ଏମିତି ବାପାକୁ ଯେତେ ଧନ୍ୟବାଦ ଜଣାଇଲେ ମଧ୍ୟ କମ୍, ଦେଖନ୍ତୁ ପ୍ରମିଳାଙ୍କ ସଫଳତାର କାହାଣୀ…

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ଗତକାଲି ସମଗ୍ର ଦେଶ ପିତୃଦିବସ ପାଳନ କରିଛି  । ସତରେ ବାପା ଶବ୍ଦ ଯେପରି ସୁନ୍ଦର ସନ୍ତାନ ଜୀବନରେ ସୁନ୍ଦରତା ବାପା ହିଁ ପ୍ରଦାନ କରିଥାଏ । ବାପା ସନ୍ତାନକୁ ଏହି ଦୁନିଆରେ କିପରି ଜିଇବା ଶିଖାଇଥାଏ । ଆଜି ଆମେ ଏକ ଏଭଳି ସତ୍ୟ ଘଟଣା ଯଥା ଅନୁଗୁଳ ତାଳଚେର ବ୍ଲକରେ ରହୁଥିବା ନୀରାମୁଣ୍ଡା ବସ୍ତିରେ ରୁହନ୍ତି ନୀର ମୁଣ୍ଡାଙ୍କ ପରିବାର ସ୍ତ୍ରୀ ଗୁରୁବାରି ଝିଅ ପ୍ରମିଳାଙ୍କୁ  ନେଇ ଗଢିଛି ନୀରଙ୍କ ସୁନ୍ଦର ସଂସାର ।

ପ୍ରାୟତ ସେହି ଗାଁ ବାସୀମାନେ ପିଲାମାନଙ୍କୁ ପାଠପଢାଇବା ପାଇଁ ପିଲାମାନଙ୍କୁ ବିଦ୍ୟାଳୟକୁ ପଠାନ୍ତି ନାହିଁ । ମାତ୍ର ନୀରା ମୁଣ୍ଡା ଝିଅ ପ୍ରମିଳାଙ୍କ ପାଇଁ ବହୁତ କଷ୍ଟକରି ଦିନରାତି ଖଟି ପିଲା ଦେଖିଥିବା ଆଶାକୁ ପୂରଣ କରିବାକୁ ଚେଷ୍ଟା କରିଛନ୍ତି । ଝିଅର ମୁଣ୍ଡ କୁଣ୍ଡାଇବାରୁ ଆରମ୍ଭ କରି ଜୋତାର ଫିତା ବାନ୍ଧିବା ଯାଏ ସବୁ କାମ ବାପା ନିଜେ ହାତରେ କରନ୍ତି ।

ମାତ୍ର ଦିନେ ବାପାଙ୍କ ସ୍ଵପ୍ନରେ ଲାଗିଲା ବଡଧରଣର ଝଟକା ଝିଅ ପ୍ରମିଳା ସ୍କୁଲ ରୁ ଫେରିବା ସମୟରେ ଘଟିଯାଇଥିଲା ଅଘଟଣ ଯେଉଁଥିରେ ପ୍ରମିଳାଙ୍କ ଡାହାଣ ଗୋଡ କଟିଯାଇଥିଲା । ତେଣୁ ପ୍ରମିଳାକୁ କଟକ ମେଡିକାଲକୁ ନିଆଯାଇଥିଲା ଝିଅ ଭାବିଥିଲା ସେ ଆଉ ପଢିପାରିବ ନାହିଁ । ନୀରା ମୁଣ୍ଡା ଭୌତିକ ଓ ଶାରୀରିକ ରୂପରେ ଭାଙ୍ଗିପଡିଥିଲେ ମାତ୍ର ନିଜର ମନବୃତ୍ତି କୁ ସୁଦୂଢ କରି ଝିଅକୁ ଆଲୋକର ପଥ  ଦେଖାଇଥିଲେ ।

ଝିଅ ପାଇଁ ଅନେକ ସଙ୍ଗର୍ଷ କରି ଆଜି ଝିଅକୁ ତା ‘ ଲକ୍ଷ୍ୟ ସ୍ଥାନରେ ପହଞ୍ଚାଇଲେ । ପ୍ରାୟ ଚାରିବର୍ଷ ପରେ ଝିଅ ମାଟ୍ରିକ ପରୀକ୍ଷାରେ ଉତ୍ତମ ମାର୍କ ରଖି ମୁଣ୍ଡା ବସ୍ତି ପାଇଁ ସଫଳତାର ଉଦାହରଣ ସାଜିଛି  । ଅନୁଗୁଳ ଜିଲ୍ଲାପାଳ ମଧ୍ୟ ପ୍ରମିଳାକୁ ପୁରସ୍କାର କରି ସମ୍ମାନିତ କରିଛନ୍ତି । ତେବେ ଝିଅ ପ୍ରମିଳା ସଫଳତାର ଶ୍ରେୟକୁ ବାପାଙ୍କୁ ଦେବାକୁ ଚାହେ ବୋଲି କହିଛନ୍ତି ।

ଯଦି ମୋ ବାପା ଭଳି ବାପା ସମସ୍ତକୁ ମିଳନ୍ତି ତେବେ ସବୁ ଝିଅମାନେ ନିଜର ଲକ୍ଷ୍ୟ ସ୍ଥଳକୁ ଆରାମରେ ପହଞ୍ଚିପାରିବେ । ସତରେ ବାପାର ପ୍ରେମ ମା ‘ପରି ପ୍ରକାଶିତ ହୋଇନପାରେ ମାତ୍ର ଝିଅକୁ ସୁନ୍ଦର ଜୀବନ ଟିଏ ପ୍ରଦାନ କରିବା ପାଇଁ ବାପାର ବର୍ଷ ବର୍ଷ ପରିଶ୍ରମ ଗଚ୍ଛିତ ହୋଇରହିଥାଏ । ଖବର କୁ ନେଇ ଆପଣଙ୍କୁ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *