ବୋତଲ ଭିତରେ କେମିତି ରହିଗଲେ ଦ୍ରୌପଦୀ ମୁର୍ମୁ, ଯୁବକଙ୍କ ଏହି Video କାହିଁକି ହେଉଛି ଏତେ ଭାଇରାଲ…ଆପଣ ବି ଦେଖନ୍ତୁ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଆଲିଶ୍ଵର ନାମକ ଯୁବକ ଜଣେ ସୂକ୍ଷ୍ମ କଳାକାର ଅଟନ୍ତି । ସେ ଜଟଣୀରେ ହାଟ ବଜାର ପାଖରେ ଗୋପୀନାଥ ପୁରରେ ରୁହନ୍ତି । ଏବଂ ସେ କହିଛନ୍ତି ଯେ ଓଡିଶାରେ ପ୍ରଥମ ମହିଳା ଭାବରେ ଭାରତର ସର୍ବଶ୍ରେଷ୍ଟ ପଦ ଜିତିଥିବାରୁ ସେ ତାଙ୍କ କଳା ମାଧ୍ୟମରେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଛା ଜଣାଇଛନ୍ତି । ତେବେ ସେ ଏକ ୭୫୦ କାଚ ବୋତଲ ଭିତରେ ସାଢେ ୩ ଇଞ୍ଚ ହାଇଟ ଏବଂ ସାଡେ ୨ ଇଞ୍ଚର ଚଉଡା କରି ଗୋଟିଏ ଫଟୋଫ୍ରେମ ବୋତଲ ଭିତରେ ପ୍ରସ୍ତୁତ କରିଛନ୍ତି ।

ତେବେ ଦ୍ରୌପଦୀ ମୁର୍ମୁ ପିଲାଟି ଦିନରୁ ଅନେକ ଦୁଖଃକଷ୍ଟରେ ଏ ପର୍ଯ୍ୟନ୍ତ ଆସି ପାରିଛନ୍ତି । ଆଦିବାସୀ ମହିଳା ଅଟନ୍ତି ଦ୍ରୌପଦୀ ମୁର୍ମୁ । ମାତ୍ର ଆଜି ସେ ଦେଶର ସର୍ବୋଚ୍ଚ ପଦରେ ନିଯୁକ୍ତି ପାଇଛନ୍ତି । ଏହା କେବଳ ସମ୍ଭବ ହୋଇଥିଲା ତାଙ୍କର ନିଷ୍ଠା ଏବଂ କଠିନ ପରିଶ୍ରମ ଯୋଗୁଁ । ଯେତେବେଳେ ଏନଡିଏ ତରଫରୁ ରାଷ୍ଟ୍ରପତି ପଦ ନିମନ୍ତେ ନାମ ଶୁଣିବା ପରେ, ତାଙ୍କର ଆନନ୍ଦର ସୀମା ରହିନଥିଲା ।

ଦ୍ରୌପଦୀ ଙ୍କ ସ୍ଵାମୀ ଏବଂ ତାଙ୍କ ଦୁଇ ସନ୍ତାନଙ୍କ ବିୟୋଗରେ ସେ ବହୁତ ମର୍ମହାତ ହୋଇଥିଲେ ମଧ୍ୟ କେବେ ମଧ୍ୟ ହାର ମାନିନଥିଲେ । ଜୀବନରେ ଆଗକୁ ବଢିବାର ପ୍ରୟାସ ସର୍ବଦା କରି ଆସିଛନ୍ତି ଦ୍ରୌପଦୀ ମୁର୍ମୁ । ଏବଂ ନିର୍ବିଶେଷରେ ଆଜି ସେ ତାଙ୍କ ତପସ୍ୟାକୁ ସାକାର କରିଛନ୍ତି ।

ଏହାକୁ ନେଇ ତାଙ୍କ ଝିଅ ମଧ୍ୟ ବହୁତ ଖୁସି ଥିବା ସହିତ କହିଛନ୍ତି ଯେ ମା’ ସବୁବେଳେ କୁହନ୍ତି ଆଗକୁ ବଢିବାକୁ ଜୀବନରେ ଯାହା ଘଟିଯାଇଛି ତାକୁ ମନ ପକାଇ ଦୁଖରେ ଭାଙ୍ଗି ପଡିବା ବ୍ୟତୀତ ଏଭଳି କିଛି କାର୍ଯ୍ୟ କରି ଲୋକଙ୍କ ସେବା ତଥା ଉପକାର କରିବା ଶିଖାଇଛନ୍ତି । ତେବେ ଆଜି ସାରା ଓଡିଶାବାସୀ ବହୁତ ଖୁସି ଅଛନ୍ତି, କାରଣ ଓଡିଆ ଝିଅ ଭାବରେ ଆଜି ସେ ଦେଶର ସର୍ବୋଚ୍ଚ ସ୍ଥାନ ଗ୍ରହଣ କରି ପାରିଛନ୍ତି । ସେ ଜଣେ ପରୋପକାରୀ ମହିଳା ମଧ୍ୟ ଅଟନ୍ତି ।

ତାଙ୍କ ଗ୍ରାମରେ ଅନେକ ଲୋକେ ତାଙ୍କୁ ଶୁଭେଛା ଦେବାକୁ ତାଙ୍କ ଘର ନିକଟକୁ ଆସିଥିଲେ । ଲୋକ ମାନଙ୍କର ଏହିଭଳି ଭଲପାଇବା ଦେଖି ତାଙ୍କ ଆଖିରୁ ଲୁହ ଝରିପଡିଥିଲା । ତେବେ ଆଜି ଜଟଣୀର ଏହି ଯୁବକ ବୋତଲ ମଧ୍ୟରେ ଦ୍ରୌପଦୀ ମୁର୍ମୁଙ୍କ ଫଟୋଫ୍ରେମ ବନାଇ ପ୍ରଶଂସାର ଯୋଗ୍ୟ ହୋଇପାରିଛନ୍ତି ଏବଂ ସେ କହିଛନ୍ତି ଯେ ଦ୍ରୌପଦୀ ମୁର୍ମୁ ହେଉଛନ୍ତି ଆମ୍ଭ ଓଡିଶାର ଗର୍ବ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *