ଉସୁକାଇଲା ଆମେରିକା, ଦୁଇ ଦେଶର ବିବାଦରେ ଏବେ ଏଣ୍ଟ୍ରି ମାରିଛି ଜାପାନ…

ନମସ୍କାର ବନ୍ଧୁଗଣ ତେବେ ଆମେରିକା ନେତାଙ୍କ ଗସ୍ତକୁ ନେଇ ଚୀନ୍ ଓ ତାଇଓ୍ୱାନ୍ ମଧ୍ୟରେ ବିବାଦ ତେଜୁଥିବାବେଳେ ଏହା ଭିତରକୁ ଜାପାନ ଏଣ୍ଟ୍ରି କରିଛି ।  ତାଇଓ୍ୱାନ ପରେ ଜାପାନ ମଧ୍ୟ ଚୀନ୍‌ର ଶରବ୍ୟ ହୋଇଛି । ଗତକାଲି ଆମେରିକା କଂଗ୍ରେସର ବାଚସ୍ପତି ନାନ୍ସି ପେଲୋସି ଜାପାନରେ ପହଞ୍ଚିବା ପୂର୍ବରୁ ଚୀନ୍ ସେନା ଜାପାନକୁ ଟାର୍ଗେଟ କରିଛନ୍ତି । ଦକ୍ଷିଣ ଚୀନ୍ ସାଗରରେ ତାଇଓ୍ୱାନ ସୀମା ନିକଟରେ ସମରାଭ୍ୟାସ କରୁଥିବା ଚୀନ୍ ସେନା ପକ୍ଷରୁ ୫ଟି ବାଲିଷ୍ଟିକ କ୍ଷେପଣାସ୍ତ୍ର ଛଡ଼ା ଯାଇଛି ।

ଏହି କ୍ଷେପଣାସ୍ତ୍ର ଗୁଡ଼ିକ ଜାପାନର ସ୍ପେଶାଲ ଇକୋନୋମିକ୍ ଜୋନ୍ ଅଞ୍ଚଳରେ ପଡ଼ିଛି ବୋଲି ଜାପାନ ପ୍ରତିରକ୍ଷା ମନ୍ତ୍ରୀ ନୋବୋଉ କିଶି କହିଛନ୍ତି । ତେବେ ଜାପାନ ପକ୍ଷରୁ କୂଟନୈତିକ ସ୍ତରରେ ଏହାର ପ୍ରତିବାଦ କରା ଯାଇଥିବା ସେ କହିଛନ୍ତି । ତେବେ ସେପଟେ ଜାପାନର ବରିଷ୍ଠ ପଦାଧିକାରୀଙ୍କ ସହ ନାନ୍ସି ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧନ କରି ନାନ୍ସି ପେଲୋସି କହିଛନ୍ତି, ଚୀନ୍ ହୁଏତ ତାଇଓ୍ୱାନକୁ ଅନ୍ୟ ଦେଶ ସହ ମିଶିବାକୁ ଦେଇନପାରେ ।

ଏହାର ପଦାଧିକାରୀଙ୍କୁ ଅନ୍ୟ ଦେଶକୁ ଯିବାକୁ ଦେଇନପାରେ । ହେଲେ ଆମକୁ ତାଇଓ୍ୱାନ ସହ ସମ୍ପର୍କ ରଖିବାକୁ ରୋକି ପାରିବେ ନାହିଁ । ତାଇଓ୍ୱାନ ସହ ଆମର ସମ୍ପର୍କ ଖୁବ୍ ନିବିଡ଼ । ଏଣୁ ତାଇଓ୍ୱାନରେ ଶାନ୍ତି ଓ ମୈତ୍ରୀ ପ୍ରତିଷ୍ଠା ଲାଗି ଆମେରିକା ଗୁରୁତ୍ୱ ଦେଇ ଆସିଛି ଓ ଆଗକୁ ମଧ୍ୟ ବଜାୟ ରହିବ ।  ଗତ ୨ ତାରିଖରେ ନାନ୍ସି ପେଲୋସି ତାଇଓ୍ୱାନ ଗସ୍ତ କରିଥିଲେ ।

ତେବେ ସମୁଦ୍ର ମଝିରେ ଥିବା ଦ୍ୱୀପ ରାଷ୍ଟ୍ର ତାଇଓ୍ୱାନ ଉପରେ ନିଜର ଅଧିକାର ଜାହିର କରିବା ଲାଗି ଚୀନ୍ ସବୁବେଳେ ଚେଷ୍ଟା କରି ଆସୁଛି । ତେବେ ବିଶ୍ୱ ସମୁଦାୟ ଏହାକୁ ବିରୋଧ କରି ଆସୁଛନ୍ତି ।   ତାଇୱାନ୍‌କୁ ଆମେରିକା ସମର୍ଥନ କରୁଥିବାରୁ ଚୀନ୍ ଏହାକୁ ତୀବ୍ର ବିରୋଧ କରୁଛି । ଏଣୁ ୨ ତାରିଖରେ ନାନ୍ସି ପେଲୋସି ତାଇଓ୍ୱାନ ଗସ୍ତ କରିବା ନେଇ ଜଣାପଡ଼ିବା ପରେ ଚୀନ୍ ପକ୍ଷରୁ ତାଇଓ୍ୱାନର ଚାରିପଟେ ଦକ୍ଷିଣ ଚୀନ୍ ସମୁଦ୍ରର ୬ଟି ସ୍ଥାନରେ ସପ୍ତାହକ ପାଇଁ ସମରାଭ୍ୟାସ ଆରମ୍ଭ ହୋଇଥିଲା ।

ଗତକାଲି ସମରାଭ୍ୟାସ ବେଳେ ଦକ୍ଷିଣ ଚୀନ୍ ସାଗର ମଧ୍ୟରୁ ତାଇଓ୍ୱାନ ସୀମାରେ ଥିବା ସମୁଦ୍ର ମଧ୍ୟକୁ ଘନ ଘନ ରକେଟ୍ ମାଡ଼ କରିଥିଲେ ଚୀନ୍ ସେନା । ସେପଟେ ଚୀନ୍ ସେନାର ସମରାଭ୍ୟାସକୁ ତାଇଓ୍ୱାନ କଡ଼ା ନିନ୍ଦା କରିଛି । ଅନ୍ୟପକ୍ଷରେ ଆମେରିକାରେ ଅବସ୍ଥାପିତ ଚୀନ୍ ରାଷ୍ଟ୍ରଦୂତ, ନାନ୍ସି ପେଲୋସିଙ୍କ ତାଇଓ୍ୱାନ ଗସ୍ତ ନେଇ ଅସନ୍ତୋଷ ଜାହିର କରିଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *