବୋଲି ଅନେକଙ୍କ ମନରେ ପ୍ରଶ୍ନ ଉଠୁଛି । ତେବେ ଏହିଭଳି କେଉଁ କାରଣ ନିମନ୍ତେ ସରକାର କରିଲେ ? ଏହାର ଉତ୍ତର କେବଳ ସରକାରଙ୍କ ପାଖରେ ମିଳିପାରେ ବୋଲି କହିଛନ୍ତି କିଛି ଲୋକେ । ପ୍ରୋଟୋକଲ ମାଧ୍ୟମରେ କୌଣସି କାର୍ଯ୍ୟ ନକରୁଥିବା ବେଳେ ଏଭଳି ସରକାର ନିଜେ ନିୟମକୁ ଉଲଂଘନ କରିବା କେତେଦୂରେ ଠିକ ? ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *