‘ଏ ଜନ୍ମରେ ଆଉ ମିଶିବାର ଚାନ୍ସ ନାହିଁ’ ଦେଖନ୍ତୁ ମିଡିଆ ଆଗରେ Tapaswini ଙ୍କ ବିଷୟରେ କଣ କହିଲେ Sumit ? ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଶାର ବହୁତ ଚର୍ଚିତ ମାମଲା ସୁମିତ ଓ ତପସ୍ଵିନୀଙ୍କ ବିଷୟରେ ନିଶ୍ଚୟ ଜାଣିଥିବେ । ଓଡିଶାରେ ବୋଧେ ଏଭଳି ଏକ ଘଟଣା ପ୍ରଥମ ଥର ପାଇଁ ଘଟିଛି ଯେଉଁଠି ଜଣେ ସ୍ତ୍ରୀ ନିଜ ଅଧିକାର ପାଇବା ପାଇଁ ବହୁତ କଷ୍ଟ ଓ ସଂଘର୍ଷ କରିଛି ।  ଦୀର୍ଘ ଦୁଇ ମାସ ଧରି ଧାରଣାରେ ବସିବା ପରେ ତପସ୍ଵିନୀଙ୍କ ତପସ୍ୟା ସଫଳ ହୋଇଛି । ତେବେ ଜିଲ୍ଲା କୋର୍ଟଙ୍କ ରାୟ ଅନୁସାରେ ତପସ୍ଵିନୀ ବର୍ତ୍ତମାନ ନିଜ ଶଶୁର ଘରେ ରହିବେ ଓ ତପସ୍ଵିନୀଙ୍କ ସମସ୍ତ ଦାୟିତ୍ଵ ସୁମିତ ନେବେ ।

ବନ୍ଧୁଗଣ ତପସ୍ଵିନୀ ବର୍ତ୍ତମାନ ନିଜ ଶଶୁର ଘରେ ଅଛନ୍ତି ଓ ତାଙ୍କ ଶଶୁର ନିଜକୁ ଅସୁରକ୍ଷିତ ଅନୁଭବ କରି ଘରୁ ବାହାରି ଯାଇଛନ୍ତି । ତେବେ ଗତ କିଛି ଦିନ ହେବ ସୁମିତ କେଉଁଠି ଲୁଚି ଥିଲେ ତାହା ବିଷୟରେ କେହି ବି ଜାଣି ନଥିଲେ । ସୁମିତଙ୍କ ମାନସିକ ଅବସ୍ଥା ଖରାପ ଅଛି ବୋଲି ସେ କହିଛନ୍ତି । ହେଲେ ଆଜି ସୁମିତ ଲୋକ ମାନଙ୍କ ନଜରକୁ ଆସିଛନ୍ତି । ସୁସ୍ଥ ହେବା ପରେ ସୁମିତ ସିଧା ଆସିଛନ୍ତି ହାଇ କୋର୍ଟକୁ ।

ଜିଲ୍ଲା ଜଜ୍ ଦେଇଥିବା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ ଦେଇଛନ୍ତି ସୁମିତ । ତେବେ ଆଜି ସୁମିତ ଗଣମାଧ୍ୟମ ସାମ୍ନାକୁ ଆସି ନିଜ ମନର କଥା କହିଛନ୍ତି ଓ ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ସୁମିତଙ୍କ ମତରେ -‘ଏତେ ସବୁ ମୋ ପରିବାର ସହ ଘଟିଲା ମୋ ସହ ଘଟିଲା ।

ମୋର ଆଉ ମୋ ପରିବାରର ମାନ ସମ୍ମାନ ଚାଲିଗଲା । ମୁ ଭାବୁଛି ଏ ଜନ୍ମରେ ଆମେ ରିକୋଭରି କରିପାରିବୁ ନାହିଁ । ଏହି କେସ ପାଇଁ ମୋର ମାନସିକା ଅବସ୍ଥା ବହୁତ ଖରାପ ଏହି ସବୁ ନେଇକି ମୋର ମାନସିକ ଅବସ୍ଥା ବହୁତ ଖରାପ ହେଇସାରିଲାଣି । ଏହି ମାମଲା ପାଇଁ ମୁ ଛୁଟିରେ ଅଛି’ ।

ଆଗକୁ ସୁମିତ କହିଛନ୍ତି-‘ଦେଖନ୍ତୁ ସମୟ ହେଉଛି ବହୁତ ବଳବାନ ଆଗକୁ କଣ ହେବ ଆଉ କଣ ହେବ ନାହିଁ ସେ କଥା ମୁ କହିପାରିବି ନାହିଁ । ରିଯୁନିଅନ ବି ହେଇପାରେ ହେଲେ ତାର ମାନେ ନୁହେଁ ଯେ, ଘର କଥା ଦାଣ୍ଡକୁ ଆଣି ଗୋଟେ ଡ୍ରାମା ସୃଷ୍ଟି କରିବାର’ । ତେବେ ବନ୍ଧୁଗଣ ଏଭଳି ଭାବରେ ସୁମିତ ନିଜର ବୟାନ ଦେଇଛନ୍ତି । ବର୍ତ୍ତମାନ ସୁମିତ ହାଇ କୋର୍ଟର ଦ୍ଵାରସ୍ଥ ହୋଇଛନ୍ତି ‘ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *