‘ଇଂଞ୍ଜିନକୁ ଇଂଞ୍ଜିନ ଲାଗିଲା ତା’ପରେ ଡବା ଲାଗିବ ଏମିତି ସଂସାର ଚାଲିବ ଆଉ ଏଭଳି ତା’ପରେ…’ ଦେଖନ୍ତୁ ବିବାହ ପରେ କଣ କହିଲେ Raju Das

ବନ୍ଧୁଗଣ, ସୂଚନା ଅନୁଯାୟୀ ଓଡିଆ କମେଡିଆନ ରାଜୁ ଦାସ ଙ୍କ ର ବିବାହ ସୋନାଲି ଙ୍କ ସହିତ ହୋଇଯାଇଛି । ରାଜୁ ନିଜ ବିବାହ କୁ ନେଇ କିଣି ବିଶେଷ ମନ୍ତବ୍ୟ ଦେଇଛନ୍ତି, ଆସନ୍ତୁ ଜାଣିନେବା ତାହା କ’ଣ ଅଟେ ? ରାଜୁ କହିଛନ୍ତି ଯେ ଭଲ ମଣିଷ ଥିଲେ ପ୍ରେମ ଆପେ ଆପେ ହୋଇଥାଏ । ଏଣୁ ସରଳ ସ୍ଵଭାବର ନମ୍ର ତଥା ଭଦ୍ର, ହୃଦୟବାନ, ଜ୍ଞାନୀ, ଗୁଣୀ ଏହିଭଳି ଅନେକ ଗୁଡିଏ ଗୁଣରେ ପରିପୂର୍ଣ୍ଣ ଅଟନ୍ତି ସୋନାଲି ।

ରାଜୁ କହିଥିଲେ ଯେ ଏତେ ସୁନ୍ଦର ସ୍ତ୍ରୀ ପାଇଲା ପରେ ମଣିଷ କେବେ ଛାଡିବାକୁ ରାଜି ହେବନାହିଁ । ସେ ଏହା ମଧ୍ୟ କହିଥିଲେ ଯେ ବର୍ତ୍ତମାନ ଇଂଞ୍ଜିନ କୁ ଇଂଞ୍ଜିନ ଲାଗିଲା ଏହାପରେ ଡବା ଲାଗିବ ଏବଂ ଚାଲିବ ଏହିଭଳି ସଂସାର । ଯୁବପିଢି ମାନଙ୍କୁ ରାଜୁ ଦାସ କହିଛନ୍ତି ଯେ ଫ୍ୟାର ଭ୍ୟାର ଛାଡି ନିଜ ଘରେ କଥା ହୋଇ ବିବାହ କର । ସୋନାଲି ଙ୍କ ସମ୍ବନ୍ଧରେ ରଜୁ ହସି ହସି କହିଥିଲେ ଯେ ପରିବାରକୁ ଆପଣାଇ ସୋନାଲି ଭଲ ଭାବରେ ଚଳାଇବେ ।

ଆଗକୁ ଉଭୟ ମିଶି ସୁନାର ସଂସାର ତୋଳିବେ । ପୂର୍ବରୁ ଯେଉଁଭଳି ଭାବରେ ନିଜ କମେଡି ଦ୍ଵାରା ଦର୍ଶକ ଙ୍କୁ ହସାଉଥିଲେ ସେହିଭଳି ଭାବରେ ଆଗକୁ ମଧ୍ୟ ସ୍ତ୍ରୀ ସୋନାଲି ଙ୍କ ସହିତ ମିଶି ଲୋକଙ୍କୁ ହସାଇବେ । ଘର କଥା ବୁଝିବା ସହିତ ସୋନାଲି ରାଜୁ ଙ୍କ ସହିତ ମିଶି ତାଙ୍କ ପ୍ରଫେସନ କୁ ମଧ୍ୟ ଆଗକୁ ବଢାଇବାରେ ସାହାର୍ଯ୍ୟ କରିବେ ବୋଲି ବିଶ୍ଵାସ ରଖିଛନ୍ତି ରାଜୁ ।

କେନ୍ଦୁଝରରୁ ଆସିଥିବା ଝିଅ ଭୁବନେଶ୍ଵରରେ ସମସ୍ତଙ୍କ ମନକୁ ନେଇ ଚାଲିବା କାଠିକର ପାଠ ହୋଇଥିଲେ ମଧ୍ୟ ସୋନାଲି ନିଜ ଦାଇତ୍ଵ ଉଚିତ ଭାବରେ ବହନ କରିବେ ବୋଲି କହିଥିଲେ । କେନ୍ଦୁଝରରେ ଏକ ପ୍ରାଇଭେଟ କଲେଜ ରେ ସୋନାଲି ଲେକଚର ଭାବରେ ପିଲା ମାନଙ୍କୁ ଶିକ୍ଷା ପ୍ରଦାନ କରୁଥିଲେ । ମାତ୍ର ବିବାହ ପରେ ବର୍ତ୍ତମାନ ସେ ଚାକିରୀ ଛାଡି ଭୁବନେଶ୍ବରରେ ରହିବାକୁ ଯାଉଛନ୍ତି ।

ଏହାକୁ ନେଇ ରାଜୁ କହିଛନ୍ତି ଯେ ଯଦି ସେ ଭୁବନେଶ୍ବରରେ କିଛି ଚାକିରୀ ଅଥବା ପୁନର୍ବାର ପିଲାଙ୍କୁ ପଢାଇବାକୁ ଚାହିଁବେ ତେବେ ନିଶ୍ଚିତ ଭାବରେ ତାଙ୍କୁ ସେ ଷପୋର୍ଟ କରିବେ । ଏହିଭଳି ଭାବରେ କମେଡିଆନ ରାଜୁ ଦାସ କିଛି ମଜାଦାର କଥା ସହିତ ନିଜ ମନର କଥା କୁ ନିଜ ଫ୍ୟାନ୍ସ ଙ୍କ ଆଗରେ ସେୟାର କରିଥିଲେ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *