ବନ୍ଧୁଗଣ ଆପଣ ମାନେ ସମସ୍ତେ ଜୀବନରେ ଅନେକ ଫଟୋ ଦେଖିଥିବେ । କିଛି ଫଟୋ ମଜାଦାର ଥାଏ ତ କିଛି ଭିଡିଓ ଆଶ୍ଚର୍ଯ୍ୟ ଜନକ । ଆଉ କିଛି ଭିଡିଓ ହସାଇ ଥାଏ ତ କିଛି ଭିଡିଓ କନ୍ଦାଇ ଥାଏ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କିଛି ଏପରି ଫଟୋ ଦେଖାଇବାକୁ ଯାଉଛୁ ଯାହା ଦେଖିଲା ପରେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଫଟୋ ଗୁଡିକ ଅତ୍ୟନ୍ତ ରହସ୍ୟମୟ ଓ ଏହାର ରହସ୍ୟ ବିଷୟରେ ଆଜି ପର୍ଯ୍ୟନ୍ତ ଜଣା ପଡିନାହିଁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଫଟୋ ଗୁଡିକ ବିଷୟରେ ।
୧. ଏହି ଫଟୋଟି ଆଜି ଠାରୁ ଗତ ୧୧୬ ବର୍ଷ ପୂର୍ବେ ଉଠା ଯାଇଥିଲା । ଆୟରଲ୍ୟାଣ୍ଡରେ ସ୍ଥିତ ଏକ ଲିନନ କପଡା ମିଲରେ କାମ କରୁଥିବା ଝିଅ ମାନେ ଏହି ଫଟୋରେ ନଜର ଆସୁଛନ୍ତି । ହେଲେ ଏହି ଫଟୋକୁ ଟିକେ ଧ୍ୟାନରେ ଦେଖନ୍ତୁ । ଏହି ଫଟୋରେ ଏକ ଝିଅ ଅଛି ଓ ତାର କାନ୍ଧରେ ଏକ ହାତ ରଖାହେଇଛି ହେଲେ ସେହି ହାତଟି କାହାର କେହି ବି ଜାଣି ନାହାନ୍ତି ।
୨.ଏହି ଫଟୋ ଭାରତର ପ୍ରସିଦ୍ଧ କବି ଓ ଲେଖକ ରବୀନ୍ଦ୍ରନାଥ ଟାଗୋର ଏବଂ ଆମେରିକାର ମହାନ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନଙ୍କର ଅଟେ । ୧୪ ଜୁଲାଇ ୧୯୩୦ ମସିହାରେ ରବୀନ୍ଦ୍ରନାଥ ବର୍ଲିନରେ ଆଇନଷ୍ଟାଇନଙ୍କ ସହ ସାକ୍ଷାତ କରିଥିଲେ । ଏହି ଦୁଇ ମହାନ ପୁରୁଷଙ୍କ ମଧ୍ୟରେ ବ୍ରମ୍ହାଣ୍ଡ ଓ ମଣିଷ ଏବଂ ମଣିଷର ଭାବନା ବିଷୟରେ ଅନେକ ଆଲୋଚନା ହୋଇଥିଲା ।
୩. ବନ୍ଧୁଗଣ ଏହି ଫଟୋ ସାର ଭିକ୍ଟୋର ଗୋଡାର୍ଡ ସ୍କ୍ବାଡ୍ରନ ର ଅଟେ । ଏହି ଫଟୋରେ ଜଣେ ଅଫିସରଙ୍କ ପଛରେ ଏକ ଅଜଣା ବ୍ୟକ୍ତି ଛିଡା ହୋଇଥିବାର ନଜର ଆସିଛି । ଅନେକ ଯାଞ୍ଚ ପରେ ଜଣା ପଡିଥିଲା ସେ ବ୍ୟକ୍ତି ଜନକ ସ୍କ୍ବାର୍ଡନର ଏୟାର ମେକାନିକ ଫ୍ରେଡି ଜାକ୍ସନ ଅଟନ୍ତି । ହେଲେ ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ, ଏହି ଫଟୋ ଉଠା ହେବାର ଦୁଇ ଦିନ ପୂର୍ବରୁ ଏକ ଦୁର୍ଘଟଣାରେ ଜାକ୍ସନ ପ୍ରାଣ ହରାଇଥିଲେ ।
୪. ଏହି ଫଟୋ ନେତାଜୀ ସୁବାସ ଚନ୍ଦ୍ରବୋସ ଓ ହିଟଲରଙ୍କର ଅଟେ । ଆଜାଦ ହିନ୍ଦ ଭାରତ ନେତୃତ୍ଵକୁ ନେତାଜୀ ଦେଶ ବାହାରେ ରହି ଚଲାଉ ଥିଲେ । ହେଲେ ସେ କେଉଁଠି ରହୁଥିଲେ ତାହା ବିଷୟରେ କେହି ବି ଜାଣି ନଥିଲେ । ଅନେକ ଦିନ ପରେ ଏହି ଫଟୋ ପ୍ରକାଶିତ ହୋଇଥିଲା । ନେତାଜୀ ହିଟଲରଙ୍କ ସହ ସେତେବେଳେ ସାକ୍ଷାତ କରିଥିଲେ ।
୫. ଏହି ଫଟୋରେ ସ୍ଵାମୀ ବିବେକାନନ୍ଦ ଓ ଦୁନିଆର ମହାନ ବୈଜ୍ଞାନିକ ନିକୋଲା ଟେସ୍ଲା ନଜର ଆସୁଛନ୍ତି । ୧୧ ସେପ୍ଟେମ୍ବର ୧୮୯୩ ମସିହାରେ ସ୍ଵାମୀ ବିବେକାନନ୍ଦଙ୍କ ପ୍ରସିଦ୍ଧ ଚିକାଗୋ ଭାଷଣ ସମୟରେ ମହାନ ବୈଜ୍ଞାନିକ ନିକୋଲା ଟେସ୍ଲା ତାଙ୍କର ବାମ ପାର୍ଶ୍ଵରେ ବସିଥିଲେ । ଏହି ଦୁଇ ମହାନ ପୁରୁଷଙ୍କ ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଛି ।