‘ଦିନେଶ ମୁଁ ସତରେ ଚାଲିଯିବି, ତୁମେ ଭଲରେ ରୁହ, କିନ୍ତୁ ତୁମେ ମତେ କେବଳ ଗୋଟିଏ କଥା କୁହ କି ତୁମେ…’ ଦିନେଶଙ୍କୁ କଣ କହିଲେ ଦୀପିକା

ବନ୍ଧୁଗଣ, ସୂଚନା ଅନୁଯାୟୀ ଦୀପିକା କହିଛନ୍ତି ଯେ ଦିନେଶ ମୁଁ ଚାଲିଯାଉଛି ତୁମ୍ଭେ ଖୁସିରେ ରୁହ, ଭଲରେ ରୁହ, ମୁଁ ସବୁଦିନ ପାଇଁ ଚାଲି ଯାଉଅଛି । ମୁଁ ତୁମ୍ଭକୁ ଆଉ ହଇରାଣ କରିବି ନାହିଁ । ମାତ୍ର କେବଳ ଥରେ ଆସି ମୋ ସାମ୍ନାରେ ଛିଡା ହେଇଯାଅ ଏବଂ ମୋ ଆଖିରେ ଆଖି ମିଶେଇ କହିଦିଅ ଯେ ତୁମ୍ଭେ ମତେ କେବେ ମଧ୍ୟ ଭଲ ପାଉନଥିଲ । ଆଉ ମୋ ପାଖରେ ବଢୁଥିବା ପୁଅ ତୁମ୍ଭର ନୁହେଁ ବୋଲି । ଦୀପିକା କହିଛନ୍ତି ଯେ ସତରେ ଦିନେଶ ତୁମ୍ଭେ ମୋର ସବୁ ପ୍ରଶ୍ନର ଉତ୍ତର ଦେଇଦେଲେ ମୁଁ ଏଠାରୁ ଚାଲିଯିବି ।

ମାତ୍ର ମୁଁ ଆଉ ଧାରଣାରେ ବସିବି ନାହିଁ । ମତେ ଭାରି କଷ୍ଟ ହେଲାଣି ବୋଧ ହୁଏ ଏଭଳି କିଛି ଭାବନା ବର୍ତ୍ତମାନ ଦୀପିକା ଙ୍କ ମନରେ ଆସୁଥିବ କାରଣ ଏକମାସ ହେବ ଧାରଣାରେ ବସିରହି କୌଣସି ପ୍ରକାରର ସୁଫଳ ପାଇ ପାରୁନାହାଁନ୍ତି ଦୀପିକା । ନା ପୋଲିସ ନା କୋର୍ଟ କେହି ମଧ୍ୟ ଦୀପିକାଙ୍କୁ ନ୍ୟାୟ ଦେଇ ପାରୁନାହାଁନ୍ତି ଅସହ୍ୟ ହୋଇପଡିଲାଣି ଦୀପିକାଙ୍କ ପାଇଁ ଅପେକ୍ଷା କରିବାର କଷ୍ଟ ।

ସେ ଆଉ ଧାରଣାରେ ବସିବା ପାଇଁ ଚାହୁଁ ନାହାଁନ୍ତି । ମାତ୍ର ତାଙ୍କୁ ବାଧ୍ୟ କରୁଛି ତାଙ୍କ ପାଖରେ ବଢୁଥିବା ଛୁଆର ପରିଚୟ । ଯେତେବେଳେ ସେ ବଡ ହୋଇ ପଚାରିବ ତା’ ବାପା କିଏ ବୋଲି ସେତେବେଳେ ତାଙ୍କୁ ଦୀପିକା କ’ଣ ଉତ୍ତର ଦେବେ ସେହି ଭାବନା ହିଁ କେବଳ ଦୀପିକାଙ୍କୁ ଧାରଣ ଦେବାକୁ ବାଧ୍ୟ କରୁଛି ।

ସେ ଧାରଣା ଛାଡିଦେବାକୁ ପ୍ରସ୍ତୁତ ହୋଇଛନ୍ତି । ମାତ୍ର ଦିନେଶ ଖାଲି ତାଙ୍କ ପ୍ରଶ୍ନର ଉତ୍ତର ଦେବା ଆବଶ୍ୟକ । ଏବଂ ସେ ସମସ୍ତ ପ୍ରଶ୍ନର ଉତ୍ତର ପାଇଗଲା ପରେ ଚାଲିଯିବେ ବୋଲି ବହୁତ ଥର କହିଛନ୍ତି ଦୀପିକା । ମାତ୍ର ଏତେ ସବୁ କାଣ୍ଡ ହେଲା ପରେ ମଧ୍ୟ ଦିନେଶ କେଉଁଆଡେ ଯାଇ ଲୁଚି ରହିଛନ୍ତି । ଦୀପିକାଙ୍କ ପାଖକୁ ଥରୁଟିଏ ମଧ୍ୟ ଆସିନାହାଁନ୍ତି । ପୋଲିସ ମଧ୍ୟ ଦିନେଶ ଙ୍କୁ ଗିରଫ କରୁ ନାହିଁ ।

ଦୀପିକା ଙ୍କ ପୁଅ ସହିତ ଦିନେଶ ଙ୍କ DNA ରିପୋର୍ଟ ପଜେଟିଭ ରହିଅଛି । ତେବେ ପୋଲିସ କଣ ପାଇଁ ଦିନେଶ ଙ୍କୁ ଗିରଫ କରୁନାହିଁ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେପଟେ ଦୀପିକା ଦିନେଶ ଙ୍କୁ ଅପେକ୍ଷା କରି କରି ଥକି ପଡିଲେଣି । ବର୍ତ୍ତମାନ କୋର୍ଟ ଙ୍କ ରାୟ କୁ ଅପେକ୍ଷା କରି ରହିଛନ୍ତି ଦୀପିକା । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *