ନିଜ ହାତ କାଟିଥିଲେ , ନିଜକୁ ସିଗରେଟରେ ଜଳେଇଲେ, ମୃତ୍ୟୁ ଦିନ ବି କରିଥିଲେ ମଦ୍ୟପାନ, ମା’ ଖୋଲିଲେ Divya Bharti ଙ୍କ ରାଜ

ବନ୍ଧୁଗଣ, ହିନ୍ଦୀ ସିନେମା ଜଗତର ୯୦ ଦଶକର ଆରମ୍ଭରୁ ଗୋଟେ ନାମ ବହୁତ ଚର୍ଚ୍ଚା ରେ ରହିଥିଲା । ବହୁତ କମ ସମୟରେ ଏହି ନାମ ପୁରା ସିନେମା ଇଣ୍ଡଷ୍ଟ୍ରି ସହ ଫ୍ୟାନସ ମାନଙ୍କ ହୃଦୟରେ ଜାଗା ସୃଷ୍ଟି କରିଥିଲା । ଆମେ ଆପଣଙ୍କୁ କହିବାକୁ ଯାଉଛୁ ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ଦିବ୍ୟା ଭାରତୀ । ଦିବ୍ୟା ଭାରତୀଙ୍କ ଫିଲ୍ମ କ୍ୟାରିଅର ବହୁତ ଛୋଟ ଥିଲା । କିନ୍ତୁ ଏହି ଅଳ୍ପ ସମୟରେ ସେ ସଫଳତା ର ଶିଖରରେ ପହଞ୍ଚି ସାରିଥିଲେ । ମାତ୍ର ୧୯ ବର୍ଷ ବୟସରେ ସେ ୨୦ ଟି ସିନେମାରେ କାମ କରିସାରିଥିଲେ ।

ଦିବ୍ୟା ଭାରତୀଙ୍କ ଜନ୍ମ ୧୯୭୪ ମସିହା ଫେବୃଆରୀ ୨୫ ତାରିଖରେ ମୁମ୍ବାଇ ରେ ହୋଇଥିଲା, ବହୁତ କମ ବୟସରେ ସେ ସିନେମା ରେ କାମ କରିବା ଆରମ୍ଭ କରିଦେଇଥିଲେ । ୩ ବର୍ଷ କାମରେ ସେ ଡ଼ାଇରେକ୍ଟରଙ୍କ ଫେଭରେଟ ଅଭିନେତ୍ରୀ ବନି ସାରିଥିଲେ । ଦିବ୍ୟା ଭାରତୀ ଯେତେ ଶୀଘ୍ର ସିନେମା ରେ କାମ ଆରମ୍ଭ କଲେ ସେତେ ଶୀଘ୍ର ସଫଳତା ମଧ୍ୟ ପାଇଲେ । ଏବଂ ଯେତେ ଶୀଘ୍ର ସେ ବିବାହ କରିଥିଲେ ସେତେ ଶୀଘ୍ର ସେ ଏହି ଦୁନିଆକୁ ଛାଡ଼ି ଚାଲି ମଧ୍ୟ ଗଲେ ।

୧୯୯୩ ମସିହା ଅପ୍ରେଲ ୫ ତାରିଖ ରେ ଚୁଲବୁଲି ବିଦ୍ୟା ଭାରତୀ ମୃତ୍ୟୁ ହୋଇଥିଲା । ତାଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା । ଆଜି ମଧ୍ୟ ତାଙ୍କ ମୃତ୍ୟୁ ରହସ୍ୟମୟ ହୋଇରହିଛି । ତାଙ୍କ ମୃତ୍ୟୁ କୁ କେହି ଅଘଟଣ ବୋଲି କହିଥିଲେ, ଆଉ କେହି ଆତ୍ମହତ୍ୟା ବୋଲି କହିଥିଲେ । କିନ୍ତୁ ଗଣମାଧ୍ୟମରେ ତାଙ୍କ ମୃତ୍ୟୁ ଆପର୍ଟମେଣ୍ଟ ର ବିଲିଡ଼ିଂରୁ ପଡ଼ିଯିବା କଥା କୁହାଯାଇଛି ।

ଯେବେକି ସନ୍ଦେହ ଘେରରେ ତାଙ୍କ ସ୍ଵାମୀ ସାଜିଦ ନାଡିୱାଡୱାଲା ମଧ୍ୟ ଆସିଥିଲେ । ଆପଣଙ୍କୁ କହି ରଖୁଛୁ ଦିବ୍ୟା ଓ ସାଜିଦ ୧୯୯୨ ମସିହାରେ ବିବାହ କରିଥିଲେ । ଦିବ୍ୟାଙ୍କ ମୃତ୍ୟୁ କୁ ନେଇ ତାଙ୍କ ମା ବହୁତ ଆଶ୍ଚର୍ଯ୍ୟ କଥା ଖୁଲସା କରିଥିଲେ ।

ଏକ ସାକ୍ଷାତକାର ରେ ଦିବ୍ୟାଙ୍କ ମା କହିଥଲେ, ମୃତ୍ୟୁ ଦିନ ଦିବ୍ୟା ମଅଦ ପିଇଥିଲେ କିନ୍ତୁ ସେ ଡ୍ର-ଗସ ନିଅନ୍ତି ନାହିଁ । ଦିବ୍ୟାଙ୍କ ମା ଏହା ମଧ୍ୟ କହିଥିଲେ କି ଦିବ୍ୟା ରାଗରେ ନିଜକୁ ହିଁ କଷ୍ଟ ଦେଇଥାଏ । ଦିବ୍ୟାଙ୍କ ମା’ ମିତା ଭାରତୀ କହିଥିଲେ, ମୃତ୍ୟୁ ର କିଛି ଦିନ ପୂର୍ବରୁ ଦିବ୍ୟା ନିଜକୁ ବହୁତ କଷ୍ଟ ଦେଉଥିଲେ । ଗୋଟେ ଦିନ ସେ ନିଜ ହାତ କାଆଟି ଦେଇଥିଲେ ଏବଂ ହାତକୁ ସିଗାଆ ରେଟରେ ଜଳେଏଇ ମଧ୍ୟ ଦେଇଥିଲେ ।

ଏକ ସାକ୍ଷାତକାରରେ ସାଜିଦ ମଧ୍ୟ କହିଥିଲେ, ସେ ସବୁବେଳେ ଦିବ୍ୟାଙ୍କ ଫୋଟୋକୁ ତାଙ୍କ ପର୍ସ ରେ ରଖନ୍ତି । ତାଙ୍କ ଘରେ ଦିବ୍ୟାଙ୍କୁ ଏବେ ଯାଏଁ ମଧ୍ୟ ସେହି ସମ୍ମାନ ଦେଉଛନ୍ତି । ଏବଂ ତାଙ୍କ ପିଲା ଦିବ୍ୟାଙ୍କୁ ବଡ଼ ମା ବୋଲି ଡାକୁଛନ୍ତି । ବନ୍ଧୁଗଣ ଏହି ବିବରଣୀ ସମ୍ପର୍କରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *