ଦୁନିଆର 10 ଟି ସବୁଠୁ ମହଙ୍ଗା ଫଳ, ଯାହା ଭାଗ୍ୟରେ ଥିଲେ ହିଁ ଦେଖିବାକୁ ମିଳେ (Top 10 Most Expensive Fruits), ଦେଖନ୍ତୁ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆଜି ପର୍ଯ୍ୟନ୍ତ ସବୁଠାରୁ ମହଙ୍ଗା ଘର, ମହଙ୍ଗା ଫୋନ ଓ ମହଙ୍ଗା ଗାଡି ଗୁଡିକ ବିଷୟରେ ଶୁଣିଥିବେ । ହେଲେ ଆଜି ଆମେ ଆପଣ ମାନଙ୍କୁ ଦୁନିଆର ସବୁଠାରୁ ମହଙ୍ଗା ଫଳ ଗୁଡିକ ବିଷୟରେ କହିବାକୁ ଯାଉଛୁ । ଆପଣ ମାନେ ସମସ୍ତେ ଏହି ସବୁ ଫଳର ଦାମ ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ମହଙ୍ଗା ଫଳ ଗୁଡିକ ବିଷୟରେ ।

୧. ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛି ଆପେଲ । ଭାରତରେ ସାଧାରଣତଃ କାଶ୍ମୀରରେ ଆପେଲ ମିଳିଥାଏ ଓ ଏହା ଦେଖିବାକୁ ସବୁଜ କିମ୍ବା ନାଲି ରଙ୍ଗର ହୋଇଥାଏ । ହେଲେ ଆପଣ ମାନେ କଣ କଳା ରଙ୍ଗର ଆପେଲ ଦେଖିଛନ୍ତି । କିଛି ଆପେଲ ଏପରି ମଧ୍ୟ ଅଛି ଯାହାର ରଙ୍ଗ କଳା ଏବଂ ବାଇଗଣି ଅଟେ । ଏହି ଆପେଲକୁ ବ୍ଲାକ ଡାଇମଣ୍ଡ ମଧ୍ୟ କୁହାଯାଏ । ଏହି କଳା ରଙ୍ଗର ଆପେଲର ଦାମ ହେଉଛି ୫୦୦ ଟଙ୍କା । ବନ୍ଧୁଗଣ ଗୋଟିଏ ଆପେଲର ଦାମ ୫୦୦ ଟଙ୍କା ଆପଣ ମାନଙ୍କୁ ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ ।

୨. ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛି କମଳା । କମଳା ସାଧାରଣତଃ ସମସ୍ତ ସ୍ଥାନରେ ମିଳିଥାଏ । ହେଲେ ଦୁନିଆର ସବୁଠାରୁ ଭଲ ଓ ସ୍ଵାଦିଷ୍ଟ କମଳା ଜାପାନରେ ମିଳିଥାଏ । ଭାରତରେ ଥିବା କମଳା କିଛି ମାତ୍ରାରେ ଖଟା ଲାଗେ ତ କିଛି ମାତ୍ରାରେ ମିଠା । ହେଲେ ଜାପାନରେ ମିଳୁଥିବା କମଳା ବହୁତ ମିଠା ଓ ସ୍ଵାଦିଷ୍ଟ ହୋଇଥାଏ । ଜାପାନରେ ୬ଟି କମଳାର ମୂଲ୍ୟ ୫୮୮୫ ଟଙ୍କା ଅଟେ ।

୩. ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛି ବୁଦ୍ଧା ସେପ୍ଡ଼ ପିୟର୍ସ । ଚୀନରେ ଏକ କୃଶକ ନିଜ ଚାଷ ଜମିରେ ପିୟର୍ସ ଚାଷ କରୁଛନ୍ତି ଯାହାର ଆକୃତି ବୁଦ୍ଧଙ୍କ ପରି । ଲୋକମାନେ ପ୍ରଥମେ ଯେତେବେଳେ ଏହି ପିୟର୍ସକୁ ଦେଖିଥିଲେ ସେତେବେଳେ ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସୋସିଆଲ ମିଡିଆରେ ଏହି ପିୟର୍ସ ବହୁତ ଚର୍ଚାରେ ଥିଲା । ବନ୍ଧୁଗଣ ଏହି ପିୟର୍ସ ଗୁଡିକୁ ଲାଫିଙ୍ଗ ବୁଦ୍ଧଙ୍କ ଏକ ଛାଞ୍ଚରେ ରଖି କରାଯାଇଛି । ଏହି ପିୟର୍ସର ଦାମ ହେଉଛି ୬୬୨ ଟଙ୍କା  ।

୪. ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛି ସେମ୍ବିକିୟା କ୍ଵିନ ଷ୍ଟ୍ରବେରି । ସାଧାରଣତଃ ସମସ୍ତ ସ୍ଥାନରେ ଷ୍ଟ୍ରବେରି ମହଙ୍ଗା ମିଳିଥାଏ କାରଣ ଏହା ଅଲଗା ଅଲଗା ବ୍ରାଣ୍ଡରୁ ଆସିଥାଏ । ଷ୍ଟ୍ରବେରି କେତେକ ବଡ ବଡ ଦେଶରେ ମଧ୍ୟ ସହଜରେ ମିଳି ନଥାଏ ସେଥିପାଇଁ ମଧ୍ୟ ଏହାର ଦର ବହୁତ ଅଧିକ । ହେଲେ ସେମ୍ବିକିୟା କ୍ଵିନ ଷ୍ଟ୍ରବେରିକୁ ଏକ ଅଲଗା ଉପାୟରେ ପ୍ରସ୍ତୁତ କରାଯାଇଥାଏ । ଏହି ଷ୍ଟ୍ରବେରିକୁ ଅଧିକ ଦିନ ପର୍ଯ୍ୟନ୍ତ ରଖିହେବ ଓ ଏହାର ରଙ୍ଗ ନାଲି ହୋଇଥାଏ । ଏହି ସେମ୍ବିକିୟା କ୍ଵିନ ଷ୍ଟ୍ରବେରିର ଦାମ ହେଉଛି ୫୨୦ ଟଙ୍କା ।

Leave a Reply

Your email address will not be published. Required fields are marked *