ଏମିତି କିଏ ଖେଳନ୍ତି ହୋଲି, ଖେଳରେ ଖେଳରେ ହେଲା ଭୟଙ୍କର ଦୁର୍ଘଟଣା, ଦେଖିଲେ ଆଖି ବୁଜି ହେଇଯିବ…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ରଙ୍ଗର ଖେଳ ହୋଲି । ପବିତ୍ର ଦୋଳ ପୂର୍ଣ୍ଣିମା ପରେ କାଲି ସାରା ରାଜ୍ୟରେ ପାଳିତ ହୋଇଛି ହୋଲି । କରୋନା କଟକଣା ଥିବାରୁ ୨ ବର୍ଷ ପରେ ପରିବାର, ନିଜ ସମ୍ପର୍କୀୟ ମାନଙ୍କ ସହ ରଙ୍ଗ ଖେଳିଛନ୍ତି ଲୋକ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ପରସ୍ପର ପରସ୍ପରକୁ ଅବିର ଲଗାଇ ହୋଲିର ଶୁଭେଛା ଜଣାଇଛନ୍ତି । ଚଳିତ ଥର ଓଡିଶାରେ ସର୍ବସାଧାରଣ ସ୍ଥାନରେ ହୋଲି ଖେଳିବାକୁ ଲୋକଙ୍କୁ ବାରଣ କରାଯାଇଛି ।

କେବଳ ପରିବାର ଭିତରେ ହୋଲି ଖେଳିବାକୁ ଅନୁମତି ରହିଛି । ଚଳିତଥର କରୋନାର ପ୍ରକୋପ କମିଥିବାରୁ ଲୋକେ ସ୍ୱାଭାବିକ ହୋଲିର ମଜା ଉଠାଇଛନ୍ତି । ଭୁବନେଶ୍ୱର ରାଜ ଭବନ ଛକଠାରେ ରାସ୍ତା କଡ଼ରେ ରଙ୍ଗ ବିକ୍ରି ହେଉଛି । ଦୁଇ ବର୍ଷ ପରେ ହୋଲି ଉତ୍ସବ ପାଳନ ହେଉଥିବାରୁ ଏଠାକୁ ରଙ୍ଗ କିଣିବାକୁ ଆସିଥିବା ଲୋକଙ୍କ ମନରେ ନାହିଁ ନଥିବା ଖୁସି ଦେଖିବାକୁ ମିଳିଥିଲା ।

ତେବେ ଏହା ସହିତ ସୁରକ୍ଷିତ ହୋଲି ପାଇଁ ହର୍ବାଲ୍ ବା ଅର୍ଗାନିକ୍ ରଙ୍ଗର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଛି । ଲୋକେ ନିଜ ଘରେ ହର୍ବାଲରେ ତିଆରି ରଙ୍ଗ ଖେଳିଛନ୍ତି । ପଟିଆ ଷ୍ଟାର୍ କ୍ଲବ ଆପାର୍ଟମେଣ୍ଟରେ ହର୍ବାଲ୍ ହୋଲି ପାଳନ କରାଯାଇଛିି । ଘରୋଇ ଜିନିଷ ବ୍ୟବହାର କରି, ଯେପରି ହଳଦୀ, ନିମ, ଚା’, କଫି, ମୁଲତାନୀ ମାଟି ଆଦି ବ୍ୟବହାର କରି ହୋଲି ଖେଳିଛନ୍ତି ।

ଜଗନ୍ନାଥ ସଂସ୍କୃତି ଅନୁସାରେ ବହୁ ବର୍ଷ ତଳେ କେବଳ ପ୍ରାକୃତିକ ରଙ୍ଗରେ ହୋଲି ଖେଳାଯାଉଥିଲା । ହର୍ବାଲ ହୋଲି ଖେଳିବା ଦ୍ୱାରା ଶରୀର ଉପରେ କୌଣସି କୁପ୍ରଭାବ ପଡ଼ିବ ନାହିଁ ।ତେବେ କାହା ପାଇଁ କାଲି ହୋଲି ର ପର୍ବ ଖୁସି ନେଇ ଆସିଥିଲା ବେଳେ କାହା ପାଇଁ ପାଲଟି ଯାଇଥିଲା କାଳ । ତେବେ ଏହି ହୋଲିର ଯେତେ ଆନନ୍ଦ ମିଳେ କିନ୍ତୁ ହୋଲି ଖେଳିବା ପରେ ଅନେକ ଲୋକ ଅନେକ ଦୁର୍ଘଟଣା ର ମଧ୍ୟ ଶିକାର ହୋଇ ଥାଆନ୍ତି ।


ତେବେ କିଛି ଲୋକ ନଦୀ କୁ ଗାଧୋଇ ଯାଇ ଭାସି ଯାଇଥିବା ବେଳେ କିଛି ଲୋକ ଅସାଵଧନତା ଯୋଗୁଁ କିମ୍ବା ନିଶା ଯୋଗୁଁ ଅନେକ ହଇରାଣ ମଧ୍ୟ ହେଉଛନ୍ତି । ତେବେ ସେହିଭଳି କିଛି ଦୁର୍ଘଟଣା ଦେଖିବାକୁ ମିଳିଥିଲା ଉତ୍ତରପ୍ରଦେଶ ରେ । ତେବେ ଉତ୍ତରପ୍ରଦେଶ ର ବାଗପତ ଅଞ୍ଚଳରେ ଏକ ଅଟୋ ଦ୍ରୁତ ଗତିରେ ଆସୁଥିବା ସମୟରେ ଜଣେ ଯୁବକ ବେଲୁନ ରେ ପାଣି ଭର୍ତ୍ତି କରି ସେହି ଅଟୋ ଉପରକୁ ପକାଇ ଥିଲେ ।

ତେବେ ଏହା ପରେ ଅଟୋ ଵାଲା ଟି ନିଜର ଭାରସାମ୍ୟ ହରାଇ ଓଲଟି ପଡି ଯାଇଥିଲା । ତେବେ ଏହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି ।
ତେବେ ପୋଲିସ ଭିଡିଓ ଏବଂ ଘଟଣା ର ଯାଞ୍ଚ କରିବା ପରେ ଜାଣିବାକୁ ପାଇଥିଲା କି ଅଟୋ ଡ୍ରାଇଭର ସହ ଦୁଇ ଜଣ ଯାତ୍ରୀ ମଧ୍ୟ ଏଥିରେ ଆହତ ହୋଇଛନ୍ତି । ତେବେ ଏହା ଉପରେ ପୋଲିସ ନିଜର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି । ତେବେ ଆପଣ ମାନେ ହୋଲି ଖେଳନ୍ତୁ କିନ୍ତୁ କାହାକୁ କିମ୍ବା ନିଜକୁ ହାନି ନ ପହଞ୍ଚାଇ ହୋଲି ଖେଲନ୍ତୁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *