ଦ୍ଵିତୀୟ ଥର ପାଇଁ ଇଡିରେ ହାଜର ହେଲେ କଣ୍ଟ୍ରାକ୍ଟର, କ୍ୟାସ ନୁହେଁ ଆକାଉଣ୍ଟରୁ ଆକାଉଣ୍ଟକୁ ହୋଇଥିଲା ଟ୍ରାନଜାକ୍ସନ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଦ୍ଵିତୀୟ ଥର ପାଇଁ ଇଡି ପାଖରେ ହାଜର ହୋଇଛନ୍ତି କଣ୍ଟ୍ରାକ୍ଟର ପବିତ୍ର ପାତ୍ର । ଏବଂ ସେ ଇଡିର ସମସ୍ତ ପ୍ରଶ୍ନର ଉତ୍ତର ଦେଇଛନ୍ତି କାରଣ ଯେତେବେଳେ ତାଙ୍କର ଘରର କାର୍ଯ୍ୟ ଥିଲା ତଥା ପ୍ଲାଷ୍ଟର ହିସାବରେ ଘରର କାମ କରିଥିଲେ 2020 ସମୟରେ ପବିତ୍ର ପାତ୍ର କଣ୍ଟ୍ରାକ୍ଟର ଭାବରେ କାର୍ଯ୍ୟ କରୁଥିଲେ ଏବଂ କିଛି ଟଙ୍କା ମଧ୍ୟ ବାକି ରହିଥିବା କଥା କୁହାଯାଇଛି ।

ଏ ନେଇ ପବିତ୍ର ନିଜର ପ୍ରତିକ୍ରିୟା ଦେଇଥିଲେ ଯେ ସେ 2020 ମସିହାରେ ସେ ଘାର କାର୍ଯ୍ୟ କରିଥିଲେ । ଟଙ୍କା ଟ୍ରାନଜାକ୍ସନ ଅର୍ଚ୍ଚନା ଙ୍କ ଆକାଉଣ୍ଟରୁ ତାଙ୍କ ଆକାଉଣ୍ଟ କୁ ହୋଇଛି । ଏହାକୁ ନେଇ ସେ କହିଛନ୍ତି ଯେ କ୍ୟାସ ନୁହେଁ ତାଙ୍କ ଆକାଉଣ୍ଟ ରୁ ଆକାଉଣ୍ଟ ଯାଇଛି । ଅର୍ଚ୍ଚନା ଙ୍କ ରିମାଣ୍ଡ ର ତୃତୀୟ ଦିନ ରହିଥିଲା । ଏହି ଦିନରେ ମାରାଥନ ଜେରା କରୁଛି ଇଡି ।

ନିହାତି ଭାବରେ ଗୋଟିଏ ପରେ ଗୋଟିଏ, ଗତକାଲି ରାତିରେ ଜଗବନ୍ଧୁ ଙ୍କ ବଡ ଭାଇ ମଧ୍ୟ ଆସିଥିଲେ । ଅର୍ଚ୍ଚନା ଙ୍କ ଘରର ପ୍ଲାଷ୍ଟର କାର୍ଯ୍ୟ ଏହି କଣ୍ଟ୍ରାକ୍ଟର ପବିତ୍ର ପାତ୍ର କରିଥିଲେ । ସେ ସମସ୍ତ ଡକୁମେଣ୍ଟ ଇଡି ହାତକୁ ହସ୍ତାନ୍ତର କରିଛନ୍ତି । 7 ଦିନ ଧରି ଇଡି ର ପ୍ରଶ୍ନ ର ଉତ୍ତର ରଖିବେ ଅର୍ଚ୍ଚନା ଏବଂ ଅର୍ଥ କାରବାର ନେଇ ଇଡି ଯାହା ଜାଣିବାକୁ ଚାହୁଁଛି ସେହି ଅନୁସାରେ ପ୍ରଶ୍ନ ମଧ୍ୟ ପଚରା ଯାଉଛି ଏବଂ ଅର୍ଚ୍ଚନା ଙ୍କ ଉତ୍ତର ଅନୁସାରେ ଗୋଟିଏ ପରେ ଗୋଟିଏ ଲୋକଙ୍କୁ ଡକା ଯାଉଛି ଏବଂ ତାଙ୍କୁ ପଚରା ଉଚରା କରାଯାଉଛି ।

ମି-ଡି-ଆ ପବିତ୍ର ପାତ୍ର ଙ୍କୁ ପଚାରୁଥିବା ବେଳେ ସେ ଏହିଭଳି ହସି ହସି କହିଥିଲେ ଯେ ୧୪ ଘଣ୍ଟା ଜେରା ମାନେ କ’ଣ ଜେରା ହେଲା ? ଏହା ପରେ ମି-ଡି-ଆ ଭାଇମାନେ ପଚାରିଲେ ଯେ ଆପଣ ଆଜି ଆସିଥିଲେ ଇଡି ଆପଣଙ୍କୁ କ’ଣ ପଚାରିଲେ ? ସେ କୁହନ୍ତି ଯେ ଇଡି ପଚାରିନି କି ମୁଁ ତା’ ପାଖକୁ ଯାଇନାହିଁ ।

ସେ କହିଥିଲେ ଯେ ଆମେ କାମ କରୁଛୁ ମାତ୍ର ଆମେ କଣ ଜାଣିଛୁ କ’ଣ କିଏ ? କେତେ ଟଙ୍କା ବାକି ଅଛି ବୋଲି ପଚାରିବାରୁ ହସିବାକୁ ଲାଗିଥିଲେ କଣ୍ଟ୍ରାକ୍ଟର । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *