ଡ୍ରୋନ କ୍ୟାମେରାରେ ରେକର୍ଡ ହେଇଗଲା କିଛି ଅଦ୍ଭୁଦ ଘଟଣା… ଦେଖନ୍ତୁ Video 

ବନ୍ଧୁଗଣ ବର୍ତ୍ତମାନର ଡିଜିଟାଲ ଦୁନିଆରେ ଇଣ୍ଟର୍ନେଟ ଓ ମୋବାଇଲ ଦ୍ଵାରା ଆମେ ବହୁତ କିଛି କରି ପାରୁଛୁ । ଦୁନିଆରେ ଘଟୁଥିବା ଅନେକ ଆଶ୍ଚର୍ଯ୍ୟ ଜନକ ଘଟଣା ଗୁଡିକୁ ଏଥିରେ ରେକର୍ଡ କରିବା ସହ ଆମେ ଯେକୌଣସି ସ୍ଥାନରେ ରହି ଏ ସବୁକୁ ଦେଖି ପାରୁଛୁ । ଠିକ ସେହି ଭଳି ଡ୍ରୋନ କ୍ୟାମେରା ମଧ୍ୟ ଏବେ ବହୁତ ପ୍ରଚଳିତ ଅଛି ଡ୍ରୋନ କ୍ୟାମେରା ଅନେକ ସମୟରେ କିଛି ଏଭଳି ଘଟଣାକୁ ରେକର୍ଡ କରିଛି ଯାହା ବିଷୟରେ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସବୁ ଘଟଣା ବିଷୟରେ ।

୧. ଲକଡାଉନ ସମୟରେ ଲୋକ ମାନଙ୍କୁ ଘରେ ରହିବା ପାଇଁ ପୋଲିସ ଅନେକ ଉପାୟ କରିଥିଲା ହେଲେ ବି ପୋଲିସ କେତେକ କ୍ଷେତ୍ରରେ ଅସଫଳ ହେଇଥିଲା । ଖାସ କରି ମଦୁଆ ଓ ନିଶାଖୋର ମାନଙ୍କୁ ରୋକିବା ପୋଲିସ ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜ ଥିଲା ।

ଲକଡାଉନର ପାଳନ ନ କରୁଥିବା ଲୋକ ମାନଙ୍କୁ ଧରିବା ପାଇଁ ପୋଲିସ ଡ୍ରୋନ କ୍ୟାମେରାର ବ୍ୟବହାର କରିଥିଲା । ସେତେବେଳେ କିଛି ପିଲା ଏକ ଗଛ ତଳେ କ୍ୟାରମ ଖେଳୁ ଥିଲେ ପୋଲିସ ସେମାନଙ୍କୁ ଡ୍ରୋନ ଦ୍ଵାରା ଧରିଲା । ଡ୍ରୋନ ଦେଖି ସମସ୍ତେ ଯେଉଁ ଭଳି ଦଉଡିଲେ ତାହା ଦେଖିଲେ ଆପଣ ନିଜ ହସ ରୋକିପାରିବେ ନାହିଁ ।

୨. ବନ୍ଧୁଗଣ ୨୪ ଏପ୍ରିଲ ୨୦୨୦ରେ ଚେନାଇରେ ଏଭଳି ଏକ ଘଟଣା ଡ୍ରୋନ କ୍ୟାମେରାରେ ରେକର୍ଡ ହୋଇଥିଲା । ଏଠାରେ ଦୁଇ ପ୍ରେମୀ ଯୁଗଳ ଗଛ ତଳେ ବସି ପରସ୍ପରକୁ ପ୍ରେମ କରୁଥିଲେ । ସେହି ସମୟରେ ଡ୍ରୋନ କ୍ୟାମେରାକୁ ଦେଖି ଉଭୟ ପ୍ରେମିଯୁଗଳ ପରସ୍ପରର ମୁହଁ ଲୁଚାଇ ଦେଲେ । ଏହା ପରେ ସେମାନେ ଫେରାର ହେଇଗଲେ ହେଲେ ପୋଲିସ ସେମାନଙ୍କ ଗାଡି ନମ୍ବର ଟ୍ରେସକୁ ତାଙ୍କୁ ଧରିଦେଲା ।

୩. ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ଭିଡିଓରେ ଡ୍ରୋନ କ୍ୟାମେରା ଦ୍ଵାରା ଆଦାନ ପ୍ରଦାନ କରାଯାଉଛି । ଏହି ଭିଡିଓରେ ଜଣେ ବ୍ୟକ୍ତିକୁ ଲକଡାଉନ ସମୟରେ ଟାଏଲେଟ ପେପର ଦରକାର ଥିବ ସେ ନିଜ ସାଙ୍ଗକୁ ସାହାର୍ଯ୍ୟ ମାଗିବ । ଏହା ପରେ ତାର ସାଙ୍ଗ ଡ୍ରୋନ କ୍ୟାମେରା ଦ୍ଵାରା ଏକ ଦଉଡି ବାନ୍ଧି ଟାଏଲେଟ ପେପର ପଠାଉଛି ଯାହା ଆପଣ ଭିଡିଓରେ ଦେଖି ପାରୁଥିବେ ।

୪. ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ଭିଡିଓରେ ଜଣେ ଝିଅ ନଦୀ କୂଳରେ ସୋଇଥିବା ସମୟରେ କେହି ଜଣେ ଡ୍ରୋନ କ୍ୟାମେରା ଦ୍ଵାରା ତାକୁ ହଇରାଣ କରୁଥିଲା । ଝିଅଟି ଏହା ଦେଖି ଡ୍ରୋନ କ୍ୟାମେରାକୁ ଧରିବା ପାଇଁ ଚେଷ୍ଟା କରିଲା ହେଲେ ସୀମା ପାର ହେବା ପରେ ଝିଅଟି ନିଜ ଗାଡି ଭିତରୁ ବନ୍ଧୁକ ବାହାର କରି ଡ୍ରୋନ କ୍ୟାମେରା ଭାଙ୍ଗି ଦେଲା ।

୫. ବନ୍ଧୁଗଣ ଆମ ଲିଷ୍ଟର ଶେଷ ଭିଡିଓ ବି କିଛି ଏଭଳିଆ ଅଛି । ଏହି ଭିଡିଓରେ ଜଣେ ବ୍ୟକ୍ତି ଗୋଟେ ଝିଅ ଘରକୁ ଡ୍ରୋନ କ୍ୟାମେରା ପଠେଇଛି ଝିଅଟି ଏହା ଦେଖି ଡ୍ରୋନ ଉପରେ ପଥର ଫୋପାଡୁଛି । ପଥର ନ ବାଯିବାରୁ ଝିଅଟି ନିଜ ଘରୁ ଏକ ବନ୍ଧୁକ ଆଣୁଛି । ବନ୍ଧୁକ ଦେଖିବା ପରେ ବ୍ୟକ୍ତି ଜଣକ ଡ୍ରୋନକୁ ପଛକୁ ନେଇ ଆସୁଛି ।

Leave a Reply

Your email address will not be published. Required fields are marked *