E Shram Card ରେ ମିଳିବ ଟଙ୍କା ! ଜାଣନ୍ତୁ କିପରି କରିବେ ଆବେଦନ ଓ ଏଥିପାଇଁ ଆବଶ୍ୟକ କେଉଁ କେଉଁ ଡକ୍ୟୁମେଣ୍ଟ ?

ବନ୍ଧୁଗଣ ଆପଣ ମାନେ ସମସ୍ତେ ଲେବର କାର୍ଡ କଣ ଓ ତାର ସମସ୍ତ ଫାଇଦା ବିଷୟରେ ନିଶ୍ଚୟ ଜାଣିଥିବେ । ହେଲେ ବର୍ତ୍ତମାନ ଇ-ଶ୍ରମ କାର୍ଡ ଆସିଛି । ତା ହେଲେ ବନ୍ଧୁଗଣ ଇ-ଶ୍ରମ କାର୍ଡ କଣ, ଏହି କାର୍ଡ କରି କଣ ସୁବିଧା ପାଇପାରିବେ, କେଉଁ ମାନେ ଏହି କାର୍ଡ ଆବେଦନ କରିପାରିବେ ଓ ଆବେଦନ ପାଇଁ କଣ ସବୁ ଦରକାର ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । 


ବନ୍ଧୁଗଣ ଏହି ଇ-ଶ୍ରମ କାର୍ଡକୁ ଭାରତ ସରକାରଙ୍କ ମିନିଷ୍ଟ୍ରି ଅଫ ଲେବର ଆଣ୍ଡ ଏମ୍ପ୍ଲୋଏମେଣ୍ଟ ଅର୍ଥାତ ଶ୍ରମ ଏବଂ ରୋଜଗାର ମନ୍ତ୍ରାଳୟ ଜାରି କରିଛି । କିଛି ଲୋକଙ୍କ କହିବା ଅନୁସାରେ ଏହା ଲେବର କାର୍ଡ ହେଲେ ଏହାକୁ ସଂପୂର୍ଣ୍ଣ ଭାବରେ ଲେବର କାର୍ଡ କହି ହେବ ନାହିଁ । ଇ-ଶ୍ରମ କାର୍ଡ ଓ ଲେବର କାର୍ଡ ମଧ୍ୟରେ ବହୁତ ପାର୍ଥକ୍ୟ ଅଛି । ଇ-ଶ୍ରମ କାର୍ଡ ରେଜିଷ୍ଟ୍ରେଶନ କରିବା ଦ୍ଵାରା ଶ୍ରମିକ ମାନେ ୧ ବର୍ଷ ପାଇଁ ପ୍ରଧାନ ମନ୍ତ୍ରୀ ସୁରକ୍ଷା ବୀମାର ଲାଭ ପାଇପାରିବେ ।

ସଂପୂର୍ଣ୍ଣ ବି-କ-ଳା-ଙ୍ଗ ଏବଂ ଦୁ-ର୍ଘ-ଟ-ଣା ଜନିତ ମୃ-ତ୍ୟୁ ପାଇଁ ୨ ଲକ୍ଷ ଟଙ୍କା ଏବଂ ଆଂଶିକ ବି-କ-ଳା-ଙ୍ଗ କ୍ଷେତ୍ରରେ ୧ ଲକ୍ଷ ଟଙ୍କାର ସୁବିଧା ପାଇପାରିବେ । ଏହା ଦ୍ଵାରା ସରକାର ଦାଦନ ଶ୍ରମିକ ମାନଙ୍କୁ ଯୋଗାଯୋଗ କରି ରଖିପାରିବେ ଓ ସେମାନଙ୍କ ପାଇଁ ନିଯୁକ୍ତିର ସୁଯୋଗ ସୃଷ୍ଟି କରି ପାରିବେ । ସମସ୍ତ ପ୍ରକାରର ଜରୁରୀ କାଳୀନ ପରିସ୍ଥିତି ଏବଂ ଜାତୀୟ ମହାମାରୀ ଭଳି ପରିସ୍ଥିତି ସମୟରେ ସୁବିଧା ପାଇପାରିବେ । 

ଯେଉଁ ମାନେ ଅସଂଗଠିତ ଶ୍ରମିକ ଅର୍ଥାତ ଯେଉଁ ମାନେ କୌଣସି ସଂସ୍ଥା ସହିତ ଜଡିତ ନାହାନ୍ତି ସେହି ମାନେ ଆବେଦନ କରିପାରିବେ । ଏଥିପାଇଁ ସେମାନଙ୍କ ବୟସ ୧୮ ରୁ ୫୯ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ।  ଏହି ଇ-ଶ୍ରମ କାର୍ଡ ଆବେଦନ କରିବା ପାଇଁ ପ୍ରଥମେ ମୋବାଇଲ ନମ୍ବର, ଦ୍ଵିତୀୟରେ ଆଧାର କାର୍ଡ ଓ ଆଧାର କାର୍ଡରେ ମୋବାଇଲ ନମ୍ବର ସଂଯୋଗ ହୋଇ ଥିବା ଆବଶ୍ୟକ ।

ତୃତୀୟରେ ବ୍ୟାଙ୍କ ଖାତା ଓ ଚତୁର୍ଥରେ ନୋମିନୀର ତଥ୍ୟ ଯାହାକୁ ନୋମିନୀ ରଖିବେ ତାଙ୍କର ନାମ, ଜନ୍ମ ତାରିଖ ଏବଂ ଆବେଦନକାରୀଙ୍କ ସହ ସମ୍ପର୍କ କଣ ? ଓ ଶିକ୍ଷାଗତ ଯୋଗ୍ୟତା ରହିବ । ଆହୁରି ମଧ୍ୟ ବହୁତ ତଥ୍ୟ ଦିଆଯାଇଛି ହେଲେ ତାହା ଦେବା ବାଧ୍ୟତାମୂଳକ ନୁହେଁ ଆପଣ ଚାହିଁଲେ ଦେଇପାରିବେ । ତା ହେଲେ ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ତଥ୍ୟ ଭଲ ଲାଗିଛି ତା ହେଲେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *