ଏମାନେ ହେଉଛନ୍ତି ଭାରତର Top 5 ଧନୀ ଭିକାରୀ, ଫ୍ଲାଟ ସହ ଏମାନଙ୍କ ପାଖରେ ଅଛି କୋଟି କୋଟି ଟଙ୍କା, 4 ନଂ ଙ୍କ ସମ୍ପତ୍ତି କେତେ ଜାଣିଲେ ଆପଣ ବି ଚମକି ପଡିବେ 

ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷ ଏକ ସୁଖମୟ ଓ ସମୃଦ୍ଧି ପୂର୍ଣ୍ଣ ଜୀବନ ଅତିବାହିତ କରିବା ପାଇଁ ଇଛା କରିଥାନ୍ତି । ନିଜ ପରିବାରର ସମସ୍ତ ଆବଶ୍ୟକତାକୁ ପୂରଣ କରିବା ପାଇଁ ଲୋକମାନେ ଦିନ ରାତି କଷ୍ଟ କରିଥାନ୍ତି । କେତେକ ଲୋକ କାହା ପାଖରେ ଚାକିରି କରିଥାନ୍ତି ତ କେତେକ ଲୋକ ବ୍ୟବସାୟ ଆଦି କରିଥାନ୍ତି । ବନ୍ଧୁଗଣ ଅନ୍ୟ ପକ୍ଷରେ ଏପରି ମଧ୍ୟ କିଛି ଲୋକ ଅଛନ୍ତି ଯେଉଁ ମାନେ ନା ବ୍ୟବସାୟ କରନ୍ତି ନା କାହା ପାଖରେ ଚାକିରି ।

ଏହି ଲୋକମାନେ ହେଉଛନ୍ତି ଭିକାରି । ଭିକାରି ମାନଙ୍କର ଦିନିକିଆ ବା ମାସିକ ଆୟ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଆଜିଆମେ ଆପଣ ମାନଙ୍କୁ ଭାରତର ଏପରି କିଛି ଭିକାରି ମାନଙ୍କ ବିଷୟରେ କହିବୁ ଯେଉଁ ମାନଙ୍କ ପାଖରେ ଘର, ଟଙ୍କା ଓ ସମ୍ପତ୍ତି ଅଛି । ଆପଣ ମାନଙ୍କୁ ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଭରତ ଜୈନ । ଭରତ ଭାରତର ସବୁଠାରୁ ଧନୀ ଭିକାରି ମଧ୍ୟରୁ ଜଣେ ଅଟନ୍ତି । ମୁମ୍ବାଇରେ ସେ ଭିକ ମାଗନ୍ତି ଓ ତାଙ୍କ ପାଖରେ ମୁମ୍ବାଇରେ ଦୁଇଟି ଫ୍ଲାଟ ଅଛି ଯାହାର ଆନୁମାନିକ ମୂଲ୍ୟ ହେଉଛି ୧୪୦ ଲକ୍ଷ ଟଙ୍କା । ମିଡିଆ ରିପୋର୍ଟସ ଅନୁସାରେ ସେ ମାସକୁ ୭୫ ହଜାର ଟଙ୍କା ଆୟ କରନ୍ତି ।

୨. ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି କଲିକତାର ଲକ୍ଷ୍ମୀ । ଆଜିକା ଦିନରେ ଲକ୍ଷ୍ମୀ ଭିକ ମାଗି ହଜାର ହଜାର ଟଙ୍କା ଆୟ କରନ୍ତି । ସେ ମାତ୍ର ୧୬ ବର୍ଷ ବୟସରୁ ଭିକ ମାଗିବା ଆରମ୍ଭ କରିଥିଲେ । ବର୍ତ୍ତମାନ ତାଙ୍କ ପାଖରେ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ଅଛି ।

୩. ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଗୀତା ତିସରେ । ସେ ଦିନକୁ ଭିକ ମାଗି ୧୫୦୦ ଟଙ୍କା ଆୟ କରନ୍ତି । ସେ ମୁମ୍ବାଇର ଚରଣି ରୋଡରେ ଭିକ ମଗନ୍ତି ଓ ସେ ଏକ ବଡ ଫ୍ଲାଟ ମଧ୍ୟ କିଣି ଛନ୍ତି ।

୪. ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଚନ୍ଦ୍ର ଆଜାଦ । ୨୦୧୯ ମସିହାରେ ଏକ ଟ୍ରେନ ଦୁର୍ଘଟଣାରେ ତାଙ୍କର ଦେହାନ୍ତ ହୋଇଥିଲା । ଏହାପରେ ପୋଲିସ ତାଙ୍କ ସମ୍ପତ୍ତି ବିଷୟରେ ଯାଞ୍ଚ ଆରମ୍ଭ କରିଥିଲା । ତାଙ୍କ ବ୍ଯାଙ୍କରେ ୮ କୋଟି ୫୦ ଲକ୍ଷ ଟଙ୍କା ଥିଲା ଓ ତାଙ୍କ ପାଖରେ ଦେଢ ଲକ୍ଷ ଟଙ୍କା ଥିଲା ।

୫. ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ପପୁ । ପପୁ ବିହାର ରାଜଧାନୀ ପାଟନାରେ ଭିକ ମଗନ୍ତି । ଏକ ଦୁର୍ଘଟଣାରେ ସେ ନିଜ ଗୋଡ ହରାଇ ବସିଥିଲେ । ରିପୋର୍ଟ ଅନୁଯାଇ ତାଙ୍କ ପାଖରେ ୧ କୋଟି ୨୫ ଲକ୍ଷ ଟଙ୍କାର ସମ୍ପତ୍ତି ଅଛି ।

Leave a Reply

Your email address will not be published. Required fields are marked *