ଦୁନିଆର ସବୁଠୁ ବଡ ପାପ ! ଅଜଣାତରେ ଏହି ୪ ଟି ପାପ କରୁଥିବା ବ୍ୟକ୍ତି ଆଜୀବନ ରୁହନ୍ତି ଦରିଦ୍ର

ବନ୍ଧୁଗଣ ଆମ ହିନ୍ଦୁଧର୍ମରେ ସଂପୂର୍ଣ୍ଣ ୧୮ଟି ପୁରାଣ ଅଛି ସେଥି ମଧ୍ୟରୁ ଗୋଟିଏ ହେଉଛି ଶିବ ପୁରାଣ । ବନ୍ଧୁଗଣ ଶିବ ପୁରାଣରେ ମାନବ ଜୀବନକୁ ସୁଖମୟ ଓ ସମୃଦ୍ଧିମୟ କରିବା ପାଇଁ କେତେକ ବିଶେଷ ମନ୍ତ୍ରର ଉଲ୍ଲେଖ ରହିଛି । ବନ୍ଧୁଗଣ ଶିବ ପୁରାଣରେ ୪ଟି ପାପ ବିଷୟରେ ଉଲ୍ଲେଖ କରାଯାଇଛି । ଯାହାକୁ ମଣିଷ ଅଜଣାତରେ କରିଲେ ମଧ୍ୟ ଦଣ୍ଡ ପାଇଥାଏ । ଶିବ ପୁରାଣ ଅନୁସାରେ କୌଣସି ମଣିଷଙ୍କୁ ଏହି ପରିକା ପାପ କେବେହେଲେ କରିବା ଉଚିତ ନୁହେଁ ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଶିବ ପୁରାଣରେ ଉଲ୍ଲେଖ କରାଯାଇଥିବା ସେହି ୪ଟି ପାପ ବିଷୟରେ କହିବାକୁ ଯାଉଛୁ । ଏହି ୫ଟି ପାପ ବିଷୟରେ ଭଗବାନ ଶିବ ମା ପାର୍ବତୀଙ୍କୁ କହିଥିଲେ । ବନ୍ଧୁଗଣ ଯେଉଁ ଲୋକମାନେ ଏହି ପାପ ଗୁଡିକ କରି ନଥାଏ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ୪ଟି ପାପ ବିଷୟରେ ।

୧. ବନ୍ଧୁଗଣ ସର୍ବ ପ୍ରଥମ ପାପ ହେଉଛି ମାନସିକ ପାପ । ଶିବ ପୁରାଣ ଅନୁସାରେ କଳିଯୁଗର ମଣିଷ ସର୍ବଦା ମାନସିକ ପାପ କରିଥାଏ । ଯଦି ଆପଣ ନିଜ ମନରେ କୌଣସି ବ୍ୟକ୍ତି ପ୍ରତି ଖରାପ ଚିତାଧରା ଆଣିବେ ତା ହେଲେ ତାହା ହେଉଛି ମାନସିକ ପାପ । ଏଣିକି ଆପଣ କୌଣସି ସ୍ତ୍ରୀ ପ୍ରତି ହେଉ ବା କୌଣସି ଉନ୍ନତି ମଣିଷ ପ୍ରତି ହେଉ ଯଦି ଆପଣ ନିଜ ମନରେ ମାନସିକ ପାପ କରିବେ ତା ହେଲେ ଆପଣ ଆଜୀବନ ଦରିଦ୍ରତା ଭୋଗ କରିବେ ।

୨. ବନ୍ଧୁଗଣ ଦ୍ଵିତୀୟ ପାପ ହେଉଛି ଖରାପ କଥା କହିବା । ଯଦି ଆପଣ ନିଜ ମୁହଁରୁ ଅନ୍ୟ କୌଣସି ବ୍ୟକ୍ତିକୁ ଖରାପ କଥା କହିବେ ତା ହେଲେ ଆପଣ ଏକ ବଡ ପାପର ହକଦାର ହେବେ । ଏହି ପାପ କରିବା ଦ୍ଵାରା ଆପଣ ନିଜ ଜୀବନରେ କେବେହେଲେ ଉନ୍ନତି କରିପାରିବେ ନାହିଁ । ବନ୍ଧୁଗଣ କୌଣସି ମଣିଷକୁ କଠୋର କଥା କହି ତାର ମନକୁ କଷ୍ଟ ଦେବା ଉଚିତ ନୁହେଁ ।

୩. ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛି ଶାରୀରିକ ପାପ । ଶିବ ପୂରଣ ଅନୁସାରେ କୌଣସି ମଣିଷକୁ ଗଛଲତାକୁ କାଟିବା ଜୀବ ଜନ୍ତୁଙ୍କୁ କଷ୍ଟ ଦେବା ଆଦି ଉଚିତ ନୁହେଁ । ଏହା ସବୁ କରିବା ଦ୍ଵାରା ଆପଣ ମାନେ ଶାରୀରିକ ପାପର ହକଦାର ହୋଇଥାନ୍ତି । ଏହା ସହିତ ଆପଣ ମାନଙ୍କୁ ଜୀବହତ୍ୟା କରିବା ମଧ୍ୟ ଉଚିତ ନୁହେଁ ।

୪. ବନ୍ଧୁଗଣ ଶିବ ପୁରାଣ ଅନୁସାରେ କଳିଯୁଗର ସବୁଠାରୁ ବଡ ପାପ ହେଉଛି ନିନ୍ଦା କରିବା । କୌଣସି ବ୍ୟକ୍ତିକୁ ନିନ୍ଦା କରିବା ପୂର୍ବରୁ ମଣିଷକୁ ଏହା ଜାଣିବା ଉଚିତ ଯେ, ସେହି ବ୍ୟକ୍ତି ଜଣକ ନିନ୍ଦାର ପାତ୍ର ଅଟନ୍ତି ନାହିଁ । ଗୁରୁଜନ ଓ ମାତପିତା ମାନଙ୍କୁ ନିନ୍ଦା କରିବା ଏକ ବଡ ପାପ ମାନା ଯାଇଛି ତେଣୁ ବନ୍ଧୁଗଣ ଆପଣ ମାନଙ୍କୁ ଏହି ପରିକା ଭୁଲ କରିବା ଉଚିତ ନୁହେଁ ।

Leave a Reply

Your email address will not be published. Required fields are marked *