TV ଇଣ୍ଡଷ୍ଟ୍ରି ର ଏହି 6 ଟି ଫେମସ ରିଅଲ ଲାଇଫ ଯୋଡି ଯାହାକୁ ଭଗବାନ ନୁହଁନ୍ତି ବରଂ Ekta Kapoor ବନେଇଛନ୍ତି ଏହି ଯୋଡି

ଆପଣ କଲେଜର ,ସ୍କୁଲର ଭଲପାଇବା ବିଷୟରେ ତ ଶୁଣିଥିବେ ଆଜି ଆମେ ଆପଣଙ୍କୁ ଟିଭି ଜଗତର କିଛି ପ୍ରେମୀ ଯୁଗଳ ମାନଙ୍କ ବିଷୟରେ କହିବୁ। ଯେଉଁମାନେ ଏକ୍ତା କପୂରଙ୍କ ପାଇଁ ନିଜ ବାନ୍ଧବୀଙ୍କ ସହ ଖୁସିରେ ଦିନ ବିତାଉଛନ୍ତି।

୧.ଗୌରୀ ପ୍ରଧାନ ଓ ହିତେନ ତେଜୱାନି- ଗୌରୀ ଓ ହିତେନ ଟିଭି ଜଗତ ର ଜଣେ ଚର୍ଚ୍ଚିତ ଦମ୍ପତି ଅଟନ୍ତି। ଏକ୍ତା କପୂର ଙ୍କ ଧାରାବାହିକ ‘କୁଟୁମ୍ବ’ ର ସେଟ ରେ ଦୁଇଜଣ ପରସ୍ପର କୁ ପ୍ରଥମଥର ଦେଖିଥିଲେ। ଧାରାବାହିକ ରେ ଦୁଇ ଜଣ ମୁଖ୍ୟ ଭୂମିକା ରେ ଅଭିନୟ କରିଥିଲେ। ସେବେଠୁ ସେମାନେ ପରସ୍ପର କୁ ଭଲପାଇ ବସିଥିଲେ । ହିତେନ ୨୯ ଏପ୍ରିଲ ୨୦୦୪ ମସିହାରେ ଗୌରୀ ଙ୍କୁ ବିବାହ କରିଥିଲେ ।ଏବେ ହିତେନ ଆଉ ଗୌରୀ ପରସ୍ପର ଙ୍କ ସହ ସୁଖରେ ଦିନ କାଟୁଛନ୍ତି।

୨.ଗୌତମି ଓ ରାମ କପୂର- ଗୌତମି ଓ ରାମ କପୂର ଦୁଇ ଜଣ ହି ଏକ୍ତା କପୂର ଙ୍କ ଧାରାବାହିକ ରେ ଅଭିନୟ କରିଛନ୍ତି। ‘ଘର ଏକ ମନ୍ଦିର’ ରେ ଗୌତମି ଓ ରାମ ଭାବି ଓ ଦିଅର ର ଅଭିନୟ କରିଥିଲେ। କିନ୍ତୁ ଏହି ଧାରାବାହିକ ଚାଲିଥିବା ସମୟରେ ହିଁ ଦୁହେଁ ଦୁହିଁଙ୍କୁ ଭଲପାଇ ବସିଥିଲେ । ପରେ ରାମ ଫେବୁଆରୀ ୧୪ ତାରିଖ ୨୦୦୩ରେ ଗୌତମି ଙ୍କ ସହ ବିବାହ ବନ୍ଧନରେ ବାନ୍ଧିହୋଇଥିଲେ ।ଏବେ ରାମ ଓ ଗୌତମି ତାଙ୍କ ବୈବାହିକ ଜୀବନରେ ଅତ୍ୟନ୍ତ ଖୁସି ଅଛନ୍ତି।

୩.ଗୌରୀ ଯାଦବ ଓ ଯଶ ଟୋଙ୍କ- ଏକ୍ତା କପୂର ଙ୍କ ଧାରାବାହିକ ‘କହି କିସି ରୋଜ’ର ସେଟ ରେ ଯଶ ଓ ଗୌରୀ ପରସ୍ପର ଙ୍କୁ ଦେଖାକରିଥିଲେ। ଗୌରୀ ଓ ଯଶ ଧାରାବାହିକ ରେ ଦିଅର ଓ ଭାଉଜ ର ଭୂମିକା ରେ ଅଭିନୟ କରିଥିଲେ, କୁହାଯାଏ ଯେ ଦୁଇଜଣ ପ୍ରଥମେ ଭଲ ବନ୍ଧୁ ଥିଲେ । ପରେ ଏହି ବନ୍ଧୁତ୍ବ ପ୍ରେମ ରେ ପରିବର୍ତ୍ତନ ହୋଇଥିଲା। ଯଶ ଅକ୍ଟୋବର ୨୦୦୨ରେ ଗୌରୀ ଙ୍କୁ ଵିଵାହ କରିଥିଲେ।

୪.ଶ୍ୱେତା ଓ ମାନବ ଗୋହିଲି-ଏକ୍ତା କପୂର ଙ୍କ ଧାରାବାହିକ ‘କାହାଣୀ ଘର ଘର କି’ ର ସେଟ ରେ ଶ୍ୱେତା ଓ ମାନବ ଙ୍କ ର ପ୍ରଥମ ଦେଖା ହୋଇଥିଲା ।ମାନବ ୬ ଡିସେମ୍ବର୨୦୦୪ରେ ଶ୍ୱେତା ଙ୍କୁ ବିବାହ କରିଥିଲେ।

୫.ଆଶା ନେଗି ଓ ରିତ୍ଵିକ- ଧାରାବାହିକ ‘ପବିତ୍ର ରିସ୍ତା’ ର ସେଟ ରେ ଆଶା ଓ ରିତ୍ଵିକ ପ୍ରଥମ ଥର ପାଇଁ ଦେଖାହୋଇଥିଲେ। ଧାରାବାହିକ ରେ ଦୁଇ ଜଣ ଦ୍ୱିତୀୟ ମୁଖ୍ୟ ଭୂମିକା ରେ ଅଭିନୟ କରିଥିଲେ। ପରେ ସେମାନଙ୍କ ମଧ୍ୟରେ ରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା।ଏବେ ଦୁହେଁଦୁହିଁଙ୍କୁ ଡେଟ କରୁଛନ୍ତି।

୬.ନେହା ଓ ଶକ୍ତି ଅରୋରା-ଏକ୍ତା କପୂର ଙ୍କ ଚର୍ଚ୍ଚିତ ଧାରାବାହିକ ‘ତେରେ ଲିଏ’ ରେ ନେହା ଓ ଶକ୍ତି ପତି ପତ୍ନୀଙ୍କ ଭୁମିକା ରେ ଅଭିନୟ କରିଥିଲେ। ପରେ ନେହା ଓ ଶକ୍ତି ୨୦୧୮ମସିହା ରେ ଵିଵାହ ବନ୍ଧନ ରେ ବାନ୍ଧି ହୋଇଥିଲେ । ଏବେ ଦୁଇଜଣ ଖୁସି ରେ ତାଙ୍କ ଦାମ୍ପତ୍ୟ ଜୀବନ ବିତାଉଛନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ମନୋରଞ୍ଜନ ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *