2 ଟି ବଡ ମ୍ଯାଚ ହାରିବା ପରେ Semi-Final ରେ ଖେଳି ପାରିବ India ! ଜାଣନ୍ତୁ କିପରି ?

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଟି-ଟ୍ୱେଣ୍ଟି ବିଶ୍ୱକପ ରେ ଭାରତ ର ଲଗାତାର ନୈରାଶ୍ୟ ଜନକ ପ୍ରଦର୍ଶନ ଜାରି ରହିଛି ଟୁର୍ନାମେଣ୍ଟ ଆରମ୍ଭରୁ ଟାଇଟେଲ ଦୌଡ଼ ରେ ସବୁଠାରୁ ଆଗରେ ଥିବା ବିରାଟ ବାହିନୀ ନ୍ୟୁଜଲ୍ୟାଣ୍ଡ ବିପକ୍ଷ ରେ ମ୍ୟାଚ ପରାଜିତ ହେବା ପରେ ସେମି ଫାଇନାଲ୍ ଖେଳିବା ଆଶା ଧୀରେଧୀରେ ମୌଳିବା ଆରମ୍ଭ ହୋଇଛି । ତେବେ ସେମି ଫାଇନାଲ୍ କୁ ପହଞ୍ଚିବାକୁ ହେଲେ ଭାରତ କୁ ଏବେ ଗ୍ରୁପ ର ଅନ୍ୟ ଦେଶର ମ୍ୟାଚ ଉପରେ ନିର୍ଭର କରିବାକୁ ପଡ଼ିବ ।


କିଛି ଚମତ୍କାର ହେଲେ ହିଁ ଟିମ୍ ଇଣ୍ଡିଆ ପାଇଁ ସେମି ଫାଇନାଲ୍ ର ଦ୍ୱାର ଖୋଲିବ । ତେବେ ଭାରତ ପାଇଁ ସେମି ଫାଇନାଲ୍ ରେ ଦ୍ଵାର କିପରି ଖୋଲିବ ଆସନ୍ତୁ ସେହି ସମ୍ବନ୍ଧରେ ଜାଣିବା । ଭାରତ ର ଆଗାମୀ ୩ଟି ମ୍ୟାଚ ଆଫଗାନିସ୍ତାନ, ନାମ୍ବିଆ ଏବଂ ସ୍କଟଲାଣ୍ଡ ସହିତ ରହିଛି । ତେଣୁ ଏହି ଟିମ୍ ବିପକ୍ଷ ରେ ବିରାଟ ବାହିନୀ ଙ୍କୁ ବଡ଼ ବ୍ୟବଧାନ ରେ ଜିତିବାକୁ ପଡ଼ିବ । ଯାହାଦ୍ୱାରା ଭାରତର ରନ୍ ରେଟ୍ ରେ ସୁଧାର ଆସିବ ।

କାରଣ ଲଗାତାର ଦୁଇଟି ପରାଜୟ ପରେ ଭାରତ ର ରନ୍ ରେଟ୍ ମାଇନସ ରେ ରହିଛି ଏବଂ ହାତରେ କୌଣସି ପଏଣ୍ଟ ମଧ୍ୟ ନାହିଁ । ଅନ୍ୟ ପଟେ ଟିମ୍ ଇଣ୍ଡିଆ ପଏଣ୍ଟ ଟେବଲ ର ପଞ୍ଚମ ସ୍ଥାନରେ ରହିଛି । ତେଣୁ ଲଗାତାର ତିନୋଟି ବିଜୟ ସହିତ ଅନ୍ୟ ଟିମ୍ ର ଫଳାଫଳ ଉପରେ ଭାରତ ର ସେମି ଫାଇନାଲ୍ ଟିକେଟ ନିର୍ଭର କରୁଛି । ଖାସ କରି ଆଫଗାନିସ୍ତାନ ବିପକ୍ଷ ରେ ଭାରତ କୁ ବଡ଼ ବ୍ୟବଧାନ ରେ ବିଜୟୀ ହେବାକୁ ପଡ଼ିବ ।

ସେହିଭଳି ଆଫଗାନିସ୍ତାନ ମଧ୍ୟ ନ୍ୟୁଜଲ୍ୟାଣ୍ଡ ବିପକ୍ଷରେ ବିଜୟୀ ହେଉ ଏହା ପ୍ରାର୍ଥନା କରିବ ଟିମ୍ ଇଣ୍ଡିଆ । କିନ୍ତୁ ବିଜୟ ବ୍ୟବଧାନ ବଡ଼ ନହେବା ଆବଶ୍ୟକ । ଯାହାଦ୍ୱାରା ପଏଣ୍ଟ ଟେବଲ ରେ କିଛି ମାତ୍ରାରେ ହଲଚଲ ଦେଖିବାକୁ ମିଳିବ । ତେବେ ଆଫଗାନିସ୍ତାନ ହାତରେ ଆଉ ଦୁଇଟି ମ୍ୟାଚ ଥିବା ବେଳେ ପ୍ରତି ପକ୍ଷ ରେ ରହିଛନ୍ତି ଭାରତ ଓ ନ୍ୟୁଜଲ୍ୟାଣ୍ଡ ।

ଅନ୍ୟ ପଟେ ଉଭୟ ନ୍ୟୁଜଲ୍ୟାଣ୍ଡ ଓ ଭାରତ ଆଫଗାନିସ୍ତାନ କୁ ଯଦି ହରାଉଛନ୍ତି ଏବଂ ନାମ୍ବିଆ ଓ ସ୍କଟଲାଣ୍ଡ ମଧ୍ୟରୁ କୌଣସି ଟିମ୍ ନ୍ୟୁଜଲ୍ୟାଣ୍ଡ କୁ ହରାଉଛି ତେବେ ମଧ୍ୟ ଭାରତ ପାଇଁ ସେମି ଫାଇନାଲ୍ ଖେଳିବା ସୁଯୋଗ ସୃଷ୍ଟି ହେବ । କିନ୍ତୁ ଏହି ସବୁ ସମିକରଣ କୁ ବାଦ ଦେଇ ଭାରତକୁ ଆଗାମୀ ତିନୋଟି ମ୍ୟାଚ ରେ ବଡ଼ ଵ୍ୟଵଧାନ ରେ ବିଜୟୀ ହେବାକୁ ପଡ଼ିବ । ଯାହାଦ୍ୱାରା ଆଫଗାନିସ୍ତାନ ଓ ନ୍ୟୁଜଲ୍ୟାଣ୍ଡ ଠାରୁ ରନ୍ ରେଟ୍ ଟିମ ଇଣ୍ଡିଆ ର ଅଧିକ ରହିବ ।

ଆଫଗାନିସ୍ତାନ ଠାରୁ ଯଦି ଭାରତ ପରାଜିତ ହେବ ତେବେ ଟି-ଟ୍ୱେଣ୍ଟି ରେ ଭାରତ ର ଅଭିଯାନ ଶେଷ ହୋଇଯିବ । ଫଳାଫଳ କାହା ସପକ୍ଷରେ ରହିବ ତାହା ଅନ୍ଦାଜ ଲଗାଇବା ସହଜ ନୁହେଁ । ତେବେ ଭାରତୀୟ ମାନଙ୍କ ମନରେ ଏହା ଆଶା ନିଶ୍ଚିତ ଥିବ ଯେ, ଏଭଳି କୌଣସି ଚମତ୍କାର ହୋଇଯାଉ ଯାହାଦ୍ୱାରା ଟିମ୍ ଭାରତ ସେମି ଫାଇନାଲ୍ ରେ ଖେଳୁ ।

Leave a Reply

Your email address will not be published. Required fields are marked *