ଦ୍ରୌପଦୀଙ୍କୁ କାହିଁକି ଭୋଟ ଦେଲେ ମୋକିମ୍ ? ଏ ନେଇ ସେ କିଛି ଏମିତି କହିଲେ ଶୁଣିଲେ ଆପଣ ବି କରିବେ ପ୍ରଶଂସା, ଦେଖନ୍ତୁ ଭିଡିଓ

ନମସ୍କାର ବନ୍ଧୁଗଣ ତେବେପାର୍ଟି ନୁହେଁ, ମାଟି ବଡ଼ । ତେଣୁ ନିଜ ବିବେକ କଥା ଶୁଣିଲି । ନିଜ ମାଟିର ମହିଳାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ବାଛିଲି । ପାର୍ଟି ଭିତରେ ଏହାକୁ ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ । ’  ଆଜି ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ମତଦାନ ଚାଲିଥିବା ବେଳେ ଦଳୀୟ ପ୍ରାର୍ଥୀ ପରିବର୍ତ୍ତେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସପକ୍ଷରେ ଭୋଟ୍‌ ଦେବା ପରେ ଏଭଳି ମତ ପ୍ରକାଶ କରିଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ।


କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ କହିଛନ୍ତି,  ରାଷ୍ଟ୍ରପତି ନିର୍ବାଚନ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ । ଏହା ସମ୍ବିଧାନର ସର୍ବୋଚ୍ଚ ପଦ । ଏହା ଉପରେ ଦଳର କିଛି ହୁଇପ ନ ଥାଏ । ସାଂସଦ କିମ୍ବା ବିଧାୟକ ନିଜ ମନୋନୀତ ପ୍ରାର୍ଥୀଙ୍କୁ ନିର୍ବାଚିତ କରନ୍ତି । ତେବେ ଓଡ଼ିଶାର ଜଣେ ଆଦିବାସୀ ମହିଳା ଭାରତର ସର୍ବୋଚ୍ଚ ପଦ ପାଇଁ ଛିଡ଼ା ହୋଇଛନ୍ତି । ଜଣେ ଓଡ଼ିଆ ମହିଳା ସର୍ବୋଚ୍ଚ ପଦରେ ବସନ୍ତୁ ବୋଲି ଓଡ଼ିଆଙ୍କର ଇଚ୍ଛା ରହିଛି ।

ତେଣୁ ଓଡ଼ିଆ ହିସାବରେ ନିଜ ବିବେକ ଅନୁଯାୟୀ ମୁଁ ମୋ ମୂଲ୍ୟବାନ ଭୋଟ୍‌ ଦ୍ରୌପଦୀ ମୁର୍ମୁଙ୍କୁ ଦେଇଛି । ଏଥିନିମନ୍ତେ ମୋତେ ବହୁ ବୁଦ୍ଧିଜୀବୀ ଅନୁରୋଧ କରିଥିଲେ । ଜଣେ ଓଡ଼ିଆ ହିସାବରେ ଏପରି ପଦକ୍ଷେପ ନେଇଥିବାରୁ ଦଳ ଭୁଲ୍‌ ବୁଝିବ ନାହିଁ ବୋଲି କହିଛନ୍ତି ବିଧାୟକ ମହମ୍ମଦ ମୋକିମ । ଏଥିସହ ଯାହା କରିଛନ୍ତି ତାହା ଠିକ୍‌ ଓ ଏଥିନିମନ୍ତେ ତାଙ୍କର କୌଣସି ପଶ୍ଚାତାପ ନାହିଁ ବୋଲି ସେ ସ୍ପଷ୍ଟ ଭାବେ କହିଛନ୍ତି ।


ତେବେ ସୂଚନାଯୋଗ୍ୟ, ଆଜି ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଚାଲିଛି । ବିଜେପି ନେତୃତ୍ୱାଧୀନ ଏନଡିଏ ପକ୍ଷରୁ ଓଡ଼ିଶାର ଦ୍ରୌପଦୀ ମୁର୍ମୁ ପ୍ରାର୍ଥୀ ହୋଇଥିବା ବେଳେ ବିରୋଧୀ ମେଣ୍ଟର ପ୍ରାର୍ଥୀ ହୋଇଛନ୍ତି ଯଶୱନ୍ତ ସିହ୍ନା । ଶ୍ରୀମତୀ ମୁର୍ମୁ ଜଣେ ଆଦିବାସୀ ମହିଳା ଓ ଓଡ଼ିଆ ଝିଅ ହୋଇଥିବା ବିଜେଡି ତାଙ୍କୁ ସମର୍ଥନ କରିଛି ।

ସେହିଭଳି ଏନ୍‌ଡିଏରେ ସାମିଲ ନଥିବା ଆଉ କିଛି ଆଞ୍ଚଳିକ ଦଳ ବି ଶ୍ରୀମତି ମୁର୍ମୁଙ୍କୁ ସମର୍ଥନ ଜଣାଇଛନ୍ତି । ଅନ୍ୟପକ୍ଷରେ ଶ୍ରୀମତି ମୁର୍ମୁ ଓଡ଼ିଶାର ହୋଇଥିଲେ ହେଁ ରାଜ୍ୟର କଂଗ୍ରେସ ବିଧାୟକ ଓ ସାଂସଦମାନେ ଦଳୀୟ ପ୍ରାର୍ଥୀ ଯଶୱନ୍ତ ସିଂହଙ୍କୁ ଭୋଟ୍ ଦେବେ ବୋଲି ପୂର୍ବରୁ ରାଜ୍ୟର ନେତୃବୃନ୍ଦ ଘୋଷଣା କରିଥିଲେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *