ଦୁନିଆର ସବୁଠୁ ଅଧିକ ଉଚ୍ଚ Top 5 ମୂର୍ତ୍ତି, ଯାହାର ଉଚ୍ଚତା ଆପଣଙ୍କ ହୋସ ଉଡେଇ ଦେବ, ଦେଖନ୍ତୁ ପୁରା ଲିଷ୍ଟ…

ବନ୍ଧୁଗଣ ଏହି ଦୁନିଆରେ ଅନେକ ବଡ ବଡ ଷ୍ଟାଚୁ ରହିଛି । ତେବେ ଆପଣ ମାନଙ୍କ ମତରେ ଦୁନିଆର ସବୁଠାରୁ ବଡ ଷ୍ଟାଚୁ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ । ହେଲେ ଆଜି ଆମେ ଆପଣ ମାନଙ୍କୁ ଦୁନିଆର ସବୁଠାରୁ ବଡ ଷ୍ଟାଚୁ ଗୁଡିକ ବିଷୟରେ କହିବାକୁ ଯାଉଛୁ । ଏହି ଷ୍ଟାଚୁ ଗୁଡିକ ମଧ୍ୟରେ କୌଣସି ପ୍ରାର୍ଥକ୍ୟ କରିହେବ ନାହିଁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଷ୍ଟାଚୁ ଗୁଡିକ ବିଷୟରେ ।

ଗ୍ରେଟ ବୁଦ୍ଧା ଆଟ ଲିଂ ସାନ- ବନ୍ଧୁଗଣ ଏହି ଷ୍ଟାଚୁଟି ଦୁନିଆର ସବୁଠାରୁ ବିଶାଳ ଷ୍ଟାଚୁ ମଧ୍ୟରେ ରହିଛି । ଏହି ଷ୍ଟାଚୁଟି ଚୀନ ଦେଶରେ ଅଛି । ସବୁଠାରୁ ବଡ କଥା ହେଉଛି ଏହି ଷ୍ଟାଚୁଟି ପାହାଡ ଉପରେ ନିର୍ମାଣ କରାଯାଇଛି । ଏହି ଷ୍ଟାଚୁର ଲମ୍ବ ପ୍ରାୟ ୮୮ ମିଟର ତଥା ୨୮୮ ଫୁଟ ଅଛି ।

ସ୍ପ୍ରିଙ୍ଗ ଟେମ୍ପଲ ବୁଦ୍ଧା- ଏହି ଷ୍ଟାଚୁଟି ଗୋଟେ ସମୟରେ ଦୁନିଆର ସବୁଠାରୁ ବିଶାଳ ଷ୍ଟାଚୁ ଥିଲା । ୧୮୮ ମିଟର ଏହି ଷ୍ଟାଚୁ ଚୀନ ଦେଶରେ ଅଛି । ଏହି ଷ୍ଟାଚୁଟି ଯେତିକି ବଡ ସେତିକି ସୁନ୍ଦର ମଧ୍ୟ । ଏହି ଷ୍ଟାଚୁକୁ ଦେଖିବା ପାଇଁ ଦୂର ଦୁରନ୍ତାରୁ ଲୋକ ମାନେ ଆସିଥାନ୍ତି ।

ଉସିକୁ ଦାଇବୁତ୍ସୁ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛି ଉସିକୁ ଦାଇବୁତ୍ସୁ ଷ୍ଟାଚୁ । ଏହି ଷ୍ଟାଚୁଟି ଜାପାନ ଦେଶରେ ଅଛି ଓ ଏହା ଗୌତମ ବୁଦ୍ଧଙ୍କ ଷ୍ଟାଚୁ ଅଟେ । ଏହାକୁ ୧୯୯୩ ମସିହାରେ ନିର୍ମାଣ କରାଯାଇଥିଲା । ୧୯୯୩ ରୁ ୨୦୦୨ ମସିହା ପର୍ଯ୍ୟନ୍ତ ଦୁନିଆର ସବୁଠାରୁ ବିଶାଳ ଷ୍ଟାଚୁ ରୂପେ ଏହାର ମାନ୍ୟତା ଥିଲା ।

ଷ୍ଟାଚୁ ଅଫ ଲିବର୍ଟି- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛି ଦୁନିଆର ସବୁଠାରୁ ଫେମସ ଷ୍ଟାଚୁ ଅଫ ଲିବର୍ଟି । ଏହି ଷ୍ଟାଚୁର ବାହାର ପରଦା ଶୁଦ୍ଧ ତମ୍ବାରୁ ନିର୍ମିତ ହୋଇଛି । ଏହାର ଓଜନ ପ୍ରାୟ ଅଢେଇ ଲକ୍ଷ ପାଉଣ୍ଡ ଅଟେ । ଏହି ଷ୍ଟାଚୁ ଉପରକୁ ଯିବାକୁ ହେଲେ ଆପଣ ମାନଙ୍କୁ ୨୫୪ ସିଡି ଚଢିବାକୁ ପଡିବ ଏଥିରୁ ଭାବନ୍ତୁ ଏହି ଷ୍ଟାଚୁ କେତେ ଉଚ୍ଚ ହୋଇଥିବ ।

ଷ୍ଟାଚୁ ଅଫ ୟୁନିଟି- ବନ୍ଧୁଗଣ ଏହି ଷ୍ଟାଚୁଟି ଆମ ଭାରତ ଦେଶରେ ଅଛି । ଏହି ଷ୍ଟାଚୁ ସରଦାର ବଲ୍ଲଭ ଭାଇ ପଟେଲଙ୍କର ଅଟେ । ଏହି ଷ୍ଟାଚୁର ଉଚ୍ଚତା ହେଉଛି ୧୮୨ ମିଟର । ଏହି ଷ୍ଟାଚୁ ଆମେରିକାର ଷ୍ଟାଚୁ ଅଫ ଲିବର୍ଟି ଠାରୁ ଦୁଇଗୁଣ ଅଧିକ ଉଚ୍ଚ ବିଶିଷ୍ଠ । ଏହି ଷ୍ଟାଚୁଟି ଗୁଜୁରାଟର ନର୍ମଦା ନଦୀ ପାଖରେ ନିର୍ମାଣ ହୋଇଛି । ଦେଶ ବିଦେଶରୁ ଲୋକମାନେ ଏହି ଷ୍ଟାଚୁ ଦେଖିବା ପାଇଁ ଆସିଥାନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ସବୁ ଷ୍ଟାଚୁ ଗୁଡିକ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *