୮୧ ବର୍ଷ ର ବୃଦ୍ଧା ୩୫ ବର୍ଷ ର ଯୁବକ ସହିତ କରିଲେ ବିବାହ, ଏବେ ପିଏମ ଙ୍କୁ ସାହାର୍ଯ୍ୟ ମାଗି କହିଲେ ରାତିରେ ତାଙ୍କ ସହିତ କଣ ହେଉଛି ?

ବନ୍ଧୁଗଣ ଆପଣ ମାନେ ତ ଏହି କଥା ନିଶ୍ଚୟ ଶୁଣିଥିବେ ଯେ, ପ୍ରେମ ଅନ୍ଧ ହୋଇଥାଏ । ପ୍ରେମ ବୟସ, ଧର୍ମ, ଧନୀ ଗରିବ ଓ ରୂପ ରଙ୍ଗ ଦେଖି ନଥାଏ । ହେଲେ ବନ୍ଧୁଗଣ ଏହି କିଛି ଦିନ ହେବ ଏପରି ଏକ ମାମଲା ସାମ୍ନାକୁ ଆସୁଛି ଯାହା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ମିଡିଆ ରିପୋର୍ଟ ଅନୁସାରେ ଜଣେ ୮୧ ବର୍ଷୀୟ ମହିଳା ଆଇରିଶ ଜୋନ୍ସ ନିଜ ଠାରୁ ୪୬ ବର୍ଷ ସାନ ମହମ୍ମଦ ଅହମଦଙ୍କ ସହିତ ପ୍ରେମ ହୋଇଯାଇଥିଲା । ମହମ୍ମଦ ଇଜିପ୍ଟରେ ରୁହନ୍ତି ଓ ତାଙ୍କର ବୟସ ହେଉଛି ୩୫ ବର୍ଷ ।

ଏହି ଦୁଇଜଣଙ୍କ ସାକ୍ଷାତ ପ୍ରଥମେ ଫେସବୁକରେ ହୋଇଥିଲା । ଏହି ଦୁଇଜଣ ପରସ୍ପର ସହ ପ୍ରଥମେ କଥା ବାରତା ହୋଇଥିଲେ ଓ କିଛି ସମୟ ପରେ ଏମାନେ ପରସ୍ପରକୁ ପ୍ରେମ କରି ବସିଥିଲେ । ଜୋନ୍ସ ନିଜ ପ୍ରେମୀଙ୍କ ସହ ସାକ୍ଷାତ କରିବା ପାଇଁ ଇଜିପ୍ଟ ମଧ୍ୟ ଯାଇଥିଲେ । ଇଜିପ୍ଟରେ ଏହି ଦୁଇଜଣ ପରସ୍ପର ସହ ବହୁତ ଭଲ ସମୟ ଅତିବାହିତ କରିଥିଲେ ।

ଏହି ଦୁଇଜଣଙ୍କ ପ୍ରେମ ବଢିଯିବାରୁ ଏମାନେ ପୂର୍ବ ବର୍ଷ ନଭେମ୍ବର ମାସରେ ପରସ୍ପର ସହ ବିବାହ କରି ବସିଲେ । ହେଲେ ବନ୍ଧୁଗଣ ବିବାହ ପରେ ମଧ୍ୟ ଏହି ଦୁଇଜଣ ଏକା ସହ ରହିପାରୁ ନାହାନ୍ତି । କାରଣ ମହମ୍ମଦଙ୍କୁ ବ୍ରିଟେନର ଭିଜା ମିଳୁ ନାହିଁ । ଅନ୍ୟ ପକ୍ଷରେ ଜୋନ୍ସଙ୍କ ବୟସ ଅଧିକ ହୋଇଥିବାରୁ ସେ ଇଜିପ୍ଟର ବାତାବରଣ ସହ ରହିପାରୁ ନାହାନ୍ତି ।

ନିଜର ଏହି ସମସ୍ଯା ବିଷୟରେ ଏହି କପଲ ଏକ ଟିଭି ସୋରେ ମଧ୍ୟ କହିଥିଲେ । ଜୋନ୍ସଙ୍କ ମତରେ, ତାଙ୍କର ବର୍ତ୍ତମାନ ବହୁତ ଅଧିକ ବର୍ଷ ହୋଇଯିବାରୁ ସେ କୌଣସି ସମୟରେ ଦୁନିଆ ଛାଡି ଯାଇପାରନ୍ତି । ସେଥିପାଇଁ ସେ ସବୁ ଦିନ ଓ ସବୁ ସମୟ ନିଜ ସ୍ଵାମୀ ସହ ବିତାଇବା ପାଇଁ ଚାହୁଁଛନ୍ତି ।

ହେଲେ ବନ୍ଧୁଗଣ ଜୋନ୍ସଙ୍କ ଘର ଲୋକ ଏହି ବିବାହ ପାଇଁ ଖୁସି ନାହାନ୍ତି । ପରିବାର ଲୋକଙ୍କୁ ଲାଗୁଛି ମହମ୍ମଦ ପ୍ରେମ କରିବାର ନାଟକ କରି ଜୋନ୍ସଙ୍କ ସହ ବିବାହ କରିଛନ୍ତି ଓ ମହମ୍ମଦଙ୍କ ନଜର ଜୋନ୍ସଙ୍କ ସମ୍ପତ୍ତି ଉପରେ ଅଛି । ବନ୍ଧୁଗଣ ସମ୍ପତ୍ତି ମାମଲାରେ ମହମ୍ମଦ ତୁଳନାରେ ଜୋନ୍ସଙ୍କର ବହୁତ ଅଧିକ ସମ୍ପତ୍ତି ଅଛି ।

ଜୋନ୍ସଙ୍କୁ ବହୁତ ଲୋକ ମହମ୍ମଦଙ୍କ ସହ ବିବାହ ନକରିବା ପାଇଁ ମଧ୍ୟ ବୁଝାଇ ଥିଲେ । ହେଲେ ସେ କୌଣସି ଲୋକଙ୍କ କଥା ନଶୁଣି ମହମ୍ମଦଙ୍କ ସହ ପ୍ରେମ ବିବାହ କରିଥିଲେ । ବର୍ତ୍ତମାନ ଜୋନ୍ସଙ୍କ ସମ୍ପର୍କୀୟ ମାନେ ମଧ୍ୟ ତାଙ୍କ ସମ୍ପର୍କରେ ନାହାନ୍ତି । ଯାହାଫଳରେ ୮୧ ବର୍ଷୀୟ ଜୋନ୍ସ ବର୍ତ୍ତମାନ ଏକା ରହୁଛନ୍ତି । ତାଙ୍କୁ ଏକା ରହିବା ପାଇଁ ବହୁତ ଅସୁବିଧା ମଧ୍ୟ ହେଉଛି । ସେଥିପାଇଁ ସେ ନିଜ ସ୍ଵାମୀକୁ ଯେତେ ଶୀଘ୍ର ହୋଇପାରିବ ବ୍ରିଟେନ ଆଣିବାକୁ ଚାହୁଁଛନ୍ତି ।

ଜୋନ୍ସ ୟୁକେର ପିଏମ ବୋରୀସ ଜୋନସନଙ୍କୁ ମଧ୍ୟ ଅପିଲ କରିଛନ୍ତି ମହମ୍ମଦଙ୍କୁ ବ୍ରିଟେନର ଭିଜା ଦେବାରେ ସାହାର୍ଯ୍ୟ କରିବା ପାଇଁ । ସେ ଏହା ମଧ୍ୟ କହିଛନ୍ତି, ସ୍ଵାମୀ ବିନା ସେ ସବୁ ରାତି କାନ୍ଦି କାନ୍ଦି ଶୋଉଛନ୍ତି । ବିବାହ ପରେ ସେ ନିଜ ସ୍ଵାମୀ ସହ ସାକ୍ଷାତ କରିବା ପାଇଁ ତିନି ଥର ଇଜିପ୍ଟ ଯାଇସାରିଛନ୍ତି ଓ ବର୍ତ୍ତମାନ ତାଙ୍କର କେବଳ ଗୋଟିଏ ଇଛା ଅଛି ଯେ ତାଙ୍କ ସ୍ଵାମୀ ବହୁତ ଶୀଘ୍ର ବ୍ରିଟେନ ଆସି ଯାନ୍ତୁ ।

ବନ୍ଧୁଗଣ ଏହି କପଲଙ୍କ କାହାଣୀଟି ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ଓ ଲୋକମାନେ ମଧ୍ୟ ଏହି ମାମଲା ଉପରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ମାମଲା ଉପରେ ଆପଣ ମାନଙ୍କ ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ, ଦେଶ ବିଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *