ଏମିତି ଡାକ୍ତରଙ୍କୁ କୋଟି କୋଟି ପ୍ରଣାମ ! ରୋଗୀର ଚିକିତ୍ସା ପାଇଁ କରିଲେ ଏମିତି କାମ ପୁରା ଦୁନିଆ ଅକରୁଛି ପ୍ରଶଂସା…ନିଜେ ଥରେ ଦେଖି ନିଅନ୍ତୁ…

ବନ୍ଧୁଗଣ, ଡାକ୍ତର ହେଉଛନ୍ତି ଦ୍ଵିତୀୟ ଭଗବାନ । ରୋଗୀର ଜୀବନ ବଞ୍ଚାଇବାକୁ କରନ୍ତି ପ୍ରାଣମୂର୍ଛା ଉଦ୍ୟମ । ଦରକାର ପଡିଲେ ମୃ-ତ୍ୟୁକୁ ଦିଅନ୍ତି ମାତ । ବର୍ତ୍ତମାନ ଏଭଳି ଏକ ଡାକ୍ତର ଙ୍କ କାର୍ଯ୍ୟ ସଲାମ କରୁଛି ସାରା ଦେଶ । ଘଟଣା ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ ରେ ଲାଇମ ଲାଇଟ ରେ । ଜଣେ ରୋଗୀର ଚିକିତ୍ସ୍ୟା ଲାଗି ସବୁ ବାଧାବିଘ୍ନ କରୁଛନ୍ତି ପାର । ଟ୍ରାଫିକ ଜାମ ଥିବା ବେଳେ ଜୀବନକୁ ବାଜି ଲଗାଇ ବିଚ ରାସ୍ତାରେ ଦୌଡୁଛନ୍ତି । 

ବ୍ୟାଙ୍ଗାଲୁରୁର ଏହି ଘଟଣାକୁ ନେଇ ବର୍ତ୍ତମାନ ସବୁଠାରେ ଚର୍ଚ୍ଚା । ଡାକ୍ତରଙ୍କର ଏଭଳି ଅବଦାନ ଲାଗି ସବୁଠାରେ ଛୁଟୁଛି ପ୍ରଶଂସାର ସୁଅ । ଟ୍ରାଫିକରେ ଫସିଗଲା କାର । ରାସ୍ତାରେ ଗାଡି ଛାଡି ଦୌଡିଲେ ଡାକ୍ତର । ରୋଗୀର ଅସ୍ତ୍ରପୋଚାର କରିବାକୁ ନେଲେ ଏଭଳି ଷ୍ଟେପ । ୩ କିଲୋମିଟର ଦୌଡି ଯାଇ ପହଞ୍ଚିଲେ ହସ୍ପିଟାଲରେ । ଠିକ ସମୟରେ ପହଞ୍ଚିଥିବାରୁ ରୋଗୀଙ୍କର ହୋଇଥିଲା ଅପରେସନ ।

ବର୍ତ୍ତମାନ ରୋଗୀ ସଂପୂର୍ଣ୍ଣ ସୁସ୍ଥ ଥିବା ଜଣା ପଡିଛି । ବାସ୍ତବରେ ଏହି ଘଟଣାଟି ଘଟିଛି ବାଙ୍ଗାଲୁରୁ ସହରରେ । ଏବଂ ଭା-ଇ-ରା-ଲ ହେଉଥିବା ଭି-ଡି-ଓ କୁ ସେୟାର କରିଥିଲେ ଖୁଦ ନିଜେ ଡାକ୍ତର । ଏହି ଡାକ୍ତର ଜଣଙ୍କ ହେଉଛନ୍ତି ଗୋବିନ୍ଦ ନନ୍ଦକୁମାର । ଗ୍ୟାସ୍ଟ୍ରୋଏଣ୍ଟ୍ରୋଲୋଜି ବିଭାଗରେ କାମ କରନ୍ତି ନନ୍ଦ କୁମାର ।

ଗତ ୩୦ ତାରିଖର ଏହି ଘଟଣା ବର୍ତ୍ତମାନ ବହୁତ ଭା-ଇ-ରା-ଲ । ଗତ ସପ୍ତାହରେ ଭୀଷଣ ବର୍ଷାରେ ଉବୁଡୁବୁ ହେଉଥିଲା ଇଲେକ୍ଟ୍ରୋନିକ ସିଟି । ରାସ୍ତା ଘାଟରେ ସୃଷ୍ଟି ହୋଇଥିଲା କୃତିମବନ୍ୟା । ଗାଡି ମୋଟର ଚଳାଚଳ ବାଧା ପ୍ରାପ୍ତ ହେବା ଠପ ହୋଇ ପଡିଥିଲା ଟ୍ରାଫିକ ବ୍ୟବସ୍ଥା । ନାହିଁ ନଥିବା ସମସ୍ୟା ଭୋଗିଥିଲେ ଲୋକେ ।

ଡାକ୍ତର ମଧ୍ୟ ସମାନ ସମସ୍ୟାର ହୋଇଥିଲେ ସମ୍ମୁଖୀନ । କାରଣ ବ୍ୟାଙ୍ଗାଲୁରୁ ସାରାଜମପୁରର ମଣିପାଲ ହସ୍ପିଟାଲରେ ଥିଲା ତାଙ୍କର ଅପରେସନ । ଜଣେ ରୋଗୀଙ୍କର ହେବାର ଥିଲା ଗଲବ୍ଳାଡର ଅପରେସନ କିନ୍ତୁ ଟ୍ରାଫିକ ଜାମ ହେତୁ ବିଚ ରାସ୍ତାରେ ଫସି ଯାଇଥିଲା ଡାକ୍ତରଙ୍କର ଗାଡି । ହାତରେ ଥିଲା କମ ସମୟ । ଶେଷରେ ଅନ୍ୟ ଉପାୟ ନ ପାଇ ଡାକ୍ତର ଦୌଡି ଦୌଡି ଯାଇ ପହଞ୍ଚିଥିଲେ ହସ୍ପିଟାଲରେ । ଆଉ ଦୌଡିବା ସମୟରେ ସେ ନିଜେ ଏହାକୁ ସୁଟ କରି ସୋ-ସି-ଆ-ଲ ମି-ଡି-ଆ ରେ କରିଥିଲେ ଅପଲୋଡ ।

ତେବେ ଏହିଭଳି କାର୍ଯ୍ୟ ପରେ ଡାକ୍ତରଙ୍କୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି । ଡାକ୍ତର ନିଜେ ମଧ୍ୟ ଲେଖିଛନ୍ତି ଯେ ଯେ ହେତୁ ମୁଁ ଜିମ ଯାଏ ସେଥି ନିମନ୍ତେ ମୋ ପାଇଁ ନଥିଲା ସମସ୍ୟା । ରୋଗୀର ଜୀବନ ବଞ୍ଚାଇବା ଥିଲା ମୋର ପ୍ରାଥମିକ କାର୍ଯ୍ୟ ଯାହା ମୁଁ କରିଛି । ବର୍ତ୍ତମାନ ମତେ ମିଳିଛି ଆତ୍ମସନ୍ତୋଷ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *