E-Shram Card (ଶ୍ରମିକ କାର୍ଡ) କେଉଁମାନେ ଆବେଦନ କରି ପାରିବେ ? ଜାଣନ୍ତୁ ଏଥିରେ ଫାଇଦା କଣ ରହିବ ?

ବନ୍ଧୁଗଣ ବର୍ତ୍ତମାନ ଇ ଶ୍ରମ କାର୍ଡ ବନେଇବା ପାଇଁ ସମସ୍ତ ଲୋକ ଚେଷ୍ଟା କରୁଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଘରେ ବସି କିପରି ଇ ଶ୍ରମ କାର୍ଡ ପାଇଁ ଆବେଦନ କରିପାରିବେ ତାହା ବିଷୟରେ କହିବାକୁ ଯାଉଛୁ । ଇ ଶ୍ରମ କାର୍ଡରେ ଆପଣ ମାନେ ବହୁତ ଲାଭ ପାଇପାରିବେ । ଏହି କାର୍ଡ ପାଇଁ ସାଧାରଣତଃ ଶ୍ରମିକ ମାନେ ଆବେଦନ କରିପାରିବେ । ଏହି କାର୍ଡରେ ଆବେଦନ କରିବା ପାଇଁ ବ୍ୟକ୍ତିଙ୍କୁ 16 ରୁ 59 ବର୍ଷ ବୟସ ହେବା ନିହାତି ଆବଶ୍ୟକ ।

ଯେଉଁ ମାନେ ବେକାରି ଅଛନ୍ତି ସେମାନେ ମଧ୍ୟ ଆବେଦନ କରିପାରିବେ । ଇ କାର୍ଡ କରିବା ପରେ ବର୍ଷକୁ ଆପଣଙ୍କ ଆକାଉଣ୍ଟରୁ ମାତ୍ର 12 ଟଙ୍କା କଟିବ । ଯଦି ଆପଣଙ୍କର କୌଣସି ଦୁର୍ଘଟଣା ହେଉଛି ବା ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ରହୁଛି ତା ହେଲେ ସରକାର ଆପଣଙ୍କୁ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା କରିବେ । ବର୍ତ୍ତମାନ ଆସନ୍ତୁ ଜାଣିବା ମୋବାଇଲରେ କେମିତି ଆବେଦନ କରିବେ ।

ମୋବାଇଲରେ ଆବେଦନ କରିବା ପାଇଁ ଆପଣ ମାନେ ଗୁଗଲ ବ୍ରାଉସର ଅନ କରନ୍ତୁ । ଗୁଗଲରେ ଆପଣ ସର୍ଚ କରନ୍ତୁ ‘E shram gov.in’ । ଏହାପରେ ଆପଣ ରେଜିଷ୍ଟର ଉପରେ କ୍ଲିକ୍ କରନ୍ତୁ । ରେଜିଷ୍ଟ୍ରେଶନ ପାଇଁ ଆମ ଆଧାର କାର୍ଡ ଦରକାର ଓ ଆଧାର କାର୍ଡରେ ଲିଙ୍କ ହୋଇଥିବା ମୋବାଇଲ ନମ୍ବର ଆମ ପାଖରେ ଥିବା ଦରକାର ।

କାରଣ ସେହି ନମ୍ବରରେ ଓଟିପି ଯିବ ଯାହାଦ୍ୱାରା ଆମେ ରେଜିଷ୍ଟ୍ରେଶନ କରିପାରିବା । ଏହା ପରେ ଆମକୁ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଓ ଆଇଏଫସି କୋର୍ଡ ଦରକାର । ଆଧାର କାର୍ଡ ଓ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଲିଙ୍କ କରିବା ପରେ ଆପଣ ମାନେ ତଳେ ଦେଇଥିବା PFO ଓ CSIC ଅପସନରେ NO କ୍ଲିକ କରନ୍ତୁ । ଏହାପରେ ଆପଣଙ୍କ ପାଖକୁ ଓଟିପି ଆସିବ ଓ ପୁଣି ଥରେ ଆପଣ ଆଧାର ନମ୍ବର ଦେବେ ।

ଏହାପରେ ଆପଣ ସବମିଟ ଅପସନରେ କ୍ଲିକ କରନ୍ତୁ । ଏହା ପରେ ଆପଣ ନିଜ ବିଷୟରେ ସମସ୍ତ ତଥ୍ୟ ଦିଅନ୍ତୁ । ଏହା ପରେ ଆପଣ ପଞ୍ଜୀକରଣ କରିଦିଅନ୍ତୁ । ପଞ୍ଜୀକରଣ କରିବା ପରେ ଆପଣଙ୍କ ଇ କାର୍ଡ ବ୍ରାଉସରରେ ସୋ କରିବ ତାକୁ ଆପଣ ପିଡିଏଫରେ ଡାଉନଲୋଡ କରିଦେବେ ଓ ଆପଣଙ୍କ ଆଡ୍ରେସକୁ ଇ କାର୍ଡ ଆସିଯିବ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *