୫୨ ଜଣଙ୍କୁ ନୋଟିସ କରିଛି ଇଡି, ଏଥର ଜାଲରେ ପଡିବେ ଖାଲି ବଡ ବଡିଆ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଏଥର ୧୨ କି ୧୫ ନୁହେଁ ସମୁଦାୟ ୫୨ ଜଣଙ୍କୁ ନୋଟିସ କରିଛି ଇଡି । ଏଥର ଇଡି ଦ୍ଵିତୀୟ ପର୍ଯ୍ୟାୟରେ ୫୨ ଜଣଙ୍କୁ ନୋଟିସ କରିଛି । ସେମାନଙ୍କ ମଧ୍ୟରେ ରାଜନେତା, ମନ୍ତ୍ରୀ, ଫିଲ୍ମ ପ୍ରଯୋଜକ ମଧ୍ୟ ଅଛନ୍ତି । ଏମାନଙ୍କୁ ସାମ୍ନା କୁ ଆଣିବା ପୂର୍ବରୁ ଇଡି ଯାଇଛି ଦିଲ୍ଲୀ । ତଦନ୍ତ ସମ୍ପର୍କରେ ସେଠାରେ ଉଚ୍ଚ ପଦସ୍ଥ ଅଧିକାରୀ ଙ୍କ ସହିତ ତଦନ୍ତକାରୀ ଦଳ ଆଲୋଚନା କରିବେ ଆଉ ସେହି ଅନୁସାରେ ଇଡି ଅଧିକାରୀ ମାନେ ଅର୍ଚ୍ଚନା ହାଇପ୍ରୋଫାଇଲ ମାମଲାର ତଦନ୍ତ କରିବେ ବୋଲି ଜଣାପଡୁଛି ।

ତେବେ ଇଡି ର ସ୍ଵତନ୍ତ୍ର ଦଳ ଦିଲ୍ଲୀ ଯିବା ଖବର ଆସିବା ପରେ ନାଗଫାଶ ରେ ପଡିଥିବା ବଡ ବଡିଆ ଙ୍କ ମୁଣ୍ଡରେ ବର୍ତ୍ତମାନ ଚଡକ ପଡିଛି । ଏହି ୫୨ ଜଣଙ୍କ ଭିତରେ ଅଛନ୍ତି ବହୁ ବଡ ବଡିଆ ରାଜନେତା, ଖଣି ମାଲିକ, ସୁନା ବେପାରୀ, ରିୟଲଷ୍ଟେଟ ମାଲିକ, ବଡ ବଡ ଠିକାଦାର, ପୋଲିସ ଅଧିକାରୀ, ଇଞ୍ଜିନିୟର ଆଦି ରହିଥିବା ସୂଚନା ମିଳୁଛି ।

କିପରି ଏମାନେ ଇଡି ଜାଲରୁ ଖସିବେ ସେ ନେଇ ନୋଟିସ ପାଇବା ପରେ ବଡ ବଡିଆ ଙ୍କ ମୁଣ୍ଡରେ ବିଛା କାମୁଡିଲାଣି । କାହା ପରେ କାହା ପାଳି ପଡିବ ସେ ନେଇ ମଧ୍ୟ ମାନସମନ୍ଥନ ଆରମ୍ଭ ହୋଇଗଲାଣୀ । କାରଣ ବୁଧବାର ଠାରୁ ସେମାନଙ୍କର ହାଜିର ହେବାର ପାଳି ପଡିଯିବ । ୪ ରୁ ୫ ବର୍ଷ ଭିତରେ ଅର୍ଚ୍ଚନା, ତାଙ୍କ ସ୍ଵାମୀ ଆଉ ଖଗା କିଭଳି କୋଟିପତି ହେଲେ ସେ ନେଇ ଇଡି ଖୋଳତାଡ କରୁଛି ।

କିନ୍ତୁ ଏହା ଭିତରେ ଅନେକ ଗୁଡିଏ ତଥ୍ୟ ନଷ୍ଟ ହୋଇଯାଇଛି ବୋଲି କିଛି ସନ୍ଦେହ କରୁଛି ଇଡି । ଏହି ତଥ୍ୟ ଗୁଡିକୁ ଉଦ୍ଧାର କରିବା ନିମନ୍ତେ ଇଡି ବର୍ତମାନ ନିଷ୍ପତ୍ତି ନେଇଛି । ଇଡି ଖଗେଶ୍ଵର କୁ ଗିରଫ କରିବା ସମୟରେ ତା ନିକଟରୁ ମୋବାଇଲ, ପେନଡ୍ରାଇଭ ସମେତ ବହୁ ଗୁରୁତ୍ଵପୂର୍ଣ୍ଣ ଦସ୍ତାବିସ ଜବତ କରିଛି ।

ଆଉ ଏହିସବୁ କୁ ନେଇ ଇଡି ବର୍ତ୍ତମାନ ତଦନ୍ତ ଜାରି ରଖିଛି । ମାତ୍ର ଏହିସବୁ ପରେ ମଧ୍ୟ ଚାନ୍ଦ ଆଉ ନାଗ ଦମ୍ପତି ଙ୍କୁ ଜେରା ପରେ ତଦନ୍ତକାରୀ ସଂସ୍ଥା ନାଗପେଡିର ଗୁମର ଖୋଲିବ ବୋଲି ଚର୍ଚ୍ଚା ଜୋର ଧରୁଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *