ଦୁଇଟି ସାବିତ୍ରୀଙ୍କ ଗୋଟିଏ ସତ୍ୟବାନ, ନିଜ ସ୍ତ୍ରୀକୁ ଛାଡ଼ି ଆଉ ଜଣଙ୍କ ସହିତ ସାବିତ୍ରୀ ପାଳିଲେ ସ୍ୱାମୀ, ସ୍ତ୍ରୀ ଜାଣିବା ପରେ… ଦେଖନ୍ତୁ Video

ବନ୍ଧୁଗଣ ଗତ କିଛି ସମୟ ହେବ ଏକ ଲଜ୍ୟା ଜନକ ଘଟଣା ସାମ୍ନାକୁ ଆସିଛି । ଗତ କାଲି ପବିତ୍ର ସାବିତ୍ରୀ ବ୍ରତ ଥିଲା ଜଣେ ସ୍ତ୍ରୀ ନିଜ ସ୍ଵାମୀଙ୍କ ଅପେକ୍ଷାରେ ଚାହିଁ ରହିଥିଲେ ହେଲେ ସ୍ଵାମୀ ଅଲଗା ସ୍ତ୍ରୀକୁ ଧରି ସାବିତ୍ରୀ ଓଷା ପାଳନ କରିଛନ୍ତି । ଏବେ ମହିଳା ଜଣକ ନିଜ ସ୍ଵାମୀକୁ ପାଇବା ପାଇଁ ଖଣ୍ଡଗିରୀ ଥାନାର ଦ୍ଵାରସ୍ଥ ହୋଇଛନ୍ତି ହେଲେ ସ୍ଵାମୀ ତାଙ୍କୁ ଧରା ଛୁଆଁ ଦେଉ ନାହାନ୍ତି । ମହିଳାଙ୍କ ନାମ ହେଉଛି ରିନା ସାହୁ ।

ରିନା ଗଣମାଧ୍ୟମ ସାମ୍ନାରେ ଘଟଣାକୁ ନେଇ ନିଜର ବୟାନ ଦେଇଛନ୍ତି । ରିନାଙ୍କ କହିବା ମୁତାବକ-‘ମୋ ନାମ ରିନା ସାହୁ ମୁଁ ଡୁମଡୂମାରୁ ଆସିଛି । ଦୀର୍ଘ 7 ମାସ ହେବ ମୋ ସ୍ଵାମୀଙ୍କର ଏକ ଅଲଗା ଯୁବତୀଙ୍କ ସହ ଲଭ ଅଫେୟାର ଚାଲିଛି । ମୁଁ ରଣପୁର ଥାନାରେ ବି କେସ କରିଥିଲି । ଏହା ପରେ ମୋ ଶାଶୁ-ଶଶୁର, ମୋ ସ୍ଵାମୀ, ସେ ଝିଅ ଆଉ ସେ ଝିଅର ଦୁଇଟି ସାଙ୍ଗ ମୋତେ ମାରପିଟ କରିଲେ ।

ମୁଁ ସେଠି ସୁରକ୍ଷିତ ଅନୁଭବ କରି ପରିଲି ନାହିଁ ତେଣୁ ମୁଁ 7 ମାସ ହେବ ମୋ ବାପ ଘରେ ଅଛି । ମୋ ବାହାଘରକୁ 7 ବର୍ଷ ହେବ । ମୋର ଗୋଟେ ପୁଅ ନଷ୍ଟ ହୋଇଯାଇଛି ଆଉ ଗୋଟେ ପୁଅ ଅଛି । ପୁଅକୁ 3 ବର୍ଷ ହେବ । 9 ବର୍ଷ ଆମେ ଭଲ ପାଇବା ପରେ 7 ବର୍ଷ ବିବାହ ବନ୍ଧନରେ ରହିଥିଲୁ । 16 ବର୍ଷରୁ ଅଧିକ ସମୟ ହେବ ଆମେ ଏକାଠି ଅଛୁ । ଗୋପୀନାଥ ପୁର ସ୍କୁଲର ଶିକ୍ଷୟତ୍ରୀ ରୁନୁବାଲା ନାୟକ ପ୍ରଥମେ ମୋ ସ୍ଵାମୀକୁ ପ୍ରେମ ଜାଲରେ ଫସେଇଲା ।

ସେ ବାରମ୍ବାର ମୋ ସ୍ଵାମୀଙ୍କ ସହ କଥାବାର୍ତ୍ତା କରିବାକୁ ଚେଷ୍ଟା କରିଲା । ଦିନେ ତ ସେ କହିଲା ଯଦି ତମେ ସ୍କୁଲକୁ ଆସି ମୋତେ ନ ନେବ ତା ହେଲେ ମୁଁ ଆତ୍ମହତ୍ୟା କରିଦେବି । ସେ ଶିକ୍ଷୟତ୍ରୀ ବିବାହିତ ଥିଲା ଆଉ ତାର ଗୋଟେ 4 ବର୍ଷର ଝିଅ ବି ଅଛି । ସେ ମୋର ଭଲ ସାଙ୍ଗ ବି ହେଇଯାଇଥିଲା ଏହି 3-4 ବର୍ଷ ଭିତରେ । ତା ସ୍ଵାମୀ ଆଉ ମୋ ସ୍ଵାମୀ ପିଲା ଦିନର ସାଙ୍ଗ ଅଟନ୍ତି ।

କାଲି ସାବିତ୍ରୀ ଥିଲା ଆଉ ସେ କିଛି ସମୟ ପାଇଁ ଘରକୁ ଆସିଥିଲେ ବାସ ମୁଁ ମୁଣ୍ଡିଆ ମାରିଲି ସେ ପଳେଇଲେ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ଯୁବତୀ ଜଣକ ନିଜ ଦୁଃଖ ପ୍ରକାଶ କରିଛନ୍ତି । ତେବେ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *