ଉଗ୍ରଚଣ୍ଡୀ ସାଜିଲେ ଦୀପିକାଙ୍କ ଶାଶୁ, ଦାଣ୍ଡ ମଝିରେ କଲେ ଏମିତ ଡ୍ରାମା…ଲାଗିଲା ଲୋକଙ୍କ ଭିଡ…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ଦୀପିକା ଆଜିକୁ ଦଶ ଦିନ ହେଲା ନିଜ ପ୍ରେମିକ ଘର ସାମ୍ନାରେ ଧାରଣା ଦେଇ ବସିଛନ୍ତି ହେଲେ ଏ ପର୍ଯ୍ୟନ୍ତ ପ୍ରେମିକ ଦିନେଶଙ୍କର ଦେଖା ଦର୍ଶନ ନାହିଁ । ଏବେ ଓଡିଶାରେ କିଭଳି ଭାବରେ ବର୍ଷା ହେଉଛି ତାହା ତ ଆପଣ ମାନେ ବେସ ଭଲ ଭାବରେ ଜାଣିଥିବେ । ଆଉ ଏଭଳି ସ୍ଥିତିରେ ଦୀପିକା ନିଜ ପ୍ରେମିକକୁ ପାଇବା ପାଇଁ ବହୁତ କଷ୍ଟ କରୁଛନ୍ତି ।

ଦିନେଶ ଦୀପିକାଙ୍କୁ ପ୍ରେଗେନେଣ୍ଟ କରି କୁଆଡେ ଚମ୍ପଟ ମାରିଛନ୍ତି ଆଉ ଅନ୍ୟ ପଟେ ଦିନେଶଙ୍କ ପରିବାର ଲୋକ ମଧ୍ୟ ଦୀପିକା ଓ ତାଙ୍କ ନାତିକୁ ଗ୍ରହଣ କରୁ ନାହାନ୍ତି । ତେବେ ଦୀପିକାଙ୍କ ସହ ସମାଜସେବୀ ପ୍ରମିଳା ତ୍ରିପାଠୀ ଛିଡା ହୋଇଛନ୍ତି ହେଲେ ପୁଅ ଘର ଲୋକ ଦୀପିକାଙ୍କୁ ବହୁତ ହଇରାଣ କରୁଛନ୍ତି । ଆଜି ଦୀପିକାଙ୍କ ଶାଶୁ ଉଗ୍ରଚଣ୍ଡୀ ହୋଇ ନିଜର ଅସଲି ରୂପ ଦେଖେଇ ଛନ୍ତି ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଦୀପିକାଙ୍କ ଶାଶୂ ହଠାତ ଆସି ଘର ବାହାରେ ଦୀପିକାଙ୍କ ପାଲ ଭାଙ୍ଗି ତାଙ୍କୁ ଉଠିବା ପାଇଁ ବାଧ୍ୟ କରିଛନ୍ତି । ତେବେ ଦୀପିକାଙ୍କର ଜିନିଷ ପତ୍ର ଗୁଡିକୁ ମଧ୍ୟ ସେ ଫୋପାଡି ପ୍ରମିଳାଙ୍କୁ ଠେଲା ପେଲା କରିଛନ୍ତି । ଏନେଇ ଦୀପିକା ଗଣମାଧ୍ୟମକୁ କହିଛନ୍ତି-‘ଏ ଶାଶୂ ଶଶୁର ମୋତେ ଉଠେଇବା ପାଇଁ ଚେଷ୍ଟା କରିଲେ ମୋ ତଣ୍ଟି ଚିପିବାକୁ ଚେଷ୍ଟା କରିଲେ । ସେ ମୋ ଅଣ୍ଡିରାକୁ ଡାକି ପଚାରୁନି ସେ ପିଲା କେମିତି ହେଲା ।

ତେବେ ମୁଁ ଆଉ କାହା ଦାଣ୍ଡରେ ଯାଇ ବସୁନି ତମ ଦାଣ୍ଡରେ କାଇଁ ବସିଲି । ମୋ ହକ୍ ପାଇଁ ମୁଁ ଏଠି ବସିଲି ମୋତେ କାହିଁକି ହଟେଇବା ପାଇଁ ଚେଷ୍ଟା କରୁଛନ୍ତି । କାଲିକୁ ଯଦି ତମ ପିଲା ସହ ଏମିତି ହେବ ତମେ ସହି ପାରିବ । ପ୍ରମିଳା ମାକୁ ଠେଲା ପେଲା କରି ତାଙ୍କୁ ଅପମାନିତ କରିଛନ୍ତି । ପ୍ରମିଳା ମାଙ୍କୁ ମୁଁ ଡାକି ନଥିଲି ସେ ମୋ ସହଯୋଗ କରିବାକୁ ଆସିଥିଲେ । ତେବେ ସେ ମୋର ସାହାର୍ଯ୍ୟ କରିବାକୁ ଆସିଥିଲେ ହେଲେ ଏମାନେ ଓଲଟା ତାଙ୍କୁ ଦୁଇ ଅକ୍ଷର ଭାଷା କହି ତାଙ୍କର ଅପନିନ୍ଦା କରିଛନ୍ତି ।

ପ୍ରମିଳା ମା କାହା ଘର ତ ଭାଙ୍ଗି ନାହାନ୍ତି ସେ କେବଳ ମୋତେ ନ୍ୟାୟ ଦେବା ପାଇଁ ଆସିଛନ୍ତି । ହେଲେ ଶାଶୂ ଶଶୁର ଏମିତି କାହିଁକି କରୁଛନ୍ତି । ତେବେ ଗୋଟିଏ ପଟେ ଦୀପିକା ଏବଂ ପ୍ରମିଳା ତ୍ରିପାଠୀ ଧାରଣାସ୍ଥଳରେ ବସିଥିବା ବେଳେ ଅନ୍ୟପଟେ ଆଜି ଦିନେଶଙ୍କ କିଛି ସମ୍ପର୍କୀୟ ଘର ଭିତରକୁ ପ୍ରବେଶ କରୁଥିବା ବେଳେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଦୀପିକା ବାନ୍ଧିଥିବା ପଲିଥିନକୁ ଚିରି ଫିଙ୍ଗି ଦିଆଯାଇଛି ।

ଅନ୍ୟପଟେ ଘଟଣା ପରେ ପୁରା ଅଞ୍ଚଳବାସୀ ଏହାକୁ ବିରୋଧ କରିଛନ୍ତି । ଯାହା କିଛି ସମାଧାନ କରିବାର ଅଛି ନ୍ୟାୟିକ ପ୍ରକ୍ରିୟାରେ କଲେ ଭଲ । କିନ୍ତୁ ଘର ଆଗରେ ବସିବା ପୁଣି ଏଭଳି ପରିସ୍ଥିତି ସୃଷ୍ଟି ହେବା ଏହା ସମାଜ ଉପରେ କୁ ପ୍ରଭାବ ପକାଉଛି ବୋଲି କହିଛନ୍ତି ସଂପର୍କୀୟ । ଯେଉଁଭଳି ଭାବରେ ଦୀର୍ଘ ୧୦ ଦିନ ହେବ ଦୀପିକା ପ୍ରେମିକଙ୍କ ଘର ଆଗରେ ବସିଛନ୍ତି ତାଙ୍କୁ କେବେ ନ୍ୟାୟ ମିଳିବ ତାହା ଅପେକ୍ଷାରେ ସମସ୍ତେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *