ଡ୍ରାଇଭର ଭାଇଙ୍କ ସଚ୍ଚୋଟ ପଣିଆକୁ ସଲାମ ! ଫେରାଇ ଦେଲେ ଯାତ୍ରୀଙ୍କ ହଜିଥିବା ସୁନା ଗହଣା, ପଚାରିବାରୁ କହିଲେ କିଛି ଏମିତି…ଶୁଣି ଆପଣ ବି କରିବେ ସଲାମ ! ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆଜିର ଦୁନିଆ ହେଉଛି ସ୍ୱାର୍ଥପର । କେହି କାହାର ନୁହେଁ ଆଜିର ଦୁନିଆରେ ନିଜ ଲୋକ ବି ସାହାର୍ୟ୍ଯ କରୁ ନାହାନ୍ତି ସେଇ ଠାରେ ପରଲୋକ ଉପରେ କଣ ଭରସା କରିବା । ତେବେ ସାଧାରଣ ମଣିଷ ଲୋଭ ମୋହ ମାୟା ଭିତରେ ଛନ୍ଦି ହୋଇଥାଏ । କିନ୍ତୁ ଆଜି ବି ଅନେକ ମଣିଷ ଏହି ପୃଥିବୀର ଅଛନ୍ତି ସେମାନେ ଲୋଭ ମୋହ ମାୟା ଠାରୁ ଉର୍ଦ୍ଧରେ । ସ୍ୱାଭିମାନ ଆଗରେ ସେମାନଙ୍କ ପାଇଁ ସୁନା ରୂପା ତୁଛ । ଏମିତି ଜଣେ ନିଆରା ମଣିଷ ହେଲେ ଅଟୋଚାଳକ ଶ୍ରବଣ କୁମାର ।

ତେବେ ପୁରୀକୁ ଆସିଥିବା ପର୍ଯ୍ୟଟକଙ୍କୁ ଆତିଥ୍ୟତାର ସ୍ୱତନ୍ତ ପରିଚୟ ଦେଇ ତାଙ୍କର ସୁନାହାର ଓ ଅନେକ ସୁନା ଗହଣାକୁ ଫେରାଇ ଦେବାସହ ସାଉଁଟିଛନ୍ତି ସେହ୍ନ, ଶ୍ରଦ୍ଧା ଓ ସମ୍ମାନ ।
ଭିନ୍ନ ଜଣେ ଶ୍ରବଣ କୁମାର । ବାପାମାଆଙ୍କୁ ତୀର୍ଥ ଭ୍ରମଣ କରାଇବାକୁ ଶ୍ରବଣ କୁମାର କାନ୍ଧରେ ଭାର କରି ବୋହିଥିଲେ, ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନ । କିନ୍ତୁ ତୀର୍ଥକ୍ଷେତ୍ର ପୁରୀରେ ଅଛନ୍ତି ଆଉ ଜଣେ ଶ୍ରବଣ କୁମାର ।

ତାଙ୍କର ସାଧୁତାରେ ସେ ସମସ୍ତଙ୍କ ମନ ଜିଣିଛନ୍ତି । ସେ ହେଲେ ପର୍ଯ୍ୟଟନ ସହରର ଅଟୋଚାଳକ ଶ୍ରବଣ କୁମାର । ୩୦ ତାରିଖରେ ଚକ୍ରତୀର୍ଥ ରୋଡ ସାଗର ତରଙ୍ଗ ଆଗରୁ ଏକ ଏନଗେଜମେଣ୍ଟ ବା ନିର୍ବନ୍ଧ ପାଇଁ ଆସିଥିବା ବାଲେଶ୍ୱରର ପ୍ରମୋଦ କୁମାର ସିଂ ସାମନ୍ତଙ୍କ ବୋହୂ ଓ ପରିବାର ଲୋକଙ୍କୁ ନେଇ ଗୁଣ୍ଡିଚା ମନ୍ଦିର ନିକଟ ନୃସିଂହ ମନ୍ଦିର ସମ୍ମୁଖରେ ଛାଡିଥିଲେ ଶ୍ରବଣ ।

ତରବର ହୋଇ ସେମାନେ ଓହ୍ଲାଇ ନିର୍ବନ୍ଧରେ ଯୋଗଦାନ କରିବାକୁ ଚାଲିଯାଇଥିଲେ । ପରେ ଯେତେବେଳେ ବ୍ୟାଗ ଖୋଜନ୍ତି ସେହି ବ୍ୟାଗରେ ସମସ୍ତ ଗହଣାଥିବା ତାଙ୍କ ଶାଶୂଙ୍କୁ କହିବା ପରେ ଖୋଜାପଡିଥିଲା । ଏପରିକି ଅନେକ ସ୍ଥାନରେ ଖୋଜିଥିଲେ ପ୍ରମୋଦ କିନ୍ତୁ ପାଇନଥିଲେ । ପରେ ହୋଟେଲକୁ ଯାଇ ଆଖ ପାଖରେ ପଚାରିବାରେ ଜାଣିବାକୁ ପାଇଲେ ଜଣେ ଅଟୋଚାଳକ ସୁନା ପାଇଥିବା ଏବଂ ସେହି ସୁନାକୁ ସି ବିଚ ଥାନାରେ ଦେଇଥିବା କହିଥିଲେ ।

ଥାନାକୁ ଯାଇ ପ୍ରମୋଦ ସମସ୍ତ ସୁନା ଆଣିବା ପରେ କୁଣ୍ଢାଇ ପକାଇଥିଲେ ଶ୍ରବଣକୁ ତାଙ୍କ ସାଧୁତା ପାଇଁ ଧନ୍ୟବାଦ ଦେଇଥିଲେ । ସୁନା ଗହଣା ଥିବା ବ୍ୟାଗ ହଜାଇଥିବା ପ୍ରମୋଦଙ୍କ ବୋହୂ ସ୍ନିଗ୍ଧା ମଞ୍ଜରୀ ଏହି ଘଟଣା ପରେ ଭାବବିହ୍ୱଳ ହୋଇପଡିଥିଲେ । ଧନ୍ୟବାଦ ଦେବା ସହ ଅଟୋଚାଳକ ଶ୍ରବଣ କୁମାର ବହୁତ ଭଲ ଲୋକ ବୋଲି କହିଛନ୍ତି ସ୍ନିଗ୍ଧା । ତେବେ ଗତକାଲି ଦିନ ବେଳା ।

ଶ୍ରବଣ ଚକ୍ରତୀର୍ଥ ରୋଡ ଦେଇ ଯାଉଥିବା ସମୟରେ ଭଡାରେ ଗୋଟିଏ ପରିଵାରକୁ ନେଇ ନୃସିଂହ ମନ୍ଦିର ନିକଟରେ ଛାଡିବା ପରେ ବଳିଆପଣ୍ଡା ଅଟୋ ଷ୍ଟାଣ୍ଡରେ ଯାଇ ପହଞ୍ଚିଥିଲେ । ଆଉ ଜାଣିବାକୁ ପାଇଥିଲେ ଗୋଟିଏ ବ୍ୟାଗ ତାଙ୍କ ଅଟୋର ରହିଯାଇଛି । ବହୁତ ଖୋଜାଖୋଜି ପରେ ପର୍ଯ୍ୟଟକଙ୍କୁ ନପାଇବା ପରେ ସେ ସି ବିଚ ଥାନାରେ ଏହି ଗହଣା ଥିବା ବ୍ୟାଗ ଦେଇଥିଲେ ।

ପରେ ସେହି ପର୍ଯ୍ୟଟକଙ୍କୁ ପାଇଥିଲେ ଏବଂ ସେମାନଙ୍କୁ ସୁନା ଫେରାଇବାରେ ସକ୍ଷମ ହୋଇଥିଲେ । ସ୍ୱାଭିମାନ ଆଗରେ ସୁନା ରୁପା କିଛି ନୁହଁ । ଏମିତି ଅନେକ ଥର ପର୍ଯ୍ୟଟକ ଜିନିଷ ଫେରାଇ ଦେଇଛନ୍ତି ବୋଲି କହନ୍ତି ଶ୍ରବଣ କୁମାର । ତାଙ୍କୁ ତାଙ୍କର ସାଧୁତା ପାଇଁ ସମ୍ମାନିତ କରାଯିବ ଏବଂ ଶ୍ରବଣ କୁମାର ପାଇଁ ପର୍ଯ୍ୟଟନ ସହର ଗର୍ବିତ ବୋଲି କହିଛନ୍ତି ସମାଜସେବୀ ପ୍ରଦୀପ କୁମାର ଦାସ ।

ଯଦି ଶ୍ରବଣ କୁମାରଙ୍କ ଭଳି ସମସ୍ତେ ଏଭଳି ସାଧୁତାର ପରିଚୟ ଦେବେ ତାହା ହେଲେ ଅତିଥିଙ୍କ ସହର ତଥା ପର୍ଯ୍ୟଟନ ସହରରୁ ଏକ ବାର୍ତ୍ତା ସାରା ବିଶ୍ୱକୁ ଯାଇପାରିବ । ଜଗନ୍ନାଥ ଧାମର ମାନ ମର୍ଯ୍ୟାଦା ଆହୁରି ବଢିଯିବ । ତେବେ ଆଶା କରୁଛି କି ଏହି ଖବର ଆପଣ ଙ୍କୁ ପସନ୍ଦ ଆସିଥିବ, ଭଲ ଲାଗିଥିଲେ ଭାଇଙ୍କ ସଚ୍ଚୋଟ ପଣିଆ ପାଇଁ ହୃଦୟରୁ ଗୋଟିଏ ଲାଇକ ଆଉ ସେୟାର ନିଶ୍ଚୟ କରିବେ ।

Leave a Reply

Your email address will not be published. Required fields are marked *