ଏମିତି କାରନାମା କ୍ୟାମେରାରେ କଏଦ ହେଇଗଲା ନହେଲେ ଆପଣ ବିଶ୍ଵାସ ବି କରି ନଥାନ୍ତେ, ଗୋଟିଏ ପୁରୁଣା ଘରେ ଏତେ ସାରା ନାଗ, Video ଦେଖିଲେ ଡରିଯିବେ ଆପଣ

ନମସ୍କାର ବନ୍ଧୁଗଣ ତେବେ ସାପ ସରୀସୃପ ବର୍ଗୀୟ ପ୍ରାଣୀ ଅଟେ । ଏହା ଜଳ ଏବଂ ସ୍ଥଳ ଉଭୟ ସ୍ଥାନରେ ଦେଖାଯାନ୍ତି । ସେମାନଙ୍କ ଶରୀରର ଉପର ଭାଗ ଏକ କାଟି ଦ୍ଵାରା ଢାଙ୍କି ହୋଇ ରହିଥାଏ । ଦୁନିଆରେ ପ୍ରାୟ ୨୫୦୦ ରୁ ୩୦୦୦ ପ୍ରଜାତିର ସାପ ଦେଖିବାକୁ ମିଳେ । ତନ୍ମଧ୍ୟରୁ ଭାରତରେ କେବଳ ୬୯ ଟି ପ୍ରଜାତିର ବିଷାକ୍ତ ସାପଙ୍କ ସୂଚନା ରହିଛି । ସେଥିରୁ ୨୯ଟି ଟି ସାମୁଦ୍ରିକ ସାପ ଓ ୪୦ ଟି ସ୍ଥଳଭାଗୀୟ ସାପ ବୋଲି କୁହାଯାଏ ।

ତେବେ ବିଷଧର ସାପଣଙ୍କ ମୁଣ୍ଡରେ ଏକ ବିଷ ସଞ୍ଚାଳକ ଏବଂ ଉପର ପାଟି ପାଖରେ ଏକ ବିଷ ଥଳୀ ରହିଥାଏ । ବିଷଧର ସାପ ମାନଙ୍କ ମଧ୍ୟରେ କୋବ୍ରା ବା ନାଗ ସାପ ଆପଣ ନିଶ୍ଚୟ ଜାଣିଥିବେ । ହିନ୍ଦୁ ଧର୍ମରେ ଭଗବାନ ଶିବଙ୍କ ବେକରେ ଏହି ସାପ ଦେଖିବାକୁ ମିଳେ ଓ ନାଗ ଦେବତାଙ୍କୁ ଲୋକ ପୂଜା ମଧ୍ୟ କରନ୍ତି । ସମସ୍ତ ପ୍ରକାର ପ୍ରାଣୀ ମିଶି ଏହି ପୃଥିବୀ ପୃଷ୍ଠକୁ ସୁନ୍ଦର ବନାନ୍ତି । ସେଥିପାଇଁ ସାପ ବିଷଧର ହୋଇଥିଲେ ଏହାକୁ ଉଦ୍ଧାର କରିବା ଆବଶ୍ୟକ ରହିଛି।

ଆଜି ଆମେ ଆପଣଙ୍କୁ ଏହି ଭିଡିଓରେ ଦେଖାଇବାକୁ କିପରି ଏକ ପୁରୁଣା ଘରୁ ଅନେକ ଗୁଡିଏ ସାପ ଛୁଆ ଉଦ୍ଧାର କରାଯାଇଛି । ଘଟଣାଟି ଜୌନପୁର ର ‘ଅଭୟ ଚାନ୍ଦ ପତ୍ତି’ ନାମକ ଏକ ଗାଁ ର । ଜୌନପୁରରୁ ମାତ୍ର ୮ କିଲୋ ମିଟର ଦୂରରେ ଅବସ୍ଥିତ ଏହି ଗାଁ ଟି । ସେଠାରେ ଅନେକ ନାଗ ସାପ ଥିବା ସୂଚନା ପାଇ ସେମାନଙ୍କୁ ଉଦ୍ଧାର କରିବାକୁ ସେଠାରେ ପହଞ୍ଚି ଥିଲେ ଜଣେ ପ୍ରଫେସନାଲ ସାପ ଧରାଳି ।

ତେବେ ପଥର ହଟାଇବା ପରେ ମାଟି ତଳୁ ବାହାରିଥିଲେ ଅନେକ ଗୁଡିଏ ନାଗ ସାପ ଛୁଆ । ଆଉ ଅନେକ ମାଟି ଭିତରେ ମଧ୍ୟ ଲୁଚି ରହିଥିଲେ । ସେହି ସ୍ଥାନରେ ପାଣି ପକାଇବା ଦ୍ଵାରା ଗତ ଭିତରୁ ବାହାରି ଆସିଥିଲେ ଆହୁରି ଅନେକ ସାପ। ସବୁ ସାପଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ଥିଲା ।


ଘରରର ଚଟାଣ ତିଆରି ନ ହୋଇଥିବାରୁ ଘରେ ସାପ ଅଣ୍ଡା ଦେଇଥିଲା। ତେବେ ଯାହା ଫଳରେ ଏତେ ସାପ ସେଠାରେ ଜନ୍ମ ହୋଇଥିଲେ କହିଛନ୍ତି ସାପ ଧରାଳି । କିନ୍ତୁ ମା ସାପ ସେଠାରୁ ମିଳି ନ ଥିଲା । ସାପ ଛୁଆ ଗୁଡିକୁ ନେଇ ଜଙ୍ଗଲରେ ଛାଡି ଦିଆ ଯାଇଛି । ଆପଣ ମଧ୍ୟ ଜୀବଜନ୍ତୁଙ୍କୁ ବଞ୍ଚାନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *