ଡ୍ରାଇଭର ଅଶୋକ ସାହୁଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ Silsila, କହିଲେ ସେ ମୋର ଧରମ ଭାଇ, ଭାଇ-ଭଣଣୀ ପରି ଆମେ ରାତିରେ…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ସ୍ୱାମୀ ଙ୍କୁ ହତ୍ୟା ପାଇଁ ସୁପାରୀ ଦେଇଥିବା ରାଜଧାନୀର ମହିଳାଙ୍କୁ ନେଇ ଥମୁନି ଚର୍ଚ୍ଚା । ସ୍ୱାମୀଙ୍କ ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗ ମାମଲାରେ ପୋଲିସ ତାଙ୍କୁ ଖୋଜୁଥିବା ବେଳେ ଏପଟେ କ୍ୟାମେରା ସାମ୍ନାକୁ ଆସି ତାଙ୍କ ବିରୋଧରେ ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅଭିଯୁକ୍ତା ସିଲସିଲା ବେହେରା । ତେବେ ସେ  କହିଛନ୍ତି ଯେ ମୋ ନାଁରେ ଯେଉଁସବୁ ଆସିଛି, ତାହା ମିଛ ଓ ଭିତ୍ତିହୀନ ।


ମୋ ସ୍ୱାମୀ ମୋ ବିରୋଧରେ ମନଗଢା କାହାଣୀ କହୁଛନ୍ତି । କୌଣସି ହିନ୍ଦୁ ନାରୀ ତା ସ୍ୱାମୀକୁ ମାରିପାରିବ ନାହିଁ । ୧୮ ବର୍ଷର ଦାମ୍ପତ୍ୟ ଜୀବନ ପରେ ଏହା କରିବାର କାରଣ କଣ? ଯଦି ମାରିବାର ଥିଲା, ତାହାହେଲେ ସୁପାରୀ ଦେବାର ଆବଶ୍ୟକ କଣ ଥିଲା । ମୋ ସ୍ୱାମୀ ମୋତେ ଓ ମୋ ପିଲାଙ୍କୁ ଗ୍ରହଣ କରୁନଥିଲେ । ତେବେ ଆମଠୁ ସବୁଦିନ ଅଲଗା ହେବା ପାଇଁ ଏହା ତାଙ୍କର ପ୍ଲାନ୍‌ ।

ତେବେ ଅଶୋକ ସାହୁଙ୍କ ଆକ୍ରମଣକୁ ନେଇ ସେ କହିଛନ୍ତି ଯେ ମୋର ଅଶୋକ ସାହୁଙ୍କ ସହ କୌଣସି ଖରାପ ସମ୍ପର୍କ ନାହିଁ । ତାଙ୍କର ମୋର ସମ୍ପର୍କ ଭାଇ-ଭଣଣୀର ସମ୍ପର୍କ ପରି । ମୁଁ ତାଙ୍କୁ ରାକ୍ଷୀ ପିନ୍ଧାଇଛି । ଏହାର ପ୍ରମାଣ ମଧ୍ୟ ମୋ ପାଖରେ ଅଛି ।  ଅଶୋକ ସାହୁ କିଏ ମୁଁ ନିଜେ ଜାଣିନଥଲି । ତାଙ୍କୁ ବିନାୟକ ବେହେରା ହି ଆଣିଛନ୍ତି । ମୋ ସ୍ୱାମୀଙ୍କ ପୁରୀ ଟ୍ରାନ୍ସଫର ହେବା ପରେ ସ୍ତ୍ରୀ ପିଲାଙ୍କର ଯତ୍ନ ନେବା ପାଇଁ ଅଶୋକ ସାହୁଙ୍କୁ ସେ ହିଁ କହିଥିଲେ ।

ମୋ ସ୍ୱାମୀ ଯେଉଁଭଳି ମନଗଢା କାହାଣୀ ରଚିଛନ୍ତି ତାର ମୂଳ ଉଦ୍ଦେଶ୍ୟ ହେଲା- ସେ ଆମମାନଙ୍କ ଠାରୁ ଅଲଗା ରହିବାକୁ ଚାହୁଁଛନ୍ତି ।  କାହିଁକିନା ତାଙ୍କର ପରକୀୟା ପ୍ରୀତି ରହିଛି । ଗତ ୪ ବର୍ଷ ଧରି ସେ ପରକୀୟା ସମ୍ପର୍କରେ ରହିଆସୁଛନ୍ତି । ମୋ ସ୍ୱାମୀଙ୍କ କେବଳ ତାଙ୍କ ବେତନ ହିଁ ତାଙ୍କର ସମ୍ପତ୍ତି । ଖଣ୍ଡିଏ ଫ୍ଲାଟ୍‌କୁ ଛାଡିଦେଲେ ଅନ୍ୟ କିଛି ବି ସମ୍ପତ୍ତି ନାହିଁ ।


ମୋ ସ୍ୱାମୀଙ୍କ ଅନ୍ୟ ଯୁବତୀମାନଙ୍କ ସହ ସମ୍ପର୍କ ଥିବା ନେଇ ମୁଁ ପ୍ରମାଣ ମଧ୍ୟ ଦେଇସାରିଛି । ମୁଁ ଏସବୁ ପ୍ରମାଣ ମଧ୍ୟ ପୋଲିସକୁ ଦେଇସାରିଛି । କିନ୍ତୁ ଅଶୋକ ସାହୁଙ୍କ ମାମଲାରେ ପୋଲିସ କୌଣସି କଥା ଶୁଣୁନାହିଁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *