Kishore Bhaina ଙ୍କୁ ଲାଇସେନ୍ସ ମନା ! ଦେଖନ୍ତୁ କଣ ଅଟେ ପୁରା ଘଟଣା…

ବନ୍ଧୁଗଣ, ସୂଚନା ଅନୁଯାୟୀ ଆପୋଲ ହସ୍ପିଟାଲ ପଛପଟ, ଦୂରଦର୍ଶନ ନିକଟରେ ଚାଲିଥିଲା କିଶୋର ଭାଇନା ମଟନ ହୋଟେଲ । ଯେଉଁଠାରେ ନିତି ରାତିରେ ଲୋକ ମାନଙ୍କର ହଜାର ହଜାର ଭିଡ ଜମୁଥିଲା । ଏବଂ କାଠ ଚୁଲି ରେ ପ୍ରସ୍ତୁତ ୨୦୦ କେଜି ମଟନ କୁ ଖାଇବା ନିମନ୍ତେ ଲମ୍ବା ଲମ୍ବା ଲାଇନ ମଧ୍ୟ ଲାଗୁଥିଲା । ବହୁତ ବଡ ବଡ ଗାଡି ମଧ୍ୟ ଲାଗୁଥିଲା କିନ୍ତୁ ଆଉ ବସୁନି ହଣ୍ଡା କି ଆଉ ବସୁନି ୨୦୦ କେଜି ମଟନ । କିଶୋର ଭାଇନା ଙ୍କ ମଟନ ହୋଟେଲ ସଂପୂର୍ଣ୍ଣ ଭାବରେ ଭାଙ୍ଗିଦିଆଯାଇଛି ।

ଯେବେଠାରୁ ହୋଟେଲ ଭାଙ୍ଗିଛି । ସେବେଠାରୁ ଫୁଡ ଲାଇସେନ୍ସ ପାଇଁ ସେ ଦିନରାତି ଏକାଠି କରିଦେଇଛନ୍ତି । ପ୍ରଥମେ ଫୁଡ ଲାଇସେନ୍ସ ଆଣିବେ ଏହାପରେ ଜାଗା ଠିକ କରିବେ କେଉଁଠି ମଟନ ହୋଟେଲ କରିବେ ? ମାତ୍ର ଆଉ ଥରେ ରିସ୍କ ନେବା ପାଇଁ ଚାହୁଁନି BMC । ଖବର ଅନୁଯାୟୀ କିଶିର ମଟନ ନାମରେ BMC ଆଉ ଫୁଡ ଲାଇସେନ୍ସ ଦେବନାହିଁ ।

କାରଣ ଯେଉଁଭଳି ଭାବରେ କିଶୋର ଭାଇନା ମଟନ ପ୍ରସ୍ତୁତ କରୁଥିଲେ ତାହା ଆଦୌ ସ୍ୱାସ୍ଥ୍ୟ ଉପଯୋଗୀ ନଥିଲା । ଯାହାକୁ ଖାଇଲେ ସାଧାରଣ ଲୋକେ ନାନା ପ୍ରକାରର ରୋଗରେ ପଡିବେ । ସେଥିପାଇଁ କିଶୋର ମଟନ ହୋଟେଲ କୁ BMC ଫାଇନ ସହକାରେ ସିଜ କରିଥିଲା । ଏହାପରେ ନିର୍ଦ୍ଧେଶ କୁ ନ ମାନି କିଶୋର ଭାଇନା ହଣ୍ଡା ବସାଇଥିଲେ । ବର୍ତ୍ତମାନ BMC ଫୁଡ ଲାଇସେନ୍ସ ଦେବନାହିଁ ବୋଲି ନିଷ୍ପତ୍ତି ନେଇଛି ।

କୌଣସି ପ୍ରକାରର ରିସ୍କ ନେବାପାଇଁ ଚାହୁଁନାହିଁ BMC । ତେବେ ଯେଉଁମାନେ କିଶୋର ମଟନ ହୋଟେଲରେ ମଟନ ଖାଉଥିଲେ ସେମାନେ କହିଛନ୍ତି କୌଣସି ଘଟଣାର ସଠିକ ତଦନ୍ତ କରାଯାଇନାହିଁ । ମାତ୍ର ହଠାତ ଏହିଭଳି ନିଷ୍ପତ୍ତି ନେଇ ହୋଟେଲ ଭାଙ୍ଗି ସେମାନଙ୍କ ଗୁଜୁରାଣରେ ଲାତ ମାରିବା ଆଦୌ ଉଚିତ ନୁହେଁ । କିଶୋର ଭାଇନା ଙ୍କ ପାଖରେ ସମୁଦାୟ ୩୩ ଜଣ କାମ କରୁଥିଲେ ତେବେ ସେହି ଲୋକ ମାନଙ୍କର ଘର କିଭଳି ଚଳିବ ? ସରକାର ଥରେ ସେମାନଙ୍କ କଥା ଚିନ୍ତା ମଧ୍ୟ କରିଲା ନାହିଁ ।

ଯେଉଁମାନେ ଦୀର୍ଘ ଦିନ ଧରି କିଶୋର ମଟନ ଖାଇ ଆସୁଛନ୍ତି ସେମାନେ କହିଥିଲେ ଯେ ଯଦି ସେଭଳି କିଛି ମିଶ୍ରଣ ହୋଇଥାନ୍ତା ରଙ୍ଗର ତେବେ ନିଶ୍ଚିତ ଭାବରେ ଆମ୍ଭର ଦେହ ସର୍ବପ୍ରଥମେ ଖରାପ ହୋଇଥାନ୍ତା । ଏହିଭଳି ମିଛ ଅଭିଯୋଗ କରି ସବୁ ଭାଙ୍ଗିଦେବା ଉଚିତ ନୁହେଁ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *