ଏମିତି କିଛି ଦେଶ ଯିଏ ଭାରତ ପାଇଁ କିଛି ବି କରି ପାରନ୍ତି, କାହା ସହିତ ବି ଲଢିବା ପାଇଁ ସବୁବେଳେ ପ୍ରସ୍ତୁତ, ଦେଖନ୍ତୁ କିଏ ସେହି ସବୁ ଦେଶ …

ବନ୍ଧୁଗଣ ଆମ ଭାରତ ଆଜି ସେହି ସବୁ ଦେଶ ଗୁଡିକ ମଧ୍ୟରେ ରହିଛି ଯାହାର ଜନସଂଖ୍ୟା ଅଧିକ ଥିଲେ ମଧ୍ୟ ବିକାଶ ଦିଗରେ ବହୁତ ଆଗୁଆ ଅଛି । ଭାରତ ବିକାଶ କରିବାର ଆଉ ଏକ କାରଣ ହେଉଛି ଭାରତ ଅନେକ ଦେଶ ସହ ଘନିଷ୍ଠ ବନ୍ଧୁତା ରଖିଛି । ସେହି ସବୁ ଦେଶ ଗୁଡିକ ଭାରତ ସହ ଆର୍ଥିକ ଓ ରାଜନୈତିକ ସମନ୍ଵୟ ରକ୍ଷା କରି ଚାଲି ଥାନ୍ତି । ହେଲେ ଏପରି କିଛି ଦେଶ ଅଛି ଯାହା ସହ ଭାରତର ସମ୍ପର୍କ ବହୁତ ଅଧିକ ଭଲ ଅଛି ।

ଯଦି ସେହି ଦେଶ ଗୁଡିକ ନଥାନ୍ତା ତା ହେଲେ ଭାରତ ଆଜି ଏତେ ବିକାଶ କରିପାରି ନଥାନ୍ତା । ଏହି ଦେଶ ଗୁଡିକ ଭାରତକୁ ସମସ୍ତ କଠିନ ପରିସ୍ଥିତିରେ ସପୋର୍ଟ କରିଛନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ସବୁ ଦେଶ ଗୁଡିକ ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ଜାପାନ- ବନ୍ଧୁଗଣ ଭାରତ ଓ ଜାପାନର ସମ୍ପର୍କ ଦୀର୍ଘ ବର୍ଷରୁ ବହୁତ ମଝବୁତ ଓ ଭଲ ଅଛି । ଜାପାନର ସଂସ୍କୃତିରେ ଭାରତରେ ଜନ୍ମିତ ବୌଦ୍ଧ ଧର୍ମର ସ୍ପର୍ଷ୍ଟ ପ୍ରଭାବ ଦେଖିବାକୁ ମିଳେ । ଜାପାନ ସବୁବେଳେ ଭାରତର ସଭ୍ୟତା ଓ ସଂସ୍କୃତି ସହ ଯୋଡି ହୋଇ ରୁହେ । ବନ୍ଧୁଗଣ ଆଜି ବି ଜାପାନ ଚୀନ ବିରୋଧରେ ଦକ୍ଷିଣ ଚୀନ ସାଗରରେ ଭାରତର ସପୋର୍ଟ ଦେଉଛି ।

ଋଷିଆ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛି ବିଶ୍ଵର ସବୁଠାରୁ ଶକ୍ତିଶାଳୀ ଦେଶ ଋଷିଆ । ଋଷିଆ ଓ ଭାରତ ମଧ୍ୟରେ ବହୁତ ଘନିଷ୍ଠ ବନ୍ଧୁତା ରହିଛି । ଭାରତ ଯେବେବି ସମସ୍ୟାର ସମ୍ମୁଖିନ ହୋଇଛି ଋଷ ସହାୟତାର ହାତ ବଢେଇଛି । କିଛି ଦେଶ କାଶ୍ମୀରକୁ ପାକିସ୍ତାନ ସହ ଯୋଡିବା ପାଇଁ ଚାହୁଁଥିଲେ ହେଲେ ସେହି ସମୟରେ ଯଦି ଋଷ ସହାୟତା ନକରିଥାନ୍ତା ତା ହେଲେ ଭାରତ ପାଖରେ ଆଜି କାଶ୍ମୀର ନଥାନ୍ତା ।

ଇସ୍ରାଏଲ- ବନ୍ଧୁଗଣ ଭାରତ ସହ ଇସ୍ରାଏଲର ମଧ୍ୟ ବହୁତ ଘନିଷ୍ଠ ବନ୍ଧୁତା ରହିଛି । ଭାରତ ଓ ଇସ୍ରାଏଲର ସ୍ଵାଧୀନତା ପାଖାପାଖି ଏକା ସମୟରେ ହୋଇଥିଲା । ଭାରତ ଓ ଚୀନ ଯୁଦ୍ଧ ସମୟରେ ନେହେରୁ ସବୁ ଦେଶକୁ ସହାୟତା ପାଇଁ ଚିଠି ଲେଖିଥିଲେ । ସେତେବେଳେ ଇସ୍ରାଏଲ ସହାୟତାର ହାତ ବଢାଇ ଥିଲା । ସେବେଠାରୁ ଇସ୍ରାଏଲ ଓ ଭାରତ ମଧ୍ୟରେ ଘନିଷ୍ଠ ବନ୍ଧୁତା ରହିଛି ।

ଭୁଟାନ- ବନ୍ଧୁଗଣ ଭାରତ ଓ ଭୁଟାନ ମଧ୍ୟରେ ଅତି ଘନିଷ୍ଠ ବନ୍ଧୁତା ରହିଛି । ଭାରତ ଓ ଭୁଟାନର ସମ୍ପର୍କ ମୋଗଲ ଇତିହାସ ଏବଂ ସଂସ୍କୃତିରୁ ସୃଷ୍ଟି ହୋଇଛି । ଭାରତର ସମସ୍ତ କଠିନ ପରିସ୍ଥିତିରେ ଭୁଟାନ ସହାୟତାର ହାତ ବଢାଇଛି ।  ଭାରତର ପୂର୍ବତ୍ତମ ପ୍ରଧାନମନ୍ତ୍ରୀ ଜବାହାର ଲାଲ ନେହେରୁ କହିଥିଲେ, ଯଦି କୌଣସି ଦେଶ ଭୁଟାନ ଉପରେ ଆକ୍ରମଣ କରିବ ତା ହେଲେ ଆମେ ଭାବିବୁ ସେହି ଦେଶ ଭାରତ ଉପରେ ଆକ୍ରମଣ କରିଦେଲା । ବନ୍ଧୁଗଣ ଭାରତ ଓ ଭୁଟାନର ଘନିଷ୍ଠ ବନ୍ଧୁତା ଦୀର୍ଘ ବର୍ଷରୁ ରହି ଆସିଛି ।

Leave a Reply

Your email address will not be published. Required fields are marked *