Exclusive: ଏଭଳି ଦୁଃଖ ସମୟରେ ରାଜବୀର ମାଆଙ୍କୁ କିଏ ମାଗୁଛି ଟଙ୍କା ? ଭାଇରାଲ ହେଲା Audio କ୍ଲିପ !

ବନ୍ଧୁଗଣ ବର୍ତ୍ତମାନର ସମୟରେ ସୋସିଆଲ ମିଡିଆର ବ୍ୟବହାରରେ ସମସ୍ତ ଅସମ୍ଭବ କାମ ବି ସମ୍ଭବ ହୋଇପାରୁଛି । ଲୋକମାନେ ନିଜ ଦୁଃଖ ଓ ସୁଖ ସୋସିଆଲ ମିଡିଆରେ ସେୟାର କରିଲେ ହଜାର ହଜାର ଲୋକ ଏହାକୁ ଦେଖୁଛନ୍ତି ଏବଂ ସେମାନଙ୍କ ସହାୟତା ପାଇଁ ଆଗକୁ ଆସୁଛନ୍ତି । ତେବେ ଏଭଳି ଏକ ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ରାଜବିର ରାଣା ବିଷୟରେ ନିଶ୍ଚୟ ଜାଣିଥିବେ । ରାଜବିର ରାଣା ନାମକ ଏକ କୁନି ପୁଅକୁ ଏକ ମାରାତ୍ମକ ରୋଗ ହୋଇଛି ଓ ନିଜ ପୁଅର ଚିକିତ୍ସା ପାଇଁ ବାପା ମା ସମସ୍ତ ଲୋକଙ୍କୁ ସହାୟତାର ଅନୁରୋଧ କରିଛନ୍ତି । ପ୍ରଥମେ ସେମାନେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ଯାଇଥିଲେ ହେଲେ କୌଣସି ସହାୟତା ମିଳିଲା ନାହିଁ ।

ଏହା ପରେ ସେମାନେ ବଲିଉଡ ଅଭିନେତା ତଥା ସମାଜସେବୀ ସୋନୁ ସୂଦଙ୍କ ପାଖକୁ ଯାଇଥିଲେ । ବନ୍ଧୁଗଣ ସୋସିଆଲ ମିଡିଆ ଦ୍ଵାରା ସେମାନେ ଜନସାଧାରଣଙ୍କୁ ନିଜ ପୁଅର ଚିକିତ୍ସା ପାଇଁ ଆର୍ଥିକ ସହାୟତା ମାଗିଥିଲେ । ହେଲେ ଗତ କିଛି ସମୟ ପୂର୍ବରୁ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ରାଜବିରଙ୍କ ବାପା ମଦ୍ୟପାନ କରୁଥିବାର ନଜର ଆସୁଛନ୍ତି ।

ତେବେ ତାଙ୍କ ପାଖରେ ଟଙ୍କା ଅର୍ଜନ କରିବାର କୌଣସି ବାଟ ନାହିଁ ତା ହେଲେ ସେମାନେ ମଦ କଣ ଫଣ୍ଡିଙ୍ଗ ପଇସାରୁ ପିଉଛନ୍ତି ଏହାକୁ ନେଇ ବଡ ବିବାଦ ସୃଷ୍ଟି ହୋଇଥିଲା । ଏହା ପରେ ରାଜବିରଙ୍କ ବାପା ଗଣମାଧ୍ୟମ ସାମ୍ନାକୁ ଆସି ଭୁଲ ମାଗିଥିଲେ ଓ କହିଥିଲେ, ମୋ ଭୁଲ ପାଇଁ ମୋ ପୁଅକୁ ଦଣ୍ଡ ଦିଅନ୍ତୁ ନାହିଁ । ତେବେ ବନ୍ଧୁଗଣ ବର୍ତ୍ତମାନ ଆଉ ଏକ ବଡ ଖବର ସାମ୍ନାକୁ ଆସୁଛି ।

ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଅଡିଓ କଲ୍ ଭାଇରାଲ ହେବାରେ ଲାଗିଛି । ଏହି ଅଡିଓ କଲ୍ ବିଷୟରେ ଆପଣ ମାନେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ଓ ଆଜି ଆମେ ଆପଣ ମାନଙ୍କୁ ଏହି କଲ୍ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଏହି ଅଡିଓ କଲ୍ ରେ ରାଜବିରଙ୍କ ମାଙ୍କ ସହ ଜଣେ ବ୍ୟକ୍ତି କଥା ହେଉଛନ୍ତି ।

ତେବେ ବ୍ୟକ୍ତି ଜଣକ ରାଜବିରଙ୍କ ମାଙ୍କୁ ଟଙ୍କା ମାଗୁଛନ୍ତି । ସେତେବେଳେ ରାଜବିରଙ୍କ ମା କହୁଛନ୍ତି-‘ଆମର ବହୁତ ଅସୁବିଧା ଅଛି ଓ ଆମେ ନିଜ ପଇସାରେ ଚଳୁନୁ ଆମକୁ ଲୋକମାନେ ସାହାର୍ଯ୍ୟ କରୁଛନ୍ତି’ । ତେବେ ବନ୍ଧୁଗଣ ଏହି ବ୍ୟକ୍ତି ଜଣକ କିଏ ଓ ରାଜବିରଙ୍କ ମାଙ୍କୁ ଟଙ୍କା କାହିଁକି ମାଗୁଛନ୍ତି । ଏହି ଅଡିଓ କଲ୍ କୁ ନେଇ ଏବେ ଚର୍ଚ୍ଚା ଯୋର ସୋର ଧରିଛି ହେଲେ ରାଜବିରଙ୍କ ମାଙ୍କ ତରଫରୁ ଏନେଇ କୌଣସି ପ୍ରତିକ୍ରିୟା ମିଳି ନାହିଁ ।

Leave a Reply

Your email address will not be published. Required fields are marked *